କେନ୍ଦ୍ରାପଡ଼ା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସଫେଇ ନାଁରେ ଦୁର୍ନୀତି? ଗରଦପୁରରେ ଚାଷୀଙ୍କ ଅଭିଯୋଗ

କେନାଲ ସଫେଇରେ ବଡ଼ ଦୁର୍ନୀତି ଅଭିଯୋଗ, ଜଳସେଚନକୁ ନେଇ ଚିନ୍ତାରେ ଚାଷୀ କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ତେଣ୍ଡାକୁଡ଼ା, ପଳସୁଧା, ତଳକୁସୁମା, ଗରଦପୁର ଓ ପାଖଡ଼ ପଞ୍ଚାୟତ ଦେଇ ଯାଇଥିବା ପ୍ରମୁଖ କେନାଲର ସଫେଇ କାର୍ଯ୍ୟକୁ ନେଇ ଏବେ ଅସନ୍ତୋଷ ତୀବ୍ର ହୋଇଛି। ବର୍ଷା ଋତୁ ଓ ଚାଷ ଋତୁ ଆରମ୍ଭ ହୋଇଥିବା ସତ୍ତ୍ୱେ କେନାଲ ସଫେଇ କାମ ଠିକ୍ ସମୟରେ ନକରାଯାଇ ବିଳମ୍ବରେ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ସଫେଇ କାମରେ...

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ; ସେତୁରୁ ନଦୀକୁ ଡେଇଁ ଯୁବକ ନିଖୋଜ

ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର ପାଇଁ ଜାରି ରହିଛି ବ୍ୟାପକ ସର୍ଚ୍ଚ ଅପରେସନ୍ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତ୍ରପୁର ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀକୁ ଡେଇଁ ନିଖୋଜ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଯୁବକ ହେଲେ ପତ୍ରପୁର ଗ୍ରାମର ସୌମ୍ୟ ରଞ୍ଜନ ବେଜ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୌମ୍ୟ ପତ୍ରପୁର ସେତୁ ଉପରେ ପହଞ୍ଚି ହଠାତ୍ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ।...

କେନ୍ଦ୍ରାପଡ଼ାରେ ବର୍ଷା ବିପତ୍ତି, ବୁଡ଼ିଲା ଶହ ଶହ ଏକର ଚାଷ ଜମି

ଲଗାଣ ବର୍ଷା ଏବେ କେନ୍ଦ୍ରାପଡ଼ା ଜିଲ୍ଲାର ଚାଷୀଙ୍କ ପାଇଁ ବଡ଼ ସଙ୍କଟ ସୃଷ୍ଟି କରିଛି। ବର୍ଷକର ପରିଶ୍ରମରେ କରାଯାଇଥିବା ଚାଷ ଆଜି ଆଖି ଆଗରେ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶହ ଶହ ଏକର ଧାନ ଓ ଅନ୍ୟାନ୍ୟ ଫସଲ ଜଳମଗ୍ନ ହୋଇପଡ଼ିଛି। ଏଥିଯୋଗୁଁ ଚାଷୀଙ୍କ ମଧ୍ୟରେ ଗଭୀର ଚିନ୍ତା ଦେଖାଦେଇଛି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ଏକ ପୋଲ ନିର୍ମାଣ କାମ ପାଇଁ କେନାଲର ଜଳ ନିଷ୍କାସନ...

TPCODL କ୍ୟାମ୍ପରେ ଲାଇନମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନୂଆବଜାର ଷ୍ଟାଡିଅମ ଗଳିସ୍ଥିତ TPCODL କ୍ୟାମ୍ପରୁ ବିଦ୍ୟୁତ ବିଭାଗର ଜଣେ ଲାଇନମ୍ୟାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ହେମନ୍ତ ଦାସ (୩୮), ଯିଏ ଦୀର୍ଘଦିନ ଧରି ଆଳି ବିଦ୍ୟୁତ ସେକ୍ସନ ଅଧୀନରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗଙ୍ଗାଧର ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ସକାଳେ ଡ୍ୟୁଟି ସାରିବା ପରେ ହେମନ୍ତ କ୍ୟାମ୍ପକୁ...

ସୋସିଆଲ ମିଡିଆରୁ ସମ୍ପର୍କ, ନାବାଳିକାଙ୍କୁ ନେଇ ଉଠିଲା ଗୁରୁତର ଅଭିଯୋଗ

ଇନଷ୍ଟାଗ୍ରାମରେ ପ୍ରେମ, ପରେ ନାବାଳିକାକୁ ଘରୁ ନେଇ ଯିବା ଅଭିଯୋଗ… ଆଠ ମାସ ଧରି ଏକାଠି ରହିବା ପରେ ମା’ଙ୍କ ଅଭିଯୋଗରେ ପୋଲିସର ହସ୍ତକ୍ଷେପ… ମାହାଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ମୋବାଇଲର ମାୟାଜାଲରେ ଗଢ଼ିଥିଲା ସମ୍ପର୍କ… ହସ ଖୁସିର କଥାବାର୍ତ୍ତା ପରେ ଆସିଥିଲା ଅଭିଯୋଗର ଝଡ଼। ନାବାଳିକାଙ୍କ ଜୀବନ ସହ ଖେଳିବା ଅଭିଯୋଗରେ ଏବେ ପ୍ରଶ୍ନ ଉଠିଛି ସମାଜ ଉପରେ। “ଯେଉଁ ବୟସରେ ହାତରେ ଥିବା କଥା ବହି ଓ କଲମ, ସେହି ବୟସରେ ଯଦି ଆସେ...

କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକୁ ନେଇ ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ତାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାପଡ଼ାର ଦୁହୁରିଆ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ବିଜେପି କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦର ବିରୋଧ କରିବାରୁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ଓ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ...

ଅକାଳରେ ଝରିଗଲା ଜୀବନ: ବଜ୍ରାଘାତରେ ଯୁକ୍ତଦୁଇ ଛାତ୍ର ମୃତ

ଗାଧୋଇ ଆସି ଘର ଆଗରେ ଠିଆ ହୋଇଥିବା ବେଳେ ଘଟିଲା ଅଘଟଣ; ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଜଣେ ଯୁକ୍ତଦୁଇ ଛାତ୍ରଙ୍କ ଅକାଳ ମୃତ୍ୟୁ ଘଟିଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଲେ ଦେଉଳତରା ଗାଁର କୈଳାଶ ଚନ୍ଦ୍ର ସୁତାରଙ୍କ ୧୭ ବର୍ଷୀୟ ପୁଅ ଅଂଶୁମାନ ସୁତାର। ସୂଚନା ଅନୁଯାୟୀ,...

ମାଦକ ଯୋଗାଇବା ଲୋଭ ଦେଖାଇ ସାମୂହିକ ଦୁଷ୍କର୍ମ ଓ ଅଶ୍ଳୀଳ ଫଟୋ ନେଇ ବ୍ଲାକମେଲ୍ ଅଭିଯୋଗ: ଗୁରୁତର ମାମଲା ତଦନ୍ତ ଜାରି

କେନ୍ଦ୍ରାପଡ଼ା ରାଜନଗରରେ ହେରୋଇନ୍ ଲୋଭ ଦେଖାଇ ବ୍ଲାକମେଲ୍ ଓ ଦୁଷ୍କର୍ମ ଅଭିଯୋଗ: ଦୁଇ ଯୁବକ ଗିରଫ, ତଦନ୍ତ ଜାରି କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳରେ ହେରୋଇନ୍ ଯୋଗାଇବାର ଲୋଭ ଦେଖାଇ ଜଣେ ଯୁବତୀଙ୍କୁ ଡାକି ଗୁରୁତର ଅପରାଧ ଘଟିଥିବା ଅଭିଯୋଗ ଆସିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବୁଲୁ ପଣ୍ଡା ଓ ଜ୍ୟୋତି ପଣ୍ଡା ନାମକ ଦୁଇ ଯୁବକ ଯାତ୍ରା ପାର୍ଟିରେ ହେରୋଇନ୍ ଯୋଗାଇବା ଆଶ୍ୱାସନ ଦେଇ ତାଙ୍କୁ ଏକ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କୁ ନିଶା ଦେଇ...

ଝିଅ ସାମ୍ନାରେ ବାପାକୁ ପଥରରେ ଛେଚି ହତ୍ୟା, କେନ୍ଦ୍ରାପଡ଼ାରେ ଆଲୋଡ଼ନ

କେନ୍ଦ୍ରାପଡ଼ା ଟାଉନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଓ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ପୁତୁରା ତାଙ୍କ ଦାଦାଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ବାବୁଲା ବାରିକ୍ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଘଟଣା ସମୟରେ ମୃତକଙ୍କ ଝିଅ ମଧ୍ୟ ଉପସ୍ଥିତ ଥିଲେ ଏବଂ ସେ ନିଜ ଆଖି ସାମ୍ନାରେ ସମଗ୍ର ଭୟଙ୍କର ଘଟଣା ଦେଖିଥିବା ଜଣାପଡ଼ିଛି, ଯାହାରେ...

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778