ରଥଯାତ୍ରାରେ କର୍ଡନ୍ ପାସ୍ ବଣ୍ଟନରେ କଡ଼ା କଟକଣା

Table of Content

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା–୨୦୨୬କୁ ତ୍ରୁଟିଶୂନ୍ୟ, ସୁରକ୍ଷିତ ଏବଂ ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଆଜି ଶେଷ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ବିଭାଗକୁ ସମନ୍ୱୟ ରକ୍ଷା କରି ଦାୟିତ୍ୱ ପାଳନ କରିବା ସହ ଭକ୍ତଙ୍କ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ବିଶେଷ କରି ଇନର୍ କର୍ଡନ୍ ପାସ୍ ବଣ୍ଟନକୁ ନେଇ କଡ଼ା କଟକଣା ଲାଗୁ କରିବାକୁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ନୀତିକାନ୍ତି ସହ ସିଧାସଳଖ ଜଡ଼ିତ ସେବାୟତ ଓ ଅଧିକାରୀଙ୍କ ବ୍ୟତୀତ ଅନ୍ୟ କାହାକୁ କର୍ଡନ୍ ପାସ୍ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅନଧିକୃତ ବ୍ୟକ୍ତିଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ରୋକିବା ସହ ପାସ୍ ବଣ୍ଟନରେ ସ୍ୱଚ୍ଛତା ଓ ଶୃଙ୍ଖଳା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ଅନୁକୂଳ ପାଣିପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥିବାରୁ AI ଆଧାରିତ ନଜରଦାରି, ଡ୍ରୋନ୍ ସର୍ଭେଲାନ୍ସ ଏବଂ ରିଅଲ୍-ଟାଇମ୍ କ୍ରାଉଡ୍ ମ୍ୟାନେଜମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ମହିଳା ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ପରିଚାଳନା, ପାନୀୟ ଜଳ, ସ୍ୱାସ୍ଥ୍ୟସେବା, ପରିମଳ ବ୍ୟବସ୍ଥା, ଖାଦ୍ୟର ମାନ ଯାଞ୍ଚ ଏବଂ ଜରୁରୀକାଳୀନ ସେବାକୁ ଅଧିକ ସୁଦୃଢ଼ କରିବାକୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ସମ୍ଭାବ୍ୟ ଆତଙ୍କବାଦୀ ବିପଦ, ପ୍ରାକୃତିକ ବିପର୍ଯ୍ୟୟ ଓ ଯେକୌଣସି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିଭାଗକୁ ସଦା ପ୍ରସ୍ତୁତ ରହିବାକୁ କୁହାଯାଇଛି। ନୀତିକାନ୍ତିର ସମୟସୂଚୀ ସମ୍ପର୍କରେ ଭକ୍ତମାନଙ୍କୁ ଆଗୁଆ ସୂଚନା ପ୍ରଦାନ କରିବାକୁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନକୁ ପରାମର୍ଶ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ରଥଯାତ୍ରା କେବଳ ଓଡ଼ିଶାର ନୁହେଁ, ସମଗ୍ର ବିଶ୍ୱର ଆସ୍ଥାର ପର୍ବ। ସମନ୍ୱୟ, ଶୃଙ୍ଖଳା ଓ ସମର୍ପଣ ଭାବ ସହ କାର୍ଯ୍ୟ କଲେ ଚଳିତ ବର୍ଷର ରଥଯାତ୍ରା ମଧ୍ୟ ସଫଳ, ସୁରକ୍ଷିତ ଓ ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହେବ।”

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778