ଟେଷ୍ଟ କ୍ରିକେଟ୍‌କୁ ଫେରିପାରନ୍ତି ବିରାଟ୍‌ କୋହଲି; ଅବସର ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ତେଜ

Table of Content

ଭାରତୀୟ ଟେଷ୍ଟ କ୍ରିକେଟ୍‌ର ଏକ ଅଦ୍ଭୁତ ଅଧ୍ୟାୟ ଭାବେ ପରିଚିତ ବିରାଟ୍‌ କୋହଲିଙ୍କ ଟେଷ୍ଟ ଅବସର ପରେ ଏବେ ପୁଣିଥରେ ତାଙ୍କର ଫେରାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିରାଟଙ୍କ ଶୈଶବ କୋଚ୍‌ ରାଜକୁମାର ଶର୍ମାଙ୍କ ଏକ ବୟାନ ପରେ କ୍ରିକେଟ୍‌ ମହଳରେ ନୂଆ ଆଶା ସୃଷ୍ଟି ହୋଇଛି।

ଟେଷ୍ଟ କ୍ରିକେଟ୍‌କୁ କ୍ରିକେଟ୍‌ର ସବୁଠାରୁ କଠିନ ଓ ପାରମ୍ପରିକ ଫର୍ମାଟ୍‌ ଭାବେ ଦେଖାଯାଏ। ସେହି ଫର୍ମାଟ୍‌ରେ ବିରାଟ୍‌ କୋହଲି ଭାରତ ପାଇଁ ଅନେକ ସ୍ମରଣୀୟ ଇନିଂସ୍‌ ଖେଳି ନିଜକୁ ଏକ ସଫଳ ଅଧିନାୟକ ଓ ବ୍ୟାଟର୍‌ ଭାବେ ପ୍ରତିଷ୍ଠିତ କରିଥିଲେ। କିନ୍ତୁ ୨୦୨୫ ମେ ୧୨ରେ ଆଇପିଏଲ୍‌ ମଧ୍ୟରେ ସେ ହଠାତ୍‌ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ଏହି ନିଷ୍ପତ୍ତି କ୍ରିକେଟ୍‌ ପ୍ରେମୀଙ୍କୁ ଆଶ୍ଚର୍ୟଚକିତ କରିଥିଲା।

ବିରାଟଙ୍କ ଅବସର ପରେ ଭାରତୀୟ ଟେଷ୍ଟ ଦଳର ପ୍ରଦର୍ଶନ ମଧ୍ୟ ଆଶାନୁରୂପ ରହିନଥିବାରୁ ତାଙ୍କ ଫେରାକୁ ନେଇ ଦାବି ଜୋରଦାର ହୋଇଥିଲା। ସୋସିଆଲ୍‌ ମିଡିଆରେ ମଧ୍ୟ ଫ୍ୟାନ୍‌ମାନେ ‘କିଙ୍ଗ୍‌ କୋହଲି’ଙ୍କୁ ପୁଣିଥରେ ଟେଷ୍ଟ ଜର୍ସିରେ ଦେଖିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

ସମ୍ପ୍ରତି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ରାଜକୁମାର ଶର୍ମା କହିଛନ୍ତି, “ଅନେକ ଲୋକ ମୋତେ କହୁଛନ୍ତି ଯେ ବିରାଟ୍‌ କୋହଲିଙ୍କୁ ଟେଷ୍ଟ କ୍ରିକେଟ୍‌କୁ ଫେରିବା ପାଇଁ ବୁଝାଇବାକୁ, କାରଣ ସେ ମୋ କଥା ଶୁଣେ।” ପରେ ବିରାଟଙ୍କ ସହ ଏନେଇ କଥା ହୋଇଛି କି ନାହିଁ ବୋଲି ପଚାରାଯିବାରୁ ସେ କହିଥିଲେ, “ଆମେ ଏନେଇ ଆଲୋଚନା କରୁଛୁ, ଆଗକୁ କ’ଣ ହେଉଛି ଦେଖିବାକୁ ପଡ଼ିବ।”

ଏହି ବୟାନ ପରେ ବିରାଟଙ୍କ ଫ୍ୟାନ୍‌ମାନଙ୍କ ମନରେ ପୁଣି ଆଶା ଜାଗ୍ରୁତ ହୋଇଛି। କ୍ରିକେଟ୍‌ ବିଶେଷଜ୍ଞମାନଙ୍କ ମତରେ, ବିରାଟଙ୍କ ଫିଟ୍‌ନେସ୍‌ ଓ ଅନୁଭବ ଏବେମଧ୍ୟ ଭାରତୀୟ ଟେଷ୍ଟ ଦଳ ପାଇଁ ଦୂର୍ଦାନ୍ତ ସମ୍ପଦ ସାବିତ ହୋଇପାରେ। ଯଦି ସେ ପୁଣିଥରେ ଟେଷ୍ଟ କ୍ରିକେଟ୍‌କୁ ଫେରନ୍ତି, ତେବେ ଏହା ଭାରତୀୟ କ୍ରିକେଟ୍‌ ପାଇଁ ବଡ଼ ସୁଖବର ହେବ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts