ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ଅବସର, ଭବ୍ୟ ସମ୍ବର୍ଦ୍ଧନା ସଭା

Table of Content

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ମା’ ମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ଅବସର ଉପଲକ୍ଷେ ତିଛିଣି ଗ୍ରାମ୍ୟ କମିଟି ପକ୍ଷରୁ ତ୍ରିଲୋଚନେଶ୍ୱର ବିଦ୍ୟାପୀଠ ପରିସରରେ ଏକ ଗରିମାମୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ସଭାର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ଓ ସ୍ୱାଗତ ସଙ୍ଗୀତ ମାଧ୍ୟମରେ ଅତିଥିମାନଙ୍କୁ ସ୍ୱାଗତ କରାଯାଇଥିଲା। ତିଛିଣି ଗ୍ରାମ୍ୟ କମିଟି ସଭାପତି ଶ୍ରୀଧର ପଲେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ ଏକାଦଶୀ ଜେନା, ପ୍ରାକ୍ତନ ବିଇଓ ସୁବାଷ ଚନ୍ଦ୍ର ଜେନା, ବିଆରସିସି ସିଦ୍ଧେଶ୍ୱର କରଣ, ବରିଷ୍ଠ ଶିକ୍ଷକ, ସମାଜସେବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

ଅତିଥିମାନେ ନିଜ ବକ୍ତବ୍ୟରେ ଶ୍ରୀ ପ୍ରମୋଦ କୁମାର ଦାସଙ୍କ ଦୀର୍ଘ ଶିକ୍ଷାସେବା, କର୍ତ୍ତବ୍ୟନିଷ୍ଠା, ଶୃଙ୍ଖଳାବୋଧ ଓ ଛାତ୍ରଛାତ୍ରୀଙ୍କ ପ୍ରତି ତାଙ୍କର ଅମୂଲ୍ୟ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସେମାନେ ଗୁରୁ-ଶିଷ୍ୟ ପରମ୍ପରା, ଶିକ୍ଷାର ମୂଲ୍ୟବୋଧ ଏବଂ ସମାଜ ଗଠନରେ ଜଣେ ଶିକ୍ଷକଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀ, ସହକର୍ମୀ ଶିକ୍ଷକ ଓ ସ୍ଥାନୀୟ ଅଞ୍ଚଳବାସୀମାନେ ମଧ୍ୟ ଭାବବିହ୍ୱଳ ପରିବେଶରେ ଶ୍ରୀ ଦାସଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ମାନିତ କରିଥିଲେ।

କାର୍ଯ୍ୟକ୍ରମକୁ ତ୍ରିଲୋଚନେଶ୍ୱର ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସନାତନ ତରେଇ ସୁନ୍ଦର ଭାବେ ପରିଚାଳନା କରିଥିବା ବେଳେ, ତିଛିଣି ଗ୍ରାମ୍ୟ କମିଟିର ସମ୍ପାଦକ ରତ୍ନାକର ତରେଇ ଓ ଗ୍ରାମର ଯୁବକମାନଙ୍କ ସକ୍ରିୟ ସହଯୋଗରେ ସମ୍ବର୍ଦ୍ଧନା ସଭା ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା। ଦୀର୍ଘ ବର୍ଷର ଶିକ୍ଷାସେବା ପାଇଁ ଶ୍ରୀ ପ୍ରମୋଦ କୁମାର ଦାସଙ୍କୁ ଦିଆଯାଇଥିବା ଏହି ସମ୍ମାନ ସ୍ଥାନୀୟ ଅଞ୍ଚଳରେ ଶିକ୍ଷକ ସମାଜ ପ୍ରତି ସମ୍ମାନ ଓ କୃତଜ୍ଞତାର ଏକ ଉଜ୍ଜ୍ୱଳ ନିଦର୍ଶନ ସୃଷ୍ଟି କରିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778