କୁକୁର କାମୁଡ଼ାରେ ରକ୍ତାକ୍ତ କୁନି ଶିଶୁ, ମୁଣ୍ଡରେ ଗଭୀର ଆଘାତ

Table of Content

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଭୟାବହ ରୂପ ନେଇଛି । ଘର ଅଗଣାରେ ଖେଳୁଥିବା ୯ ବର୍ଷର ଏକ କୁନି ପୁଅ ଉପରେ ୫ରୁ ଅଧିକ ବୁଲା କୁକୁର ହଠାତ୍ ଆକ୍ରମଣ କରିଥିଲେ । କୁକୁରମାନେ ପିଲାଟିକୁ ଚାରିପଟୁ ଘେରି ତାର ମୁଣ୍ଡ ଓ ଗାଲକୁ କାମୁଡ଼ି ଦେଇଥିଲେ । ଏହି ଆକ୍ରମଣରେ ମୁଣ୍ଡର ଉପରି ଅଂଶର ମାଂସ ଛିଣ୍ଡିଯାଇଥିବାବେଳେ ଗାଲରେ ମଧ୍ୟ ଗଭୀର ଆଘାତ ଲାଗିଛି ।

ପିଲାଟି ଚିତ୍କାର କରି କାନ୍ଦୁଥିବା ସମୟରେ ପରିବାର ଲୋକ ଧାଇଁ ଆସି କୁକୁରମାନଙ୍କୁ ଘଟଣାସ୍ଥଳରୁ ଖଦେଇଥିଲେ । ସେତେବେଳକୁ କୁନି ପୁଅଟି ଗୁରୁତର ଭାବେ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା । ପ୍ରଥମେ ତାକୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ଶିଶୁଟିର ଚିକିତ୍ସା ଚାଲିଥିବାବେଳେ ସ୍ଥିତି ସ୍ଥିର ଥିବା ସୂଚନା ମିଳିଛି ।

ଏହି ଘଟଣା ପରେ ପାଟପୁର ଥାନା ଅନ୍ତର୍ଗତ ମହାନଳା, ପଳାସପୁର, ଗାନ୍ଧୀଛକ ଓ ପାଟପୁର ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ଦେଖାଦେଇଛି । ଲୋକମାନେ ପ୍ରଶାସନକୁ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି କରିଛନ୍ତି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts