ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

Table of Content

କଳାହାଣ୍ଡି ଜିଲ୍ଲାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶା ନିବାରଣ ଓ ଅବୈଧ ଚାଲାଣ ନିଷିଦ୍ଧ ଦିବସ–୨୦୨୬ ଭବାନୀପାଟଣାସ୍ଥିତ ଟାଉନ୍ ହଲ୍‌ରେ ଗମ୍ଭୀରତା ଓ ଉତ୍ସାହର ସହ ପାଳିତ ହୋଇଥିଲା। ନିଶାମୁକ୍ତ ସମାଜ ଗଠନ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇ ନିଶା ବିରୋଧୀ ବାର୍ତ୍ତାକୁ ଗ୍ରହଣ କରିଥିଲେ। ଏହି ଅବସରରେ ନିଶା କବଳରୁ ସଫଳତାର ସହ ମୁକ୍ତି ପାଇଥିବା ଦୁଇଜଣ ବ୍ୟକ୍ତିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିବା ବେଳେ, ପୂର୍ବରୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆୟୋଜିତ ନିଶା ନିବାରଣ ସମ୍ପର୍କିତ ପ୍ରତିଯୋଗିତାର ବିଜେତାମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ବିଶିଷ୍ଟ ଅତିଥି ଭାବେ ସମାଜସେବୀ ଯୁଗଳ କିଶୋର ପୋଢ଼, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଅବକାରୀ ବିଭାଗର ଡିଏସ୍‌ପି ସାଗରିକା ପ୍ରଧାନ, ରାମକୃଷ୍ଣ ଆଶ୍ରମ (ଏମ୍‌. ରାମପୁର)ର ପ୍ରତିନିଧି ଏବଂ ବ୍ରହ୍ମାକୁମାରୀ ସଂସ୍ଥାର ସଦସ୍ୟମାନେ ଉପସ୍ଥିତ ରହି ନିଶାମୁକ୍ତ ଜୀବନଶୈଳୀର ଆବଶ୍ୟକତା ଉପରେ ମତ ରଖିଥିଲେ। ମୁଖ୍ୟ ବକ୍ତା ଭାବେ ଉମେଶ ଚନ୍ଦ୍ର ଶତପଥୀ ଯୋଗଦେଇ ନିଶାର କୁପ୍ରଭାବ ଏବଂ ସଚେତନତାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର ସଭାପତିତ୍ୱ କରିଥିବାବେଳେ, ସାମର୍ଥ୍ୟ ଦୃଷ୍ଟିହୀନ ସଂଘ, ଗୋଲାମୁଣ୍ଡା ପକ୍ଷରୁ ସଚେତନତାମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ କେବଳ ସରକାରୀ ପ୍ରୟାସ ନୁହେଁ, ବରଂ ଯୁବପିଢ଼ି, ଅଭିଭାବକ, ଶିକ୍ଷାନୁଷ୍ଠାନ ଓ ସମାଜର ପ୍ରତ୍ୟେକ ସ୍ତରର ସକ୍ରିୟ ଭାଗିଦାରି ଅତ୍ୟନ୍ତ ଆବଶ୍ୟକ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778