ଜିଲ୍ଲା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

କୁକୁର କାମୁଡ଼ାରେ ରକ୍ତାକ୍ତ କୁନି ଶିଶୁ, ମୁଣ୍ଡରେ ଗଭୀର ଆଘାତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ବୁଲା କୁକୁରଙ୍କ ଆତଙ୍କ ଭୟାବହ ରୂପ ନେଇଛି । ଘର ଅଗଣାରେ ଖେଳୁଥିବା ୯ ବର୍ଷର ଏକ କୁନି ପୁଅ ଉପରେ ୫ରୁ ଅଧିକ ବୁଲା କୁକୁର ହଠାତ୍ ଆକ୍ରମଣ କରିଥିଲେ । କୁକୁରମାନେ ପିଲାଟିକୁ ଚାରିପଟୁ ଘେରି ତାର ମୁଣ୍ଡ ଓ ଗାଲକୁ କାମୁଡ଼ି ଦେଇଥିଲେ । ଏହି ଆକ୍ରମଣରେ ମୁଣ୍ଡର ଉପରି ଅଂଶର ମାଂସ ଛିଣ୍ଡିଯାଇଥିବାବେଳେ ଗାଲରେ ମଧ୍ୟ ଗଭୀର ଆଘାତ ଲାଗିଛି । ପିଲାଟି ଚିତ୍କାର କରି...

ଇବୋଲା ସତର୍କତା: ବିମାନବନ୍ଦରରେ କଡ଼ା ନଜରଦାରି, ବିଦେଶଫେରତ ଯାତ୍ରୀଙ୍କୁ ସ୍ୱତନ୍ତ୍ର ସ୍କ୍ରିନିଂ

ଭୁବନେଶ୍ୱର ବିମାନବନ୍ଦରରେ ଇବୋଲା ସତର୍କତାକୁ ନେଇ କଡ଼ା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଦେଶରୁ ଫେରୁଥିବା ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ବିମାନବନ୍ଦରରେ ନଜରଦାରି ଆହୁରି କଡ଼ା କରାଯାଇଛି। ବିଶେଷକରି ବ୍ୟାଙ୍କକ୍‌ରୁ ଆସୁଥିବା ଯାତ୍ରୀଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ବିମାନବନ୍ଦର କର୍ତ୍ତୃପକ୍ଷ ଗଭୀର ନଜର ରଖିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଅନୁଯାୟୀ, ପୂର୍ବରୁ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍କକ୍‌କୁ ବିମାନ ସେବା ଚାଲୁଥିଲେ ମଧ୍ୟ...

ଗଞ୍ଜାମ ରକ୍ତରଞ୍ଜିତ, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ

ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଅଞ୍ଚଳରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ଶୋକାକୁଳ କରିଦେଇଛି। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଲଡ଼କାପଲ୍ଲୀ ଛକ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ସୋରଳ ରୋଡ୍‌ ଏରେଣ୍ଡ୍ରା ଅଞ୍ଚଳରୁ କିଛି ଲୋକ ଗୋଟିଏ ଅଟୋରେ ସିଂହାସନୀ ପୀଠକୁ ଭୋଜି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାଉଥିଲେ।...

ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର, ୬୦%କୁ ବଢ଼ିଲା ମହଙ୍ଗା ଭତ୍ତା

ଲକ୍ଷାଧିକ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ବୃଦ୍ଧିଶୀଳ ମୁଦ୍ରାସ୍ଫୀତି ମଧ୍ୟରେ ଉତ୍ତର ପ୍ରଦେଶର ଯୋଗୀ ସରକାର ରାଜ୍ୟ କର୍ମଚାରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)ରେ ୨ ପ୍ରତିଶତ ବୃଦ୍ଧିକୁ ଆନୁଷ୍ଠାନିକ ଭାବେ ଅନୁମୋଦନ କରିଛନ୍ତି। ଏହି ନୂଆ ନିଷ୍ପତ୍ତି ପରେ ରାଜ୍ୟ କର୍ମଚାରୀଙ୍କ DA ୫୮ ପ୍ରତିଶତରୁ ବଢ଼ି ୬୦ ପ୍ରତିଶତକୁ ପହଞ୍ଚିଛି। ଏନେଇ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ  ଦୀପକ କୁମାର...

‘ଶକ୍ତିଶ୍ରୀ’ ଆପ୍: ଛାତ୍ରୀଙ୍କୁ ୨୪ ଘଣ୍ଟିଆ ସୁରକ୍ଷା

ରାଜ୍ୟର ଛାତ୍ରୀମାନଙ୍କ ସୁରକ୍ଷା ଓ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ଶକ୍ତିଶ୍ରୀ’ ଆପ୍‌କୁ ଆରମ୍ଭ କରାଯାଇଛି। ଏହି ଆପ୍ ମାଧ୍ୟମରେ ଛାତ୍ରୀମାନେ ୨୪ ଘଣ୍ଟିଆ ସୁରକ୍ଷା ସେବା ପାଇପାରିବେ। ଏହାକୁ ସମସ୍ତ ଶିକ୍ଷାର୍ଥୀଙ୍କ ମୋବାଇଲ୍‌ରେ ଇନଷ୍ଟଲ୍ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖାଯାଇଛି। ଆପ୍‌ଟି ଡାଉନ୍‌ଲୋଡ୍ ପରେ ଛାତ୍ରଛାତ୍ରୀମାନେ ନାମ, ସାମ୍ସ ଆଇଡି, ପଞ୍ଜୀକରଣ ସଂଖ୍ୟା, ଲିଙ୍ଗ ଏବଂ ସାମ୍ସରେ...

ଆଗାମୀ ୩ ଦିନରେ ତାତି ବଢ଼ିବ: ୩ ଡିଗ୍ରୀ ଉପରକୁ ଯିବ ପାରଦ, ୪୫°C ଛୁଇଁବ ତାପମାତ୍ରା ଆଶଙ୍କା

 ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଆହୁରି ଭୟଙ୍କର ରୂପ ନେଉଛି। ଧୁଧୁ ଖରା ସହ ପ୍ରବଳ ଗୁଳୁଗୁଳିରେ ଜନଜୀବନ କଲବଲ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ଆଉ ୨ରୁ ୩ ଡିଗ୍ରୀ ସେଲସିଅସ୍ ବୃଦ୍ଧି ପାଇପାରେ। କିଛି ଅଞ୍ଚଳରେ ପାରଦ ୪୫ ଡିଗ୍ରୀ ସେଲସିଅସ୍‌ ମଧ୍ୟ ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ ହୋଇଛି। ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ୪୪.୮ ଡିଗ୍ରୀ ସେଲସିଅସ୍ ତାପମାତ୍ରା ରେକର୍ଡ ହୋଇଛି। ହୀରାକୁଦରେ ୪୪...

ବିଶେଷ ନୀତିକାର୍ଯ୍ୟ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ସାମୟିକ ବନ୍ଦ

ଆଜି ପୁରୀ ଶ୍ରୀମନ୍ଦିରରେ ବନ ନୀତିକାର୍ଯ୍ୟ (ବନକ ଲାଗି ନୀତି) ଅନୁଷ୍ଠିତ ହେବାରୁ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ଶ୍ରୀଜଗନ୍ନାଥ ଦର୍ଶନ ସାମୟିକ ଭାବେ ବନ୍ଦ ରହିବ। ଏହି ସମୟରେ ଦେବଦେବୀଙ୍କ ଗୁପ୍ତ ନୀତିକାର୍ଯ୍ୟ ରତ୍ନବେଦୀରେ ମହାପ୍ରଭୁଙ୍କ ସେବାୟତମାନଙ୍କ ଦ୍ୱାରା ସମ୍ପନ୍ନ କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଏହି ନୀତି ଆରମ୍ଭ ହେବ ଏବଂ ମହାପାତ୍ର ସେବାୟତମାନେ ହେଙ୍ଗୁଳ, ହରିତାଳ, କର୍ପୁର ଓ ମୃଗମଦ ଆଦି ପ୍ରାକୃତିକ ଉପାଦାନ ବ୍ୟବହାର କରି...

ଆଜି ପ୍ରକାଶିତ ହେଲା +2 ପରୀକ୍ଷା ଫଳ

ଓଡ଼ିଶା ହାୟର ସେକେଣ୍ଡାରୀ ଶିକ୍ଷା ପରିଷଦ (CHSE) ଦ୍ୱାରା +2 ପରୀକ୍ଷା ଫଳାଫଳ ଆଜି ଦୁପୂର 12:30ରେ ପ୍ରକାଶିତ ହେବ। ଏକାସାଥିରେ କଳା (Arts), ବିଜ୍ଞାନ (Science), ବାଣିଜ୍ୟ (Commerce) ଏବଂ ବୃତ୍ତିମୂଳକ (Vocational) ଶାଖାର ଫଳ ପ୍ରକାଶ କରାଯିବ। ଏହି ବର୍ଷ 4 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ। ଫେବୃଆରୀ 18 ରୁ ମାର୍ଚ୍ଚ 28 ପର୍ଯ୍ୟନ୍ତ ପରୀକ୍ଷା ଆୟୋଜିତ ହୋଇଥିଲା। ମୋଟ 4,01,623 ଜଣ ଛାତ୍ରଛାତ୍ରୀ ଫର୍ମ ଭରିଥିଲେ, ଯାହାରୁ...

ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ, ଆଜି ରାତିଠାରୁ ଦେଶବ୍ୟାପୀ ବନ୍ଦ ରହିବ ଔଷଧ ଦୋକାନ

ଅନଲାଇନ୍ ଔଷଧ ବିକ୍ରିକୁ ବିରୋଧ, ଆଜି ରାତିଠାରୁ ଦେଶବ୍ୟାପୀ ବନ୍ଦ ରହିବ ମେଡିସିନ୍ ଦୋକାନ ଡିଜିଟାଲ୍ ଓ ଅନଲାଇନ୍ ମାଧ୍ୟମରେ ଔଷଧ ବିକ୍ରିକୁ ବିରୋଧ କରି ଆସନ୍ତା ମେ’ ୨୦ ତାରିଖରେ ଦେଶବ୍ୟାପୀ ଔଷଧ ଦୋକାନ ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବାକୁ ଯାଉଛି। ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌ ପକ୍ଷରୁ ରାଜ୍ୟର ସମସ୍ତ ଔଷଧ ଦୋକାନ ବନ୍ଦ ରଖିବା ନେଇ ଘୋଷଣା କରାଯାଇଛି। ସୂଚନା ଅନୁସାରେ, ଆଜି ରାତିଠାରୁ...

ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ରାସ୍ତା କୁକୁରଙ୍କୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ରାସ୍ତା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମତ, ‘ମାନବ ସୁରକ୍ଷା ପ୍ରଥମ’ ରାସ୍ତା କୁକୁରଙ୍କ ଆକ୍ରମଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଓ କଡ଼ା ମତ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପଶୁପ୍ରତି ଦୟା ଓ ସହାନୁଭୂତି ଆବଶ୍ୟକ ହେଲେ ମଧ୍ୟ ମାନବ ଜୀବନ ଓ ସାଧାରଣ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦିଆଯିବ। ସୁପ୍ରିମକୋର୍ଟଙ୍କ ମତାନୁସାରେ, ଯଦି କୌଣସି ରାସ୍ତା କୁକୁର କାହାକୁ କାମୁଡ଼ି ଆହତ କରେ, ତେବେ ସେହି...
1 14 15 16 17 18 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780