ଦେଶ- ବିଦେଶ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ପ୍ରବଳ ଭୂମିକମ୍ପରେ କମ୍ପିଲା ଫିଲିପାଇନ୍ସ, ସୁନାମି ନେଇ ଅପେକ୍ଷାରେ ପ୍ରଶାସନ

ଫିଲିପାଇନ୍ସର ଦକ୍ଷିଣ ଅଞ୍ଚଳରେ ଆଜି ସକାଳେ ୭.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ବୁରିଆସ୍ ଅଞ୍ଚଳଠାରୁ ପ୍ରାୟ ୨୫ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଥିବା ସୂଚନା ମିଳିଛି। ପ୍ରବଳ ଝଟକା ପରେ ଅନେକ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଥିବା ବେଳେ କେତେକ ସ୍ଥାନରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଥିବା ଖବର ମିଳିଛି। ଭୂମିକମ୍ପ ପରେ ସୁନାମି ସତର୍କତା ବ୍ୟବସ୍ଥା ସକ୍ରିୟ ହୋଇଯାଇଛି। ପ୍ରଶାନ୍ତ ମହାସାଗର ଅଞ୍ଚଳର କିଛି ଉପକୂଳବର୍ତ୍ତୀ ଅଞ୍ଚଳରେ...

‘ସେ ସବୁବେଳେ ଏମିତି ଖେଳନ୍ତି’— ସୂର୍ଯ୍ୟାଙ୍କୁ ବାହାର କରିବା ନେଇ ଅଜିତଙ୍କ ସଫାଇ

ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳକୁ ଶନିବାର ଘୋଷଣା କରାଯାଇଛି। ଏହି ଦଳର ନେତୃତ୍ୱ ଭାର ଶ୍ରେୟସ ଆୟରଙ୍କୁ ଦିଆଯାଇଥିବା ବେଳେ ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ଭାରତର ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି। ତେବେ ଦଳ ଘୋଷଣା ପରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି...

ସୁପ୍ରିମକୋର୍ଟଙ୍କ ନୂଆ ନିଷ୍ପତ୍ତି: AI ସହାୟତାରେ ଚାଲିବ କୋର୍ଟ କାର୍ଯ୍ୟ

ନୂଆଦିଲ୍ଲୀ: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଦ୍ରୁତ, ସ୍ୱଚ୍ଛ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ସୁପ୍ରିମକୋର୍ଟର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କମିଟି ‘Artificial Intelligence Use in Courts – 2026’ ନାମକ ଏକ ଖସଡ଼ା ନୀତିପତ୍ର ଜାରି କରିଛି। ଏହି ଖସଡ଼ା ଉପରେ ଆସନ୍ତା ଜୁନ 20 ସୁଦ୍ଧା ଆଇନଜୀବୀ, ନ୍ୟାୟିକ ଅଧିକାରୀ, ଆଇନ ବିଶେଷଜ୍ଞ ଏବଂ ସାଧାରଣ ଜନତାଙ୍କ ମତାମତ ଆହ୍ୱାନ କରାଯାଇଛି। ଖସଡ଼ା ଅନୁଯାୟୀ, ନ୍ୟାୟିକ ପ୍ରକ୍ରିୟାରେ AIକୁ ସହାୟକ ଉପକରଣ ଭାବେ...

ପଶ୍ଚିମବଙ୍ଗ ରାଜନୀତିରେ ନୂଆ ସମୀକରଣ, କ୍ୟାବିନେଟ୍‌ରେ ୩୫ ନୂଆ ଚେହେରା

କୋଲକାତାସ୍ଥିତ ଲୋକ ଭବନରେ ସୋମବାର ପଶ୍ଚିମବଙ୍ଗ ସରକାରର ବୃହତ୍ କ୍ୟାବିନେଟ୍ ବିସ୍ତାର ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାରରେ ୩୫ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ସି. ଭି. ଆନନ୍ଦ ବୋସ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ରାଜ୍ୟ ବିଜେପି ନେତୃତ୍ୱ ଦଳର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରି ନୂତନ ମନ୍ତ୍ରୀମାନଙ୍କ...

ମନ୍ କି ବାତ୍‌ରେ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

ମନ୍ କି ବାତ୍‌ରେ ଓଡ଼ିଶାର ବେଲପଣା ଓ ଆମ୍ବର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାରମ୍ପରିକ ପାନୀୟ ଓ କୃଷି ଉତ୍ପାଦର ଗୁରୁତ୍ୱ ଉପରେ ଆଲୋକପାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶର ପାରମ୍ପରିକ ଖାଦ୍ୟ ଓ ପାନୀୟର ଗୁରୁତ୍ୱକୁ ପୁନର୍ବାର ଉଜାଗର କରିଛନ୍ତି। ଗ୍ରୀଷ୍ମ ଋତୁରେ ଶରୀରକୁ ସତେଜ ଓ ସୁସ୍ଥ ରଖିବା ପାଇଁ ପ୍ରାକୃତିକ ଓ ସ୍ଥାନୀୟ ପାନୀୟର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ...

ମୋଦି କ୍ୟାବିନେଟ୍‌ରେ ହୋଇପାରେ ବଡ଼ ଧରଣର ପୁନର୍ଗଠନ, ୧୨ ମନ୍ତ୍ରୀ ବାଦ୍ ପଡ଼ିବା ଆଶଙ୍କା

କେନ୍ଦ୍ର ସରକାରର ମନ୍ତ୍ରିମଣ୍ଡଳରେ ଆସନ୍ତା ଜୁନ୍ ମାସରେ ବଡ଼ ଧରଣର ପୁନର୍ଗଠନ ହେବାର ସମ୍ଭାବନା ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି। ସୂତ୍ର ଅନୁସାରେ, ଜୁନ୍ ୧୫ରୁ ୧୮ ମଧ୍ୟରେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇପାରେ। ଏଥିରେ କେତେକ ମନ୍ତ୍ରୀଙ୍କ ଦାୟିତ୍ୱ ପରିବର୍ତ୍ତନ ସହ ନୂଆ ମୁହଁଙ୍କୁ ସୁଯୋଗ ମିଳିପାରେ। ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ, ୨୦୨୭ରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ସାଂଗଠନିକ...

ବ୍ଲୁ ଅରିଜିନ୍ ରକେଟ୍ ପରୀକ୍ଷଣ ବେଳେ ଭୟଙ୍କର ବିସ୍ଫୋରଣ, ମହା ଦୁର୍ଘଟନା ରିପୋର୍ଟ

ଆମେରିକାର ଫ୍ଲୋରିଡାର କେପ୍ କାନାଭେରାଲ ସ୍ପେସ୍ ଫୋର୍ସ ଷ୍ଟେସନରେ ଅମାଜନ ସଂସ୍ଥାପକ ଜେଫ୍ ବେଜୋସଙ୍କ ବ୍ଲୁ ଅରିଜିନ କମ୍ପାନୀର ‘ନ୍ୟୁ ଗ୍ଲେନ୍’ ରକେଟ୍ ପରୀକ୍ଷଣ ସମୟରେ ଲଞ୍ଚ୍ ପ୍ୟାଡ୍‌ରେ ବିସ୍ଫୋରଣ ଘଟିଛି। ଇଞ୍ଜିନ୍ ଫାୟରିଂ ଟେଷ୍ଟ ସମୟରେ ଏହି ଘଟଣା ଘଟିଥିବାବେଳେ ଆକାଶ ଅଳ୍ପ ସମୟ ପାଇଁ ଲାଲ୍-କମଳା ଆଲୋକରେ ଭରିଯାଇଥିଲା ଏବଂ ନିକଟବର୍ତ୍ତୀ ଅଞ୍ଚଳରେ ଘରଗୁଡ଼ିକ ମଧ୍ୟ କମ୍ପିଯାଇଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ମୃତାହତ ହୋଇନାହିଁ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ବ୍ଲୁ ଅରିଜିନ...

ନଦୀ ମଝିରେ ଓଲଟିଲା ଡଙ୍ଗା, ଆର୍ତ୍ତଚିତ୍କାରରେ କମ୍ପିଲା ଗଙ୍ଗା ଘାଟ୍ ।

ବିହାରର ପଟନା ଜିଲ୍ଲା ନିକଟସ୍ଥ ଉମାନାଥ ଗଙ୍ଗା ଘାଟରେ ଘଟିଛି ହୃଦୟବିଦାରକ ଡଙ୍ଗା ଦୁର୍ଘଟଣା । ଯାତ୍ରୀବାହୀ ଏକ ଛୋଟ ଡଙ୍ଗା ଗଙ୍ଗା ନଦୀର ମଝିରେ ଓଲଟି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏପର୍ଯ୍ୟନ୍ତ ନିଖୋଜ ରହିଛନ୍ତି । ଗୁରୁବାର ସକାଳେ ଘଟିଥିବା ଏହି ଅଘଟଣ ପରେ ଘାଟ ଅଞ୍ଚଳରେ ଚିତ୍କାର ଓ ଅସ୍ଥିରତାର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ, ଡଙ୍ଗାରେ ମୋଟ ୧୪ ଜଣ...

ନିର୍ବାଚନ କମିଶନ କରିପାରିବେ SIR, ଏହା ଆଇନ୍‌ର ଉଲ୍ଲଂଘନ ନୁହେଁ: ସୁପ୍ରିମକୋର୍ଟ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision-SIR) ପ୍ରକ୍ରିୟାକୁ ନେଇ ଉଠିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ SIR ପ୍ରକ୍ରିୟାକୁ ବୈଧ ଓ ସାମ୍ବିଧାନିକ ବୋଲି କହିବା ସହ ନିର୍ବାଚନ କମିଶନ ତାହାର ଅଧିକାର ସୀମା ମଧ୍ୟରେ ରହି କାର୍ଯ୍ୟ କରିଥିବା ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ବେଞ୍ଚ ବୁଧବାର ଶୁଣାଣି ସମୟରେ କହିଥିଲେ ଯେ, ନିର୍ବାଚନ କମିଶନଙ୍କ...

କୁନି ଝିଅର ମୃତ୍ୟୁ ଖବରରେ ପୋଲିସର ହସମୁଖ ଆଚରଣ, ଉଠିଲା ସମ୍ବେଦନଶୀଳତାକୁ ନେଇ ପ୍ରଶ୍ନ ।

ତାମିଲନାଡ଼ୁର କୋଏମ୍ବାଟୁରରେ ଜଣେ ୧୦ ବର୍ଷୀୟା କୁନି ଝିଅଙ୍କ ସହ ଘଟିଥିବା ଅପହରଣ, ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ସମଗ୍ର ଦେଶକୁ ଅବାକ୍ କରିଦେଇଛି। ଏହି ହୃଦୟବିଦାରକ ଘଟଣାକୁ ନେଇ ଲୋକମାନଙ୍କ ମନରେ ତୀବ୍ର କ୍ଷୋଭ ଦେଖାଦେଇଥିବା ବେଳେ, ଏବେ ପୋଲିସ ଅଧିକାରୀଙ୍କ ବ୍ୟବହାରକୁ କେନ୍ଦ୍ର କରି ନୂଆ ବିବାଦ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ କିଛି ପୋଲିସ ଅଧିକାରୀ ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ଦେବାବେଳେ ହସୁଥିବା ଦେଖିବାକୁ...
1 2 3 4 5 10

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779