ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୬୦%କୁ ବଢ଼ିଲା ମହଙ୍ଗା ଭତ୍ତା

Table of Content

ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବୃଦ୍ଧିଶୀଳ ମୁଦ୍ରାସ୍ଫୀତି ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)ରେ ୨ ପ୍ରତିଶତ ବୃଦ୍ଧିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି।

ଏହି ନୂଆ ନିଷ୍ପତ୍ତି ପରେ ରାଜ୍ୟ କର୍ମଚାରୀଙ୍କ DA ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତକୁ ପହଞ୍ଚିଛି। ଏନେଇ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଦୀପକ କୁମାର ସରକାରୀ ନିର୍ଦ୍ଦେଶ ଜାରି କରିଛନ୍ତି।

ସରକାରଙ୍କ ଏହି ନିଷ୍ପତ୍ତିରେ ଉତ୍ତର ପ୍ରଦେଶର ପ୍ରାୟ ୧୬ ଲକ୍ଷ ସରକାରୀ ଅଧିକାରୀ ଓ କର୍ମଚାରୀ ସହ ଲକ୍ଷାଧିକ ପେନସନଭୋଗୀ ଉପକୃତ ହେବେ। ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ସମୟରେ ଏହି DA ବୃଦ୍ଧି କର୍ମଚାରୀଙ୍କ ପାଇଁ ବଡ଼ ରାହତ ବୋଲି ମନେ କରାଯାଉଛି।

ଯଦିଓ ଏହି ନିଷ୍ପତ୍ତିରେ ରାଜ୍ୟ ସରକାରଙ୍କ ରାଜକୋଷ ଉପରେ ଅତିରିକ୍ତ ଆର୍ଥିକ ଚାପ ପଡ଼ିବ, ତଥାପି କର୍ମଚାରୀଙ୍କ ଆର୍ଥିକ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।

ଉଲ୍ଲେଖଯୋଗ୍ୟ, ମହଙ୍ଗା ଭତ୍ତା କର୍ମଚାରୀଙ୍କ ମୂଳ ଦରମା ଆଧାରରେ ଗଣନା କରାଯାଇଥାଏ।

ମହଙ୍ଗା ଭତ୍ତା  ବୃଦ୍ଧି ପରେ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ବଡ଼ ଆର୍ଥିକ ରାହତ ମିଳିବାକୁ ଯାଉଛି। ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁଯାୟୀ, ବୃଦ୍ଧିପ୍ରାପ୍ତ DAର ବକେୟା ରାଶି କର୍ମଚାରୀଙ୍କ ଭବିଷ୍ୟନିଧି ଓ ପେନସନ ଖାତାରେ ଜମା କରାଯିବ। ଏହା ଦ୍ୱାରା ଆଗାମୀ ଦିନରେ କର୍ମଚାରୀଙ୍କ ସଞ୍ଚୟ ଓ ଆର୍ଥିକ ସୁରକ୍ଷା ଆହୁରି ମଜବୁତ ହେବ।

ସରକାରୀ ନିର୍ଦ୍ଦେଶ ଅନୁସାରେ,  ଖାତାରେ ଜମା ହେବାକୁ ଥିବା ବକେୟା ରାଶି ୧ ମେ ୨୦୨୭ ପର୍ଯ୍ୟନ୍ତ ଖାତାରେ ରହିବ। ସାଧାରଣ ପରିସ୍ଥିତିରେ କର୍ମଚାରୀମାନେ ଏହି ରାଶିକୁ ପୂର୍ବରୁ ଉଠାଇ ପାରିବେ ନାହିଁ। ତେବେ, ଭବିଷ୍ୟନିଧି ନିୟମ ଅନୁଯାୟୀ ବିଶେଷ ପରିସ୍ଥିତିରେ ଚୂଡ଼ାନ୍ତ ଉଠାଣ ପାଇଁ ଏହି ନିୟମ ଲାଗୁ ହେବ ନାହିଁ।

ଯେଉଁ କର୍ମଚାରୀମାନେ ର ସଦସ୍ୟ ନୁହନ୍ତି, ସେମାନଙ୍କ ପାଇଁ ସରକାର ଅଲଗା ବ୍ୟବସ୍ଥା କରିଛନ୍ତି। ସେମାନଙ୍କ ବକେୟା ରାଶି ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ ରେ ଜମା କରାଯିବ କିମ୍ବା ଜାତୀୟ ସଞ୍ଚୟ ପ୍ରମାଣପତ୍ର (NSC) ଆକାରରେ ପ୍ରଦାନ କରାଯିବ। ଯଦି ନିର୍ଦ୍ଦିଷ୍ଟ ମୂଲ୍ୟର NSC ଉପଲବ୍ଧ ନଥାଏ, ତେବେ ଅବଶିଷ୍ଟ ରାଶି ନଗଦ ଆକାରରେ ଦିଆଯିବ।

ସେହିପରି, ଜାତୀୟ ପେନସନ ଯୋଜନା ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ସରକାର ବିଶେଷ ବ୍ୟବସ୍ଥା ଘୋଷଣା କରିଛନ୍ତି। ଜାନୁଆରୀ ୧, ୨୦୨୬ ରୁ ଏପ୍ରିଲ ୩୦, ୨୦୨୬ ପର୍ଯ୍ୟନ୍ତ ବକେୟା DAର ୧୦ ପ୍ରତିଶତ କର୍ମଚାରୀଙ୍କ ଟାୟାର-୧ ପେନସନ ଖାତାରେ ଜମା କରାଯିବ। ଏହା ସହିତ ରାଜ୍ୟ ସରକାର କିମ୍ବା ସମ୍ପୃକ୍ତ ନିଯୁକ୍ତିଦାତା ଅତିରିକ୍ତ ୧୪ ପ୍ରତିଶତ ଅଂଶଦାନ କରିବେ।

ଏହି ନୂଆ ବ୍ୟବସ୍ଥା କର୍ମଚାରୀଙ୍କ ମାସିକ ଆୟ ସହିତ ଭବିଷ୍ୟତ ସଞ୍ଚୟକୁ ମଧ୍ୟ ସୁଦୃଢ଼ କରିବ ବୋଲି ମନେ କରାଯାଉଛି। ବୃଦ୍ଧି ପାଉଥିବା ମହଙ୍ଗା ସମୟରେ ସରକାରଙ୍କ ଏହି ପଦକ୍ଷେପ ଲକ୍ଷାଧିକ ପରିବାରକୁ ବଡ଼ ଆଶ୍ୱସ୍ତି ଦେବ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts