କୋଇଲା ଖଣିରେ ଭୟାବହ ବିସ୍ଫୋରଣ, ଅନେକ ଶ୍ରମିକ ମୃତ

Table of Content

ଚୀନର ଉତ୍ତର ଶାଂକ୍ସି ପ୍ରଦେଶର ଏକ କୋଇଲା ଖଣିରେ ଘଟିଥିବା ଭୟାବହ ଗ୍ୟାସ୍‌ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୯୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ୨୯ ମିନିଟ୍‌ ସମୟରେ ଏହି ଅଘଟଣ ଘଟିଥିଲା । ସେତେବେଳେ ଖଣି ଭିତରେ ମୋଟ ୨୪୭ ଜଣ ଶ୍ରମିକ କାମ କରୁଥିଲେ । ପ୍ରଥମେ ୮ ଜଣଙ୍କ ମୃତ୍ୟୁ ଖବର ଆସିଥିଲେ ମଧ୍ୟ ପରେ ମୃତକ ସଂଖ୍ୟା ବେଗରେ ବଢ଼ିଛି । ଅନେକ ଶ୍ରମିକ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

ଘଟଣାକୁ ନେଇ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ସେ ତୁରନ୍ତ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଖଣି ଭିତରେ ଫସିଥିବା ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତମାନଙ୍କୁ ଶୀଘ୍ର ଚିକିତ୍ସା ସୁବିଧା ଯୋଗାଇବା ସହ ଦୁର୍ଘଟଣାର ସଠିକ୍ କାରଣ ଖୋଜିବାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । ଏହାସହ ଅବହେଳା ପାଇଁ ଯେଉଁମାନେ ଦାୟୀ ଥିବେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ ବୋଲି ସତର୍କ କରାଯାଇଛି ।

ସ୍ଥାନୀୟ ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଉଦ୍ଧାରକାରୀ ଦଳ ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ ଅପରେସନ୍‌ ଜାରି ରଖିଛନ୍ତି । ପ୍ରାରମ୍ଭିକ ତଦନ୍ତରୁ ଏହା ଗ୍ୟାସ୍‌ ଲିକ୍‌ ପରେ ଘଟିଥିବା ବିସ୍ଫୋରଣ ବୋଲି ଜଣାପଡ଼ିଛି ।

ଚୀନରେ ପୂର୍ବରୁ ମଧ୍ୟ ଏପରି ଅନେକ ଖଣି ଦୁର୍ଘଟଣା ଘଟିଛି । ୨୦୦୦ ମସିହା ପରେ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଥିବାରୁ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା କମିଥିଲା । ତଥାପି ଅନେକ ଖଣିରେ ସୁରକ୍ଷା ନିୟମ ଠିକ୍‌ଭାବେ ପାଳନ ହେଉନଥିବା ଅଭିଯୋଗ ରହିଛି ।

ଶାଂକ୍ସି ପ୍ରଦେଶକୁ ଚୀନର ‘କୋଇଲା ରାଜଧାନୀ’ ବୋଲି କୁହାଯାଏ । ପ୍ରାୟ ୩ କୋଟି ୪୦ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଏହି ଅଞ୍ଚଳରୁ ପ୍ରତିବର୍ଷ ବିପୁଳ ପରିମାଣରେ କୋଇଲା ଉତ୍ପାଦନ ହୋଇଥାଏ । ଗତବର୍ଷ ମାତ୍ର ଏଠାରୁ ପ୍ରାୟ ୧.୩ ବିଲିୟନ ଟନ୍‌ କୋଇଲା ଉତ୍ପାଦନ ହୋଇଥିଲା, ଯାହା ଚୀନର ମୋଟ କୋଇଲା ଉତ୍ପାଦନର ପ୍ରାୟ ଏକ-ତୃତୀୟାଂଶ ବୋଲି କୁହାଯାଉଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts