ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ରାସ୍ତା କୁକୁରଙ୍କୁ ନେଇ ଆସିଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

Table of Content

ରାସ୍ତା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ମତ, ‘ମାନବ ସୁରକ୍ଷା ପ୍ରଥମ’

ରାସ୍ତା କୁକୁରଙ୍କ ଆକ୍ରମଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ଓ କଡ଼ା ମତ ପ୍ରକାଶ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପଶୁପ୍ରତି ଦୟା ଓ ସହାନୁଭୂତି ଆବଶ୍ୟକ ହେଲେ ମଧ୍ୟ ମାନବ ଜୀବନ ଓ ସାଧାରଣ ସୁରକ୍ଷାକୁ ସର୍ବପ୍ରଥମ ଗୁରୁତ୍ୱ ଦିଆଯିବ।

ସୁପ୍ରିମକୋର୍ଟଙ୍କ ମତାନୁସାରେ, ଯଦି କୌଣସି ରାସ୍ତା କୁକୁର କାହାକୁ କାମୁଡ଼ି ଆହତ କରେ, ତେବେ ସେହି କୁକୁରକୁ ନିୟମିତ ଭାବେ ଖାଇବା ଦେଉଥିବା ବ୍ୟକ୍ତିଙ୍କ ଉପରେ ଦାୟିତ୍ୱ ଆସିପାରେ। ଆହତ ବ୍ୟକ୍ତିଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସମ୍ପୃକ୍ତ ଫିଡର୍‌ଙ୍କୁ ବହନ କରିବାକୁ ପଡ଼ିପାରେ।

କୋର୍ଟ କହିଛନ୍ତି, ସହର ଓ ଆବାସିକ ଅଞ୍ଚଳରେ ବଢ଼ୁଥିବା ଷ୍ଟ୍ରେ ଡଗ୍‌ ଆକ୍ରମଣ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରୁଛି। ତେଣୁ ଏହି ବିଷୟରେ ସନ୍ତୁଳିତ ଓ ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଆବଶ୍ୟକ।

ସୁପ୍ରିମକୋର୍ଟଙ୍କ ଏହି ମତ ପରେ ରାସ୍ତା କୁକୁରଙ୍କୁ ଖାଇବା ଦେବା, ସେମାନଙ୍କ ନିୟନ୍ତ୍ରଣ ଓ ସାଧାରଣ ସୁରକ୍ଷାକୁ ନେଇ ଦେଶଜୁଡ଼ା ଚର୍ଚ୍ଚା ଆରମ୍ଭ ହୋଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts