ଆଜି IPLର ଦ୍ୱିତୀୟ କ୍ୱାଲିଫାୟର, ବିଜେତା ଦଳକୁ ଫାଇନାଲ ଟିକେଟ୍
ଆଇପିଏଲ୍-୨୦୨୬ର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚ୍ ଆଜି ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂହ ଆନ୍ତର୍ଜାତୀୟ ଷ୍ଟାଡିୟମରେ ହେବାକୁଥିବା ଏହି ହାଇ-ଭୋଲଟେଜ୍ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। ଏହି ମ୍ୟାଚ୍ର ବିଜେତା ସିଧାସଳଖ ଫାଇନାଲକୁ ପ୍ରବେଶ କରିବାକୁ ଥିବାବେଳେ ପରାଜିତ ଦଳର ଟୁର୍ଣ୍ଣାମେଣ୍ଟ ଯାତ୍ରା ଏଠିରେ ଶେଷ ହେବ। ସେଥିପାଇଁ ଦୁଇ ଦଳ ପାଇଁ ଏହା ‘କର ବା ମର’ ସ୍ଥିତି ସୃଷ୍ଟି କରିଛି।...

Total Users : 1000779