ଜିଲ୍ଲା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଗୋଶାଳା ପାଇଁ ଗଛ କଟାକୁ ବିରୋଧ, ଟିଟିଲାଗଡ଼ରେ ଉତ୍ତେଜନା

ଟିଟିଲାଗଡ଼: ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ ନିକଟସ୍ଥ ନାନାଝର ଗ୍ରାମରେ ଗୋଶାଳା ନିର୍ମାଣକୁ କେନ୍ଦ୍ର କରି ଏବେ ତୀବ୍ର ବିବାଦ ସୃଷ୍ଟି ହୋଇଛି। ଜଙ୍ଗଲ ଏବଂ ଗୋଚର ଜମିରୁ ବ୍ୟାପକ ଗଛ କଟାଯାଉଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପୌରପରିଷଦ ପକ୍ଷରୁ ଗୋଶାଳା ନିର୍ମାଣ କାମ ଆରମ୍ଭ ହେବା ପରେ ନାନାଝର, କାପସୀଭଟା, ମନିଗାଁ ସମେତ ପାଖାପାଖି ପାଞ୍ଚଟି ଗାଁର ଶତାଧିକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ତୀବ୍ର ପ୍ରତିବାଦ କରିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,...

ସ୍ନାନଯାତ୍ରା ପରେ ଅଣସରରେ ମହାପ୍ରଭୁ, କେମିତି ହୁଏ ଗୁପ୍ତ ଚିକିତ୍ସା?

ତାତିରେ ଫୁଟୁଛି କାଳିଆ ଦେହ… ଅଣସର ଘରେ କେମିତି ଚାଲେ ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା? ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ଅଭିଷେକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇଥାନ୍ତି ବୋଲି ଶ୍ରୀକ୍ଷେତ୍ରର ଶତାବ୍ଦୀ ପୁରୁଣା ପରମ୍ପରା କହେ। ଭକ୍ତଙ୍କ ଭାବନାରେ ଠାକୁରମାନେ ମଧ୍ୟ ମଣିଷ ପରି ଅସୁସ୍ଥ ହୁଅନ୍ତି, ବିଶ୍ରାମ ନିଅନ୍ତି ଓ ଔଷଧ ସେବନ କରନ୍ତି। ସେଥିପାଇଁ ସ୍ନାନଯାତ୍ରା ପରେ ସେମାନେ ଅଣସର ଘରକୁ...

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ–୨୦୨୬ ଭବାନୀପାଟଣାସ୍ଥିତ ଟାଉନ୍ ହଲ୍‌ରେ ଗମ୍ଭୀରତା ଓ ଉତ୍ସାହର ସହ ପାଳିତ ହୋଇଥିଲା। ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଶା ବିରୋଧୀ ବାର୍ତ୍ତାକୁ ଗ୍ରହଣ କରିଥିଲେ। ଏହି ଅବସରରେ ନିଶା କବଳରୁ ସଫଳତାର ସହ ମୁକ୍ତି ପାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି...

ସୋସିଆଲ ମିଡିଆରୁ ସମ୍ପର୍କ, ନାବାଳିକାଙ୍କୁ ନେଇ ଉଠିଲା ଗୁରୁତର ଅଭିଯୋଗ

ଇନଷ୍ଟାଗ୍ରାମରେ ପ୍ରେମ, ପରେ ନାବାଳିକାକୁ ଘରୁ ନେଇ ଯିବା ଅଭିଯୋଗ… ଆଠ ମାସ ଧରି ଏକାଠି ରହିବା ପରେ ମା’ଙ୍କ ଅଭିଯୋଗରେ ପୋଲିସର ହସ୍ତକ୍ଷେପ… ମାହାଙ୍ଗା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ମୋବାଇଲର ମାୟାଜାଲରେ ଗଢ଼ିଥିଲା ସମ୍ପର୍କ… ହସ ଖୁସିର କଥାବାର୍ତ୍ତା ପରେ ଆସିଥିଲା ଅଭିଯୋଗର ଝଡ଼। ନାବାଳିକାଙ୍କ ଜୀବନ ସହ ଖେଳିବା ଅଭିଯୋଗରେ ଏବେ ପ୍ରଶ୍ନ ଉଠିଛି ସମାଜ ଉପରେ। “ଯେଉଁ ବୟସରେ ହାତରେ ଥିବା କଥା ବହି ଓ କଲମ, ସେହି ବୟସରେ ଯଦି ଆସେ...

ବାରିପଦାରେ ଜଙ୍ଗଲ ଜମି ଅଧିକାର ବଣ୍ଟନ, ୭୬ ହିତାଧିକାରୀଙ୍କୁ ପଟ୍ଟା ଓ ଶିରୋନାମା ପ୍ରଦାନ

ମୟୂରଭଞ୍ଜ ଜିଲ୍ଲା ବାରିପଦା ତହସିଲ ପକ୍ଷରୁ ରଘୁନାଥପୁର ଲେପ୍ରୋସି କଲୋନୀଠାରେ ଜଙ୍ଗଲ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଅବସରରେ ୨୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ୪୯ ଜଣଙ୍କୁ ଜଙ୍ଗଲ ଜମିର ଶିରୋନାମା (Forest Rights Title) ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ପଟ୍ଟା ଓ ଶିରୋନାମା ପ୍ରଦାନ କରିଥିଲେ। ସେ କହିଥିଲେ...

ହଷ୍ଟେଲ ସିଟ୍ ଓ ବ୍ୟକ୍ତିଗତ ଟ୍ୟୁସନକୁ ନେଇ ଚିକିଟି କଲେଜରେ ଅଭିଯୋଗ

ଗଞ୍ଜାମ ଜିଲ୍ଲାର ଚିକିଟି ମହାବିଦ୍ୟାଳୟକୁ ନେଇ ବିଭିନ୍ନ ଅନିୟମିତତା ଓ ଅବ୍ୟବସ୍ଥାର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଚିକିଟି ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ହଷ୍ଟେଲ ପରିଚାଳନା, ବ୍ୟକ୍ତିଗତ ଟ୍ୟୁସନ ବ୍ୟବସ୍ଥା ଏବଂ ପ୍ରାକ୍ଟିକାଲ ମାର୍କ ପ୍ରଦାନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଯୁକ୍ତ–୩ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ଅର୍ଥ ଆଦାୟ କରି ଯୁକ୍ତ–୨ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି। ସେହିପରି ବ୍ୟକ୍ତିଗତ ଟ୍ୟୁସନରେ ଯୋଗଦେଲେ...

ମାଆ-ଝିଅଙ୍କ ବୀଭତ୍ସ ହତ୍ୟାକାଣ୍ଡ, ତଦନ୍ତରେ ସ୍ୱାମୀ ଫୋକସରେ

ମୟୂରଭଞ୍ଜ ଜିଲ୍ଲାର ମହୁଲଡ଼ିହା ଥାନା ଅନ୍ତର୍ଗତ ଡକେଇପାଳ ଗାଁରେ ଘଟିଥିବା ଏକ ହୃଦୟବିଦାରକ ଦ୍ୱୈତ ହତ୍ୟାକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ ରାତିରେ ଜଣେ ମହିଳା ଏବଂ ତାଙ୍କର ୯ ବର୍ଷର କୁନି ଝିଅଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ପ୍ରାଥମିକ ତଦନ୍ତରେ ଏହି ହତ୍ୟାକାଣ୍ଡ ପଛରେ ପାରିବାରିକ କଳହ ମୁଖ୍ୟ କାରଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାରେ ମୃତ ମହିଳାଙ୍କ ସ୍ୱାମୀ ଚୈତନ୍ୟ ଟୁଡୁଙ୍କ ଭୂମିକାକୁ ନେଇ...

କେନ୍ଦ୍ରାପଡ଼ାରେ ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତକୁ ନେଇ ରାଜନୈତିକ ପରିବେଶ ଉତ୍ତପ୍ତ ହୋଇଉଠିଛି। ତାଙ୍କ ଗସ୍ତ ପୂର୍ବରୁ କେନ୍ଦ୍ରାପଡ଼ାର ଦୁହୁରିଆ ଅଞ୍ଚଳରେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରି ସ୍ଲୋଗାନ ଦେଇଥିଲେ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ସମୟରେ ବିଜେପି କର୍ମୀମାନେ ମଧ୍ୟ ସେଠାରେ ପହଞ୍ଚି ପ୍ରତିବାଦର ବିରୋଧ କରିବାରୁ ଉଭୟ ଦଳର କର୍ମୀଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ଓ କିଛି ସମୟ ପାଇଁ ଉତ୍ତେଜନାପୂର୍ଣ୍ଣ...

ନୟାଗଡ଼ରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ

ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସର ଠାରେ ନିଖିଳ ଉତ୍କଳ ଗୋଲ ସମାଜର ପ୍ରଥମ ଜିଲ୍ଲା ସ୍ତରୀୟ ଅଧିବେଶନ ଭବ୍ୟ ଓ ଶୃଙ୍ଖଳିତ ପରିବେଶରେ ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ତଥା ଯୁବନେତା ସ୍ନେହରଞ୍ଜନ ଦାସ ଜୟାସିଂଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାବେଶରେ ରାଜ୍ୟ ସ୍ତରୀୟ ପଦାଧିକାରୀ, ଜିଲ୍ଲାର ସମସ୍ତ ଆଠଟି ବ୍ଲକର ପ୍ରତିନିଧି ଏବଂ ସମାଜର ବହୁ ସଂଖ୍ୟକ ସଦସ୍ୟ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କୁ ସ୍ୱାଗତ ସଙ୍ଗୀତ, ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ...

ଫେରିବା ବାଟରେ କାଳ ସାଜିଲା ପାହାଡ଼, ବାଇକ୍ ଖସି ୩ ଜଣଙ୍କ ମୃତ୍ୟୁ

ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ମୋଟ ୫ ଜଣଙ୍କ ଜୀବନ ଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ପାହାଡ଼ିଆ ରାସ୍ତାରେ ବାଇକ୍ ଦୁର୍ଘଟଣାରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ, ଗଞ୍ଜାମ ଜିଲ୍ଲାର ଜାତୀୟ ରାଜପଥରେ ଟ୍ରକ୍‌କୁ ପିକଅପ୍ ଭ୍ୟାନ୍ ଧକ୍କା ଦେବାରୁ ଡ୍ରାଇଭର ଓ ହେଲପରଙ୍କ ପ୍ରାଣହାନି ଘଟିଛି। ଏହି ଦୁଇ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପାହାଡ଼ରୁ ୨୦୦ ଫୁଟ୍ ତଳକୁ ଖସିଲା ବାଇକ୍, ଘଟଣାସ୍ଥଳରେ ୩ ମୃତ ମୟୂରଭଞ୍ଜ ଜିଲ୍ଲା...
1 7 8 9 10 11 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780