ପୁରୀ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ସୁସ୍ଥ ହେଲେ ଶ୍ରୀଜିଉ, ମଙ୍ଗଳବାର ନବଯୌବନ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଣସର ନୀତିର ଶେଷ ପର୍ଯ୍ୟାୟରେ ଭକ୍ତଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ସ୍ନାନ ପୂର୍ଣ୍ଣିମା ପରେ ଜ୍ୱରରେ ପୀଡ଼ିତ ହୋଇ ଅଣସର ଘରେ ବିରାଜମାନ ଥିବା ଚତୁର୍ଦ୍ଧାମୂର୍ତ୍ତି ଆଜି ଖଳିଲାଗି ଏକାଦଶୀର ପବିତ୍ର ତିଥିରେ ଦଶମୂଳ ମୋଦକ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବିଶ୍ୱାସ କରାଯାଉଛି। ଏହି ଅବସରରେ ଶ୍ରୀଅଙ୍ଗରେ ଚନ୍ଦନ, କର୍ପୂର, କେଶର ଓ କସ୍ତୁରୀ ଲେପନ କରାଯାଇଥିବା ବେଳେ ବାରଲାଗି ଖଣ୍ଡୁଆପାଟ ପରିଧାନ କରାଯାଇଛି। ଜ୍ୱର ସମୟରେ...

ଭକ୍ତିମୟ ପରିବେଶରେ ପାଳିତ ହେଲା ମାଆ ଚଣ୍ଡିକାଙ୍କ ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତ ଅଧିନସ୍ଥ ପାଟପୁର ଗ୍ରାମରେ ବିଜେ ମା ଚଣ୍ଡିକା ଦେବୀଙ୍କ ମନ୍ଦିର ର ବାର୍ଷିକ ଉତ୍ସବ ଶିଆଣ୍ଡି ପଞ୍ଚୁପଡ଼ା ର ବରିଷ୍ଠ ନାଗରିକ ଙ୍କ ସହଯୋଗରେ ତା – ୦୬/୦୭/୨୦୨୬ ରିଖ ଠାରୁ ତା – ୧୦/୦୭/୨୦୨୬ ରିଖ ପଯ୍ୟନ୍ତ ୨୪ ପ୍ରହର ନାମ ଯଜ୍ଞ, ଘୃତ ଯଜ୍ଞ, ଅନ୍ନ ଯଜ୍ଞ, କାର୍ଯ୍ୟକ୍ରମ ମହା ଆଡ଼ମ୍ବରରେ ପାଳିତ ହୋଇ ଯାଇଛି। ଉକ୍ତ ଦିନ ପ୍ରାତଃ ସମୟରେ ଗ୍ରାମ୍ୟ ପୁଷ୍କରିଣୀ...

ରଥଯାତ୍ରାରେ କର୍ଡନ୍ ପାସ୍ ବଣ୍ଟନରେ କଡ଼ା କଟକଣା

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬କୁ ତ୍ରୁଟିଶୂନ୍ୟ, ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଦାୟିତ୍ୱ ପାଳନ କରିବା ସହ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ଇନର୍ କର୍ଡନ୍ ପାସ୍ ବଣ୍ଟନକୁ ନେଇ କଡ଼ା କଟକଣା ଲାଗୁ କରିବାକୁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ...

ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ସରକାରଙ୍କ କଟକଣା

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁପରିଚାଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ରନ୍ଧା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ। ତେବେ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ। ପୁରୀ ସର୍କିଟ ହାଉସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ଅବସର, ଭବ୍ୟ ସମ୍ବର୍ଦ୍ଧନା ସଭା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମା’ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ଅବସର ଉପଲକ୍ଷେ ତିଛିଣି ଗ୍ରାମ୍ୟ କମିଟି ପକ୍ଷରୁ ତ୍ରିଲୋଚନେଶ୍ୱର ବିଦ୍ୟାପୀଠ ପରିସରରେ ଏକ ଗରିମାମୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଭାର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ତିଛିଣି ଗ୍ରାମ୍ୟ କମିଟି ସଭାପତି ଶ୍ରୀଧର ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ...

ସ୍ନାନଯାତ୍ରା ପରେ ଅଣସରରେ ମହାପ୍ରଭୁ, କେମିତି ହୁଏ ଗୁପ୍ତ ଚିକିତ୍ସା?

ତାତିରେ ଫୁଟୁଛି କାଳିଆ ଦେହ… ଅଣସର ଘରେ କେମିତି ଚାଲେ ମହାପ୍ରଭୁଙ୍କ ଗୁପ୍ତ ଚିକିତ୍ସା? ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁଗନ୍ଧିତ ଜଳରେ ଅଭିଷେକ ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଜ୍ୱରରେ ପୀଡ଼ିତ ହୋଇଥାନ୍ତି ବୋଲି ଶ୍ରୀକ୍ଷେତ୍ରର ଶତାବ୍ଦୀ ପୁରୁଣା ପରମ୍ପରା କହେ। ଭକ୍ତଙ୍କ ଭାବନାରେ ଠାକୁରମାନେ ମଧ୍ୟ ମଣିଷ ପରି ଅସୁସ୍ଥ ହୁଅନ୍ତି, ବିଶ୍ରାମ ନିଅନ୍ତି ଓ ଔଷଧ ସେବନ କରନ୍ତି। ସେଥିପାଇଁ ସ୍ନାନଯାତ୍ରା ପରେ ସେମାନେ ଅଣସର ଘରକୁ...

ଆଧ୍ୟାତ୍ମିକ ପରିବେଶରେ ଗିଲିନାସୀରେ ମା’ ପାଦୁକେଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଗିନିନାସୀ ଗ୍ରାମରେ ମା ‘ ପାଦୁକେଇ ଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ମୁଖ୍ୟ ପଣ୍ଡିତ ଶ୍ରୀ ଟୁକୁନା କୁମାର କର,ପଣ୍ଡିତ ବିଦ୍ୟାଧର ଦାସ,ପଣ୍ଡିତ ଶ୍ରୀ ଟୁକୁନା ଦାସ ଓ ଗିଲିନାସୀ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ତା – ୨୪-୦୬-୨୦୨୬ ବୁଧବାର ଦିନ ପ୍ରାତଃ ସମୟରୁ ଗ୍ରାମ୍ୟ ପୁଷ୍କରଣିରୁ ପଣ୍ଡିତମାନଙ୍କ ଦ୍ୱାରା ଯଥାବିଧି ପୂଜା ଅନୁଷ୍ଠିତ ପରେ ତିନିଶହରୁ ଉର୍ଦ୍ଧ ମହିଳା ଜଳପୂର୍ଣ୍ଣ କଳସକୁ ମୁଣ୍ଡରେ ଧାରଣ କରି ଘଣ୍ଟଘଣ୍ଟା ବାଦ୍ୟନାଦ ହରିବୋଲ...

କଣାସରେ ଥମୁନି ଝାଡ଼ାବାନ୍ତି, ଦିନକୁ ଦିନ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ପୁରୀ ଜିଲ୍ଲାର କଣାସ ଅଞ୍ଚଳରେ ଝାଡ଼ାବାନ୍ତି ଜନିତ ଅସୁସ୍ଥତାକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଗତ ପ୍ରାୟ ୧୫ ଦିନ ଧରି କଣାସ ବ୍ଲକର ବିଭିନ୍ନ ଗାଁରେ ବାନ୍ତି ଓ ଝାଡ଼ା ଲକ୍ଷଣ ଦେଖାଯାଉଥିବା ବେଳେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ କେତେକ ଲୋକ ଅସୁସ୍ଥ ହୋଇ କଣାସ...

ରଥ ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ, ଆରମ୍ଭ ହେଲା ପୋଲ ଗୟଳ ଚଉପଟ

ପୁରୀ ବଡ଼ଦାଣ୍ଡରେ ଜୋରଦାର ଭାବେ ଆଗେଇ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ। ତିନିରଥର ପାଞ୍ଚଦଣ୍ଡା ନିର୍ମାଣ ସହ ମୁଖସାଲ କାମ ପ୍ରାୟ ଶେଷ ହୋଇଥିବାବେଳେ ପାର୍ଶ୍ୱଦଣ୍ଡାର ଚଉପଟ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପଟେ ତିନିରଥର ଚେସିସ୍ ବା ଦଣ୍ଡା ଫ୍ରେମ୍ ନିର୍ମାଣ କାମ ମଧ୍ୟ ତ୍ୱରାନ୍ୱିତ ଭାବେ ଚାଲିଛି। ଆଜି ପାଞ୍ଚଦଣ୍ଡାରେ ମୁହାଁଟ ସଂଯୋଗ ପରେ ଆଗ ଆଣି ମୁହାଁଟରେ ପାଞ୍ଚଟି ସାଲଗୁଜ ଓ ପଛ ଆଣି ମୁହାଁଟରେ ତିନୋଟି ଜଳଯନ୍ତ୍ର ସଂଯୋଗ କରାଯାଇଛି।...

ସାରା ରାତି ଅନିଦ୍ରା: ମହାପ୍ରଭୁଙ୍କ ପହୁଡ଼ ନୀତି ହେଲାନାହିଁ

ପୁରୀ ଶ୍ରୀମନ୍ଦିରରେ ଭିତର ଚନ୍ଦନ ଯାତ୍ରା ଚାଲିଥିବାରୁ ମହାପ୍ରଭୁଙ୍କ ନୀତିରେ ବାରମ୍ବାର ବିଳମ୍ବ ଦେଖାଯାଉଛି। ଫଳରେ ଗତ ୨ ସପ୍ତାହ ମଧ୍ୟରେ ୩ ଥର ଠାକୁରଙ୍କ ପହୁଡ଼ ନୀତି ସମୟରେ ହୋଇପାରିନାହିଁ, ଯାହା ଫଳରେ ସାରା ରାତି ମହାପ୍ରଭୁ “ଅନିଦ୍ରା” ଅବସ୍ଥାରେ ରହିଛନ୍ତି। ସୂଚନା ଅନୁଯାୟୀ, ଗତ ୧୬ ମେ (ସାବିତ୍ରୀ ଅମାବାସ୍ୟା) ଦିନ ପହୁଡ଼ ନୀତି ବିଳମ୍ବ ହୋଇଥିଲା। ପରେ ବନକଲାଗି ନୀତି ଦିନ ମଧ୍ୟ ରାତି ଅନିଦ୍ରା ଘଟିଥିଲା। ସେହିପରି ଗତକାଲି ମଳମାସ ଏକାଦଶୀରେ...
1 2 3 4

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779