ନବରଙ୍ଗପୁରରେ ବିଜେପିର ମିଶ୍ରଣ ପର୍ବ

Table of Content

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକର ଜାମୁଗୁଡାଠାରେ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଏକ ବୃହତ୍ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେଡି ଓ କଂଗ୍ରେସର ବହୁ ନେତା ଓ କର୍ମୀ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଥିଲେ। ଯୋଗଦାନକାରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱ ଏବଂ ବିକାଶମୂଳକ କାର୍ଯ୍ୟରେ ଆସ୍ଥା ପ୍ରକାଶ କରି ବିଜେପିରେ ସାମିଲ ହୋଇଥିବା କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ରାଜ୍ୟ ବିଜେପି ଉପସଭାପତି ରମେଶ ସାହୁ, ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାସ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ଜିଲ୍ଲା ସଭାପତି ଗୋବିନ୍ଦ ଜୈନ, ଜଗଦୀଶ ଚନ୍ଦ୍ର ବିଷୋୟୀ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଲିଙ୍ଗରାଜ ଭତରା ଏବଂ ସାଂସଦ ପ୍ରତିନିଧି ସୋମନାଥ ପୂଜାରୀଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ନେତୃବୃନ୍ଦ ନିଜ ବକ୍ତବ୍ୟରେ ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ’ର ମନ୍ତ୍ରକୁ ଦୋହରାଇ ଏକ ବିକଶିତ ଓ ସମୃଦ୍ଧ ଭାରତ ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆହ୍ୱାନ କରିଥିଲେ। ଏହି ମିଶ୍ରଣ ପର୍ବକୁ ନବରଙ୍ଗପୁର ଜିଲ୍ଲାରେ ବିଜେପିର ସାଂଗଠନିକ ଶକ୍ତି ବୃଦ୍ଧି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778