କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

Table of Content

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକୁ ନେଇ ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ତାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାପଡ଼ାର ଦୁହୁରିଆ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ବିଜେପି କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦର ବିରୋଧ କରିବାରୁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ଓ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା।

ଖବର ପାଇ ସ୍ଥାନୀୟ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲା। ଆଇନ-ଶୃଙ୍ଖଳା ବଜାୟ ରଖିବା ପାଇଁ ପୁଲିସ୍ କିଛି କଂଗ୍ରେସ ନେତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଅଞ୍ଚଳରେ କିଛି ସମୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ବେଳେ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିବାରୁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଜନୈତିକ ଦଳଗୁଡ଼ିକର ପ୍ରତିବାଦ ଓ ପାଲଟା ପ୍ରତିବାଦ ମଧ୍ୟରେ ଏହି ଘଟଣା ଜିଲ୍ଲା ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରଶାସନ ସତର୍କ ରହିଥିବା ବେଳେ ଶାନ୍ତି ଓ ଆଇନ-ଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778