କଲେଜରେ ରାଗିଂ ରୋକିବାକୁ ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ

Table of Content

ରାଗିଂ ବିରୋଧରେ ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ । ଓଡ଼ିଶାର ସମସ୍ତ ସରକାରୀ ଓ ବେସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ରାଗିଂ ରୋକିବା ପାଇଁ ବିଭାଗ କଡ଼ା ପଦକ୍ଷେପ ନେଇଛି । ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ଡିଗ୍ରୀ, ସଂସ୍କୃତ ଓ ଶିକ୍ଷକ ଶିକ୍ଷା କଲେଜର ଅଧ୍ୟକ୍ଷମାନଙ୍କୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।

ଜାତୀୟ ମାନବାଧିକାର ଆୟୋଗ ର ସୁପାରିଶ ଏବଂ ସୁପ୍ରିମକୋର୍ଟଙ୍କ ରାୟକୁ ଆଧାର କରି ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ କୁହାଯାଇଛି ।

ନୂଆ ନିର୍ଦ୍ଦେଶ ଅନୁସାରେ, ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଆଣ୍ଟି-ରାଗିଂ କମିଟି, ସ୍କ୍ୱାଡ୍‌ ଓ ମନିଟରିଂ ସେଲ୍‌କୁ ପୁନର୍ଗଠନ କରି ସକ୍ରିୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ହଷ୍ଟେଲ୍‌ ଓ କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ୨୪ ଘଣ୍ଟିଆ ନଜରଦାରି ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏହାସହ ନିୟମିତ ଓ ଅଚମ୍କା ଯାଞ୍ଚ କରି ତାହାର ରେକର୍ଡ ରଖିବାକୁ ମଧ୍ୟ ବିଭାଗ ପକ୍ଷରୁ ତାଗିଦ ଦିଆଯାଇଛି ।

ନୂଆ ନିର୍ଦ୍ଦେଶାବଳୀରେ ଆଣ୍ଟି-ରାଗିଂ କମିଟିରେ ଏସ୍‌ସି/ଏସ୍‌ଟି ସମ୍ପ୍ରଦାୟର ପ୍ରତିନିଧିଙ୍କୁ ସାମିଲ କରିବାକୁ ମଧ୍ୟ କୁହାଯାଇଛି । ସେହିପରି, ନିର୍ଦ୍ଦେଶ ପାଳନ ହେଉଥିବା ସମ୍ପର୍କରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ମୁଖ୍ୟଙ୍କୁ ଅନୁପାଳନ ସନଦ ଦେବାକୁ ପଡ଼ିବ ।

ରାଗିଂ ସମ୍ପର୍କିତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ତିନି-ସ୍ତରୀୟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଏହା ଅନୁସାରେ ପ୍ରଥମେ ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ସେଲ୍‌ ଦ୍ୱାରା ତଦନ୍ତ କରାଯିବ, ପରେ ମନିଟରିଂ ଏଜେନ୍ସି ଏବଂ ଆବଶ୍ୟକ ପଡ଼ିଲେ ଜିଲ୍ଲାସ୍ତରୀୟ କମିଟି ମାମଲାର ସମୀକ୍ଷା କରିବ । ଏଥିରେ ପୀଡ଼ିତ ଛାତ୍ରଛାତ୍ରୀଙ୍କ ମତାମତକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି କାଉନସେଲିଂ ଓ ମେଣ୍ଟାଲ୍‌ ହେଲ୍ଥ ସପୋର୍ଟ ବ୍ୟବସ୍ଥା କରିବାକୁ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି । ଏହାସହ ନୂଆ ଛାତ୍ରଛାତ୍ରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଓ ଓରିଏଣ୍ଟେସନ୍‌ ସେସନ୍‌ ଆୟୋଜନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts