ପୋଲିସ ଅପରେସନ୍‌ରେ ତ୍ରୁଟି, ଟ୍ରାକ୍ଟର ହେଲା ଟାର୍ଗେଟ

Table of Content

ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ କୁଶଳଦା ଫାଣ୍ଡିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଜବତ ହୋଇଥିବା ଏକ ଟ୍ରାକ୍ଟରକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଷ୍ଟିୟରିଂରେ ହାତକଡ଼ି ପକାଇଥିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି ।

ସୂଚନା ଅନୁସାରେ, ଉକ୍ତ ଟ୍ରାକ୍ଟରରେ ଚୋରା ବାଲି ବୋଝେଇ ହୋଇଥିବା ସନ୍ଦେହରେ ତାହାକୁ ଜବତ କରାଯାଇ ଫାଣ୍ଡି ପରିସରରେ ରଖାଯାଇଥିଲା । କିନ୍ତୁ ଫାଣ୍ଡିରେ ପର୍ଯ୍ୟାପ୍ତ ସୁରକ୍ଷା ବାଉଣ୍ଡାରୀ ନଥିବାରୁ ମାଫିଆମାନେ ଟ୍ରାକ୍ଟରଟିକୁ ନେଇଯିବାର ଆଶଙ୍କା ସୃଷ୍ଟି ହୋଇଥିଲା ।

ଏହି ପରିସ୍ଥିତିରେ ଟ୍ରାକ୍ଟରକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ଏକ ଅଭିନବ ପଦକ୍ଷେପ ଗ୍ରହଣ କରି ଷ୍ଟିୟରିଂରେ ହାତକଡ଼ି ପକାଇଥିଲା । ଫାଣ୍ଡି ସମ୍ମୁଖରେ ରଖାଯାଇଥିବା ଜବତ ଗାଡ଼ିକୁ ଏଭଳି ଭାବେ ସୁରକ୍ଷା ଦିଆଯାଇଥିବା ଦୃଶ୍ୟ ସ୍ଥାନୀୟ ଅଞ୍ଚଳରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର ଧରିଛି ଯେ, ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ଥିବାରୁ ପୋଲିସକୁ ଏଭଳି ବିକଳ୍ପ ପଦକ୍ଷେପ ନେବାକୁ ପଡ଼ିଲା ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts