ଶିଖ୍ ମହିଳାଙ୍କୁ ଦୁଷ୍କର୍ମ ପରେ ଦେଶକୁ ଫେରିଯାଅ ବୋଲି କହିଥିଲେ ଅଭିଯୁକ୍ତ
ୟୁକେର ଓଲ୍ଡବରିର ଏକ ପାର୍କରେ ଜଣେ ୨୦ ବର୍ଷୀୟା ମହିଳାଙ୍କୁ ସ୍ପଷ୍ଟ ଦିବାଲୋକରେ ଦୁଇଜଣ ପୁରୁଷ ଦୁଷ୍କର୍ମ କରିଥିବା ମାମଲାରେ ଏବେ ନୂଆ ନୂଆ ତଥ୍ୟ ହସ୍ତଗତ ହେଉଛି। ପୁରୁଷ ଦ୍ବୟ ମହିଳାଙ୍କ ଦୁଷ୍କର୍ମ ସହ ଆକ୍ରମଣ କରି ‘ତୁମେ ତୁମ ଦେଶକୁ ଫେରିଯାଅ’ ବୋଲି କହିଥିଲେ।
