ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଦେବାଳୟରେ ଦୁଃସାହସିକ ଲୁଟ୍: ବାରଙ୍ଗର ଦୁଇ ମନ୍ଦିର ଟାର୍ଗେଟ

ବାରଙ୍ଗରେ ଦୁଇ ମନ୍ଦିରରେ ବଡ଼ ଲୁଟ୍: ଲକ୍ଷାଧିକ ଟଙ୍କାର ସୁନା-ରୁପା ଅଳଙ୍କାର ଓ ହୁଣ୍ଡି ଲୁଟ୍ ବାରଙ୍ଗ: ରାଜଧାନୀ ଉପକଣ୍ଠ ବାରଙ୍ଗରେ ଘଟିଛି ଏକ ବଡ଼ ଧରଣର ମନ୍ଦିର ଲୁଟ୍। ଗତ ବିଳମ୍ବିତ ରାତିରେ ସ୍ଥାନୀୟ ପ୍ରସିଦ୍ଧ ଶ୍ରୀ ଦଧିବାମନ ମନ୍ଦିର ଏବଂ ମା’ କନକ ଦୁର୍ଗା ମନ୍ଦିରରେ ଏକାସଙ୍ଗେ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ପ୍ରବେଶ କରି ଠାକୁର-ଠାକୁରାଣୀଙ୍କ ସୁନା, ରୁପା ଅଳଙ୍କାର ସହ ଦାନ ବାକ୍ସରେ ଥିବା ନଗଦ ଅର୍ଥ ଲୁଟି ନେଇଥିବା ଅଭିଯୋଗ ହୋଇଛି।...

ମୁକୁଳା ଡ୍ରେନ୍‌ରେ ନିଖୋଜ ଘଟଣା: ଆରମ୍ଭ ହେଲା ସର୍ଚ୍ଚ ଅପରେସନ

ଭୁବନେଶ୍ୱର: ଲଘୁଚାପଜନିତ ଲଗାଣ ବର୍ଷା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ଘଟିଛି ଏକ ଅଭାବନୀୟ ଘଟଣା। ବାଣୀବିହାର ଅଞ୍ଚଳର ଏକ ମୁକୁଳା ଡ୍ରେନ୍‌ରେ ଭାସିଯାଇ ଜଣେ ଯୁବକ ନିଖୋଜ ହୋଇଥିବା ବେଳେ, ତାଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ନିଖୋଜ ଯୁବକ ଅନିଲ ସେଠୀ (୩୫) ପଥରବନ୍ଧ ବସ୍ତିରେ ରହୁଥିଲେ। ତାଙ୍କର ମୂଳ ଘର କେନ୍ଦୁଝର ଜିଲ୍ଲାର ଘଟଗାଁ ଅଞ୍ଚଳରେ ବୋଲି ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଡ୍ରେନ୍...

TPCODL କ୍ୟାମ୍ପରେ ଲାଇନମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ନୂଆବଜାର ଷ୍ଟାଡିଅମ ଗଳିସ୍ଥିତ TPCODL କ୍ୟାମ୍ପରୁ ବିଦ୍ୟୁତ ବିଭାଗର ଜଣେ ଲାଇନମ୍ୟାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ହେମନ୍ତ ଦାସ (୩୮), ଯିଏ ଦୀର୍ଘଦିନ ଧରି ଆଳି ବିଦ୍ୟୁତ ସେକ୍ସନ ଅଧୀନରେ ଲାଇନମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗଙ୍ଗାଧର ଗ୍ରାମରେ ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଶନିବାର ସକାଳେ ଡ୍ୟୁଟି ସାରିବା ପରେ ହେମନ୍ତ କ୍ୟାମ୍ପକୁ...

ନବରଙ୍ଗପୁରରେ ବିଜେପିର ମିଶ୍ରଣ ପର୍ବ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜାମୁଗୁଡାଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବୃହତ୍ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ଯୋଗଦାନକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଏବଂ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକାଶ କରି ବିଜେପିରେ ସାମିଲ ହୋଇଥିବା କହିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ...

ବଡ଼ଦାଣ୍ଡରେ ରନ୍ଧା ଖାଦ୍ୟ ବଣ୍ଟନ ଉପରେ ସରକାରଙ୍କ କଟକଣା

ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସୁରକ୍ଷିତ, ସ୍ୱଚ୍ଛ ଓ ସୁପରିଚାଳିତ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ରଥଯାତ୍ରା ସମୟରେ ବଡ଼ଦାଣ୍ଡରେ କୌଣସି ସଂସ୍ଥା କିମ୍ବା ବ୍ୟକ୍ତି ରନ୍ଧା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ। ତେବେ ଶୁଖିଲା ଖାଦ୍ୟ ବଣ୍ଟନକୁ ଅନୁମତି ଦିଆଯିବ। ପୁରୀ ସର୍କିଟ ହାଉସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ରଥଯାତ୍ରା ପ୍ରସ୍ତୁତି ଓ ପରିଚାଳନା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ବୈଠକ: ମାଓବାଦ-ମାଦକ ରୋକ ଉପରେ ଗୁରୁତ୍ୱ

ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟିର ୧୫ତମ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଏବଂ ପୋଲିସ ଡିଜି ଯୋଗ ଦେବେ। କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ବୈଠକରେ ସାମିଲ ହେବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ସମୀକ୍ଷା ଓ ଆଗାମୀ...

ଅନୁଗୋଳରେ ଉପମୁଖ୍ୟମନ୍ତ୍ରୀଙ୍କୁ କଳାପତାକା ବିରୋଧ, ଗିରଫ ଯୁବକଙ୍କ ମୁକ୍ତି ପାଇଁ ଦାବି

ଅନୁଗୋଳ ଜିଲ୍ଲାର ଦୁଇ ଦିନିଆ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ଶନିବାର ସ୍ଥାନୀୟ ମହିଳାଙ୍କ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। କୋଶଳା ଗ୍ରାମର ଅଧିଷ୍ଠାତ୍ରୀ ମା’ ରାମଚଣ୍ଡୀଙ୍କ ଦର୍ଶନ ସାରି ଫେରୁଥିବା ସମୟରେ କିଛି ମହିଳା ତାଙ୍କୁ ଘେରାଉ କରି ନିଜ ଦାବି ଉପସ୍ଥାପନ କରିଥିଲେ। ମହିଳାମାନଙ୍କ ଅଭିଯୋଗ ଅନୁସାରେ, ଗ୍ରାମରେ କୋଇଲା ପରିବହନକୁ ବିରୋଧ କରି ଆନ୍ଦୋଳନ କରିବା ପରେ ପୋଲିସ ୫ ଜଣ ସ୍ଥାନୀୟ ଯୁବକଙ୍କୁ ମିଥ୍ୟା ମାମଲାରେ ଗିରଫ କରିଥିଲା। ସେମାନଙ୍କ...

ପ୍ରବଳ ବର୍ଷା ଆଲର୍ଟ: ସାରା ରାଜ୍ୟ ସତର୍କ, ୪ ଦିନ ସମୁଦ୍ରକୁ ମନା

ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ସମଗ୍ର ଓଡ଼ିଶାରେ ଲଗାଣ ବର୍ଷା ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ଆସନ୍ତା ୨୪ ଘଣ୍ଟା ପାଇଁ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ସୋନପୁର ଓ ସମ୍ବଲପୁର ଜିଲ୍ଲାକୁ ଭୀଷଣ ବର୍ଷା ଆଶଙ୍କାରେ ରେଡ୍ ଆଲର୍ଟ ଜାରି କରିଛି। ଏହା ସହ ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, କେଉଁଝର ଓ ଢେଙ୍କାନାଳ ସମେତ ଅନ୍ୟାନ୍ୟ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଏବଂ ୧୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।...

ସମୁଦ୍ର ଆଁରେ ହଜିଯାଉଛି ଗାଁ, ବିପଦ ଆଶଙ୍କାରେ ପ୍ରଶାସନର ବଡ଼ ପଦକ୍ଷେପ

ଗଞ୍ଜାମ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ସମୁଦ୍ର କୂଳକ୍ଷୟ। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ ସମୁଦ୍ରର ତାଣ୍ଡବ ଏବେ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଘର ସମୁଦ୍ର ଗର୍ଭରେ ଲୀନ ହେଉଥିବା ବେଳେ, ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ଲହଡ଼ି। ପରିସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି ଯେ ପ୍ରଶାସନ ଶେଷରେ ସମଗ୍ର ଗାଁକୁ ସିଲ୍ କରିବାକୁ ବାଧ୍ୟ ହୋଇଛି। ସୂଚନା ଅନୁଯାୟୀ, ପୋଡମପେଟା ଗାଁର...

ନିଖୋଜ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ବାପୁଜୀ ସ୍ୱାଇଁଙ୍କ ନିଖୋଜ ଘଟଣା ଏବେ ହତ୍ୟା ସନ୍ଦେହକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାପୁଜୀ ଛତ୍ରପୁରର ଜଣେ ଟ୍ରକ୍‌ ମାଲିକଙ୍କ ଅଧୀନରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ ଜୁନ୍‌ ୨୫ ତାରିଖରେ ସେ ଟ୍ରକ୍‌ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ। ସେହିଦିନ ରାତି ପ୍ରାୟ ୮ଟା ସମୟରେ ସେ ଶେଷଥର ପାଇଁ ନିଜ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହା...
1 6 7 8 9 10 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780