RCB ଠାରୁ ହାରିଲେ ବି ଫାଇନାଲ୍ ଆଶା ଜୀବନ୍ତ! ଜାଣନ୍ତୁ କେମିତି IPL ଫାଇନାଲ୍ ଖେଳିପାରେ ଗୁଜରାଟ ଟାଇଟନ୍ସ

Table of Content

ଧର୍ମଶାଳାରେ ଖେଳାଯାଇଥିବା ଆଇପିଏଲ୍-୨୦୨୬ର ପ୍ରଥମ କ୍ୱାଲିଫାୟର୍‌ ମ୍ୟାଚ୍‌ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ (RCB) ବିପକ୍ଷରେ ଗୁଜରାଟ ଟାଇଟନ୍ସ ୯୨ ରନ୍‌ରେ ପରାସ୍ତ ହୋଇଛି । ଏହି ବିଜୟ ସହ ଆରସିବି ସିଧାସଳଖ ଆଇପିଏଲ୍ ଫାଇନାଲ୍‌ରେ ପ୍ରବେଶ କରିଥିବା ବେଳେ ଗୁଜରାଟ ପାଇଁ ଏବେ ମଧ୍ୟ ଫାଇନାଲ୍‌ର ଦ୍ୱାର ଖୋଲା ରହିଛି ।

ମ୍ୟାଚ୍‌ ପରେ ଗୁଜରାଟ ଟାଇଟନ୍ସ ଅଧିନାୟକ ଶୁବମନ ଗିଲ୍ ଦଳର ପରାଜୟ ପାଇଁ ଖରାପ ଫିଲ୍ଡିଂ ଓ ଚାପ ମୁହୂର୍ତ୍ତରେ ହୋଇଥିବା ଭୁଲ୍‌କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ, ଦଳ ୧୨-୧୩ ଓଭର୍ ପର୍ଯ୍ୟନ୍ତ ମ୍ୟାଚ୍‌ରେ ଭଲ ସ୍ଥିତିରେ ଥିଲା, କିନ୍ତୁ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ହାତଛଡ଼ା ଓ ଫିଲ୍ଡିଂରେ ଅସାବଧାନତା ମ୍ୟାଚ୍‌ର ଚିତ୍ର ପଲଟାଇଦେଲା ।

ଆରସିବି ପକ୍ଷରୁ ଅଧିନାୟକ ରଜତ ପାଟିଦାର ଧମାକେଦାର ପାରି ଖେଳି ମାତ୍ର ୩୯ ବଲ୍‌ରେ ଅପରାଜିତ ୯୩ ରନ୍ କରିଥିଲେ । ଗୁଜରାଟ ଫିଲ୍ଡରମାନେ ଦେଇଥିବା ଜୀବନଦାନ ଓ ଅତିରିକ୍ତ ରନ୍‌ର ପୂର୍ଣ୍ଣ ଫାଇଦା ଉଠାଇ ଆରସିବି ପ୍ଲେ-ଅଫ୍ ଇତିହାସର ଏକ ବଡ଼ ସ୍କୋର୍ ଗଢ଼ିଥିଲା ।

ତେବେ ଗୁଜରାଟ ଟାଇଟନ୍ସର ଟୁର୍ଣ୍ଣାମେଣ୍ଟ ଯାତ୍ରା ଏଠାରେ ଶେଷ ହୋଇନାହିଁ । ଏଲିମିନେଟର୍‌ ମ୍ୟାଚ୍‌ର ବିଜେତା ସହ କ୍ୱାଲିଫାୟର୍-୨ରେ ଗୁଜରାଟ ମୁହାଁମୁହିଁ ହେବ । ସେହି ମ୍ୟାଚ୍‌ରେ ବିଜୟୀ ଦଳ ଫାଇନାଲ୍‌ରେ ଆରସିବି ସହ ଖେଳିବାର ସୁଯୋଗ ପାଇବ ।

ଏଭଳି ସ୍ଥିତିରେ ଗୁଜରାଟ ପାଖରେ ଏବେ ମଧ୍ୟ ଫାଇନାଲ୍‌କୁ ଫେରିବା ଓ ଟାଇଟଲ୍ ଦାବି କରିବାର ସୁଯୋଗ ଜୀବନ୍ତ ରହିଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts