ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବ୍ରହ୍ମପୁରରେ ଦୁଃଖଦ ଅଘଟଣ: ପାଣିରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ

ବ୍ରହ୍ମପୁର ସହରର ଆଙ୍କୁଲି ନୂଆବନ୍ଧରେ ଏକ ଦୁଃଖଦ ଘଟଣା ଘଟିଛି। ପାଣିରେ ବୁଡ଼ି ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ରଦ୍ୱୟ ନବମ ଓ ଦଶମ ଶ୍ରେଣୀ ପାସ୍ କରିଥିବା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଜଣେ ଛାତ୍ର ଗଜପତି ନଗର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଖୋଡାସିଂ ଅଞ୍ଚଳର ବାସିନ୍ଦା। ଉଭୟେ ଖେଳିବା ପାଇଁ ନୂଆବନ୍ଧ ଅଞ୍ଚଳକୁ ଯାଇଥିବା ସମୟରେ ପାଣିରେ ବୁଡ଼ି ଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସୂଚନା ପାଇବା ପରେ ସ୍ଥାନୀୟ...

ବକରୀଦ ଛୁଟିକୁ ନେଇ ନୂଆ ନିୟମ, ମମତା ସରକାରର ନିଷ୍ପତ୍ତି ଚର୍ଚ୍ଚାରେ

ପଶ୍ଚିମବଙ୍ଗରେ ଇଦ୍-ଉଲ-ଅଜହା (ବକରୀଦ) ଛୁଟି ନୀତିରେ ପରିବର୍ତ୍ତନ କରାଯାଇଛି । ନୂଆ ସରକାରୀ ଘୋଷଣା ଅନୁସାରେ, ଏବେଠାରୁ ଏହି ପର୍ବରେ କେବଳ ଗୋଟିଏ ଦିନର ସରକାରୀ ଛୁଟି ଦିଆଯିବ । ପୂର୍ବରୁ ଏହି ପର୍ବ ପାଇଁ ଦୁଇ ଦିନ ପର୍ଯ୍ୟନ୍ତ ଛୁଟି ଦିଆଯାଉଥିଲା, କିନ୍ତୁ ନୂତନ ନିଷ୍ପତ୍ତିରେ ଏହାକୁ ସୀମିତ କରାଯାଇଛି । ଏହି ପରିବର୍ତ୍ତନ ଚଳିତ ବର୍ଷଠାରୁ ଲାଗୁ ହେବାକୁ ଯାଉଛି, ଯେଉଁଥିରେ ପର୍ବ ପରଦିନ ସାଧାରଣ କାର୍ଯ୍ୟଦିନ ଭାବେ ଚାଲିବ । ସରକାରୀ ନିଷ୍ପତ୍ତି...

ପୋଲିସ ଅପରେସନ୍‌ରେ ତ୍ରୁଟି, ଟ୍ରାକ୍ଟର ହେଲା ଟାର୍ଗେଟ

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୁଶଳଦା ଫାଣ୍ଡିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ଏକ ଟ୍ରାକ୍ଟରକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଷ୍ଟିୟରିଂରେ ହାତକଡ଼ି ପକାଇଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ସୂଚନା ଅନୁସାରେ, ଉକ୍ତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ସନ୍ଦେହରେ ତାହାକୁ ଜବତ କରାଯାଇ ଫାଣ୍ଡି ପରିସରରେ ରଖାଯାଇଥିଲା । କିନ୍ତୁ ଫାଣ୍ଡିରେ ପର୍ଯ୍ୟାପ୍ତ ସୁରକ୍ଷା ବାଉଣ୍ଡାରୀ ନଥିବାରୁ ମାଫିଆମାନେ ଟ୍ରାକ୍ଟରଟିକୁ ନେଇଯିବାର...

OTET ପରୀକ୍ଷାର ତାରିଖ ବଦଳିଲା, ଜୁନ ୨୧ରେ ନୁହେଁ ନୂଆ ତାରିଖରେ ହେବ ପରୀକ୍ଷା

ରାଜ୍ୟରେ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ପରୀକ୍ଷା OTET-2026 ର ତାରିଖ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ପରୀକ୍ଷା ଜୁନ ୨୧ ତାରିଖରେ ହେବାକୁ ଥିଲା, କିନ୍ତୁ ଏବେ ଏହାକୁ ୭ ଦିନ ପଛକୁ ସରାଯାଇ ଜୁନ ୨୮ ତାରିଖରେ ଆୟୋଜନ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ସୂଚୀ ଅନୁସାରେ, ଜୁନ ୨୮ ତାରିଖ ଦିନ ପେପର–୧ ସକାଳ ୯ଟାରୁ...

କୁକୁର କାମୁଡ଼ାରେ ରକ୍ତାକ୍ତ କୁନି ଶିଶୁ, ମୁଣ୍ଡରେ ଗଭୀର ଆଘାତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଭୟାବହ ରୂପ ନେଇଛି । ଘର ଅଗଣାରେ ଖେଳୁଥିବା ୯ ବର୍ଷର ଏକ କୁନି ପୁଅ ଉପରେ ୫ରୁ ଅଧିକ ବୁଲା କୁକୁର ହଠାତ୍ ଆକ୍ରମଣ କରିଥିଲେ । କୁକୁରମାନେ ପିଲାଟିକୁ ଚାରିପଟୁ ଘେରି ତାର ମୁଣ୍ଡ ଓ ଗାଲକୁ କାମୁଡ଼ି ଦେଇଥିଲେ । ଏହି ଆକ୍ରମଣରେ ମୁଣ୍ଡର ଉପରି ଅଂଶର ମାଂସ ଛିଣ୍ଡିଯାଇଥିବାବେଳେ ଗାଲରେ ମଧ୍ୟ ଗଭୀର ଆଘାତ ଲାଗିଛି । ପିଲାଟି ଚିତ୍କାର କରି...

କଲେଜରେ ରାଗିଂ ରୋକିବାକୁ ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ

ରାଗିଂ ବିରୋଧରେ ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ । ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବିଭାଗ କଡ଼ା ପଦକ୍ଷେପ ନେଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ଡିଗ୍ରୀ, ସଂସ୍କୃତ ଓ ଶିକ୍ଷକ ଶିକ୍ଷା କଲେଜର ଅଧ୍ୟକ୍ଷମାନଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି । ଜାତୀୟ ମାନବାଧିକାର ଆୟୋଗ ର ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ କୁହାଯାଇଛି...

ଗଞ୍ଜାମ ରକ୍ତରଞ୍ଜିତ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋରଳ ରୋଡ୍‌ ଏରେଣ୍ଡ୍ରା ଅଞ୍ଚଳରୁ କିଛି ଲୋକ ଗୋଟିଏ ଅଟୋରେ ସିଂହାସନୀ ପୀଠକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ।...

ଭୋଟରଙ୍କ ପାଇଁ ଖୋଲିଲା ଇଲେକ୍ସନ୍‌ ହେଲ୍ପ ଡେସ୍କ

ଓଡ଼ିଶାରେ ଆସନ୍ତା ୩୦ ତାରିଖରୁ ସ୍ପେଶାଲ ଇଣ୍ଟେନସିଭ ରିଭିଜନ (SIR) କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ଦୀର୍ଘ ୨୪ ବର୍ଷ ପରେ ରାଜ୍ୟରେ ଏହି ବିଶେଷ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବାକୁ ଥିବାବେଳେ, ଏଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ଭୋଟରଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ଖୋଲାଯିବ। ଏନେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ସମସ୍ତ ଜିଲ୍ଲାପାଳ ଓ...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୬୦%କୁ ବଢ଼ିଲା ମହଙ୍ଗା ଭତ୍ତା

ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବୃଦ୍ଧିଶୀଳ ମୁଦ୍ରାସ୍ଫୀତି ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)ରେ ୨ ପ୍ରତିଶତ ବୃଦ୍ଧିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି। ଏହି ନୂଆ ନିଷ୍ପତ୍ତି ପରେ ରାଜ୍ୟ କର୍ମଚାରୀଙ୍କ DA ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତକୁ ପହଞ୍ଚିଛି। ଏନେଇ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଦୀପକ କୁମାର...

ପଶ୍ଚିମବଙ୍ଗରେ ନୂଆ ନିୟମ; ସ୍କୁଲ ପରେ ଏବେ ମଦ୍ରାସାରେ ମଧ୍ୟ ‘ବନ୍ଦେ ମାତରମ୍’ ବାଧ୍ୟତାମୂଳକ

ପଶ୍ଚିମବଙ୍ଗରେ ଶିକ୍ଷାନୀତି ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶ ଜାରି ହୋଇଛି। ଏଥିରେ ସରକାର ସମସ୍ତ ସ୍ୱୀକୃତିପ୍ରାପ୍ତ ମଦ୍ରାସାର ସକାଳ ପ୍ରାର୍ଥନା ସଭାରେ ‘ବନ୍ଦେ ମାତରମ୍’ ଗାନ କରିବାକୁ ବାଧ୍ୟତାମୂଳକ କରିଛନ୍ତି। ସ୍କୁଲଗୁଡ଼ିକ ପାଇଁ ଏଭଳି ନିର୍ଦ୍ଦେଶ ପରେ ଏବେ ମଦ୍ରାସାଗୁଡ଼ିକୁ ମଧ୍ୟ ଏହି ନୀତିରେ ସାମିଲ କରାଯାଇଛି। ସଂଖ୍ୟାଲଘୁ ବ୍ୟାପାର ଓ ମଦ୍ରାସା ଶିକ୍ଷା ବିଭାଗ ଏହାର ନିର୍ବାହ ଓ ନିରୀକ୍ଷଣ କରୁଛି। ସୂଚନା ଅନୁସାରେ, କିଛି ଦିନ ପୂର୍ବରୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ସକାଳ ସଭାରେ ଜାତୀୟ...
1 12 13 14 15 16 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780