ରାଜ୍ୟରେ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ଆବଶ୍ୟକ ଯୋଗ୍ୟତା ପରୀକ୍ଷା OTET-2026 ର ତାରିଖ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଏହି ପରୀକ୍ଷା ଜୁନ ୨୧ ତାରିଖରେ ହେବାକୁ ଥିଲା, କିନ୍ତୁ ଏବେ ଏହାକୁ ୭ ଦିନ ପଛକୁ ସରାଯାଇ ଜୁନ ୨୮ ତାରିଖରେ ଆୟୋଜନ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE Odisha) ପକ୍ଷରୁ ସୂଚନା ଦିଆଯାଇଛି ।
ନୂଆ ସୂଚୀ ଅନୁସାରେ, ଜୁନ ୨୮ ତାରିଖ ଦିନ ପେପର–୧ ସକାଳ ୯ଟାରୁ ୧୧:୩୦ଟା ପର୍ଯ୍ୟନ୍ତ ଓ ପେପର–୨ ଦିନ ୨ଟାରୁ ଅପରାହ୍ନ ୪:୩୦ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ ଜୁନ ୧୭ ତାରିଖରୁ ବୋର୍ଡର ଆଧିକାରିକ ୱେବସାଇଟ୍ www.bseodisha.nic.in ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ।
ଏହି ପରୀକ୍ଷାରେ ମୋଟ ୮୪,୬୨୩ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି । ଆବେଦନ ସମୟସୀମା ପୂର୍ବରୁ ଏପ୍ରିଲ ୯ ଥିଲା, ପରେ ଏହାକୁ ବଢ଼ାଇ ମେ ୯ ପର୍ଯ୍ୟନ୍ତ କରାଯାଇଥିଲା ।
ପରୀକ୍ଷା ତାରିଖ ପରିବର୍ତ୍ତନ ସହ ନୂତନ ସୂଚନା ପ୍ରକାଶ ପାଇଥିବାରୁ ପ୍ରାର୍ଥୀମାନେ ସମୟ ଅନୁସାରେ ପ୍ରସ୍ତୁତି ଜାରି ରଖିବାକୁ ଅନୁରୋଧ କରାଯାଇଛି । ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇ ସଫଳତା କାମନା କରିଛନ୍ତି ।
