‘ସେ ସବୁବେଳେ ଏମିତି ଖେଳନ୍ତି’— ସୂର୍ଯ୍ୟାଙ୍କୁ ବାହାର କରିବା ନେଇ ଅଜିତଙ୍କ ସଫାଇ

Table of Content

ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଏବଂ ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପାଇଁ ଭାରତୀୟ ଦଳକୁ ଶନିବାର ଘୋଷଣା କରାଯାଇଛି। ଏହି ଦଳର ନେତୃତ୍ୱ ଭାର ଶ୍ରେୟସ ଆୟରଙ୍କୁ ଦିଆଯାଇଥିବା ବେଳେ ତିଲକ ବର୍ମାଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେହିପରି ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ପ୍ରଥମ ଥର ପାଇଁ ଭାରତର ସିନିୟର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି।

ତେବେ ଦଳ ଘୋଷଣା ପରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି ସୂର୍ଯ୍ୟକୁମାର ଯାଦବଙ୍କୁ ଅଧିନାୟକ ପଦରୁ ହଟାଇବା ଓ ତାଙ୍କୁ ଦଳରେ ସ୍ଥାନ ନ ମିଳିବା। ଏହି ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରିଛନ୍ତି ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକର।

ଅଗରକର କହିଛନ୍ତି, “ଗତ କିଛି ବର୍ଷ ଧରି ଆମେ ଶ୍ରେୟସ ଆୟରଙ୍କ ନେତୃତ୍ୱ କ୍ଷମତାକୁ ନିକଟରୁ ପର୍ଯ୍ୟବେକ୍ଷଣ କରୁଛୁ। ବିଭିନ୍ନ ଫ୍ରାଞ୍ଚାଇଜ ଦଳର ନେତୃତ୍ୱ ନେଇ ସେ ନିଜ ଦକ୍ଷତା ପ୍ରମାଣ କରିଛନ୍ତି। ନିକଟରେ ସେ ନିଜ ଦଳକୁ ଟାଇଟଲ୍‌ ଜିତାଇବା ସହ ବ୍ୟକ୍ତିଗତ ଭାବେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।”

ସେ ଆହୁରି କହିଛନ୍ତି, “ଶ୍ରେୟସ ବିଶ୍ୱକପ୍ ଦଳରେ ସ୍ଥାନ ପାଇବାର ବହୁତ ନିକଟରେ ଥିଲେ। ମୋ ମତରେ ଅଧିନାୟକ ପଦ ପାଇଁ ସେ ଜଣେ ଦୃଢ଼ ଦାବିଦାର ଥିଲେ। ଆଗାମୀ ଦୁଇ ବର୍ଷର ଯୋଜନା ଏବଂ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।”

ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରୁ ବାଦ ଦେବା ପ୍ରସଙ୍ଗରେ ଅଗରକର କହିଛନ୍ତି ଯେ, “ଏହି ନିଷ୍ପତ୍ତି ସହଜ ନଥିଲା। ତାଙ୍କର ସମ୍ପ୍ରତିକ ଫର୍ମ ଓ ଦଳର ଦୀର୍ଘମିଆଦି ଯୋଜନାକୁ ବିଚାରକୁ ନେଇ ଏହି ପଦକ୍ଷେପ ନିଆଯାଇଛି।”

ଯଦିଓ ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱ ରେକର୍ଡ ଅତ୍ୟନ୍ତ ଚମତ୍କାର ରହିଛି। ତାଙ୍କ ନେତୃତ୍ୱରେ ଭାରତ ୫୨ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୪୦ଟିରେ ବିଜୟୀ ହୋଇଥିବା ବେଳେ କେବଳ ୮ଟିରେ ପରାଜୟ ବରଣ କରିଛି। ଦୁଇଟି ମ୍ୟାଚ୍ ଟାଇ ହୋଇଥିବା ବେଳେ ଆଉ ଦୁଇଟିର କୌଣସି ଫଳାଫଳ ଆସିନଥିଲା। ତାଙ୍କ ବିଜୟ ପ୍ରତିଶତ ୭୬.୯୬ ରହିଥିଲା।

ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ଭାରତ ଏସିଆ କପ୍ ଓ ଟି-୨୦ ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଥିଲା। ତଥାପି ଚୟନକର୍ତ୍ତାମାନେ ଦଳର ଭବିଷ୍ୟତ ଓ ନୂତନ ନେତୃତ୍ୱ ଗଢ଼ି ତୋଳିବା ଉଦ୍ଦେଶ୍ୟରେ ଶ୍ରେୟସ ଆୟରଙ୍କ ଉପରେ ଭରସା ପ୍ରକାଶ କରିଛନ୍ତି।

ଏବେ ଦେଖିବାକୁ ବାକି ରହିଲା ଯେ, ନୂତନ ଅଧିନାୟକ ଭାବେ ଶ୍ରେୟସ ଆୟର ଭାରତୀୟ ଦଳକୁ କେତେ ଦୂର ସଫଳତାର ଶିଖରକୁ ନେଇପାରୁଛନ୍ତି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts