ଗଞ୍ଜାମ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ବ୍ଲୁ ଫ୍ଲାଗ୍ ବିଚ୍‌ରେ ମୌଳିକ ସୁବିଧାର ଅଭାବ, ହଇରାଣ ପର୍ଯ୍ୟଟକ

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ସୁନାପୁର ବିଚ୍‌ରେ ମୌଳିକ ସୁବିଧାର ଅଭାବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ବିଶେଷ କରି ପାନୀୟ ଜଳ ଓ ବ୍ୟବହାରଯୋଗ୍ୟ ଶୌଚାଳୟର ଅଭାବ ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରତିଦିନ ଶହ ଶହ ପର୍ଯ୍ୟଟକ ସୁନାପୁର ବିଚ୍‌କୁ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା ସନ୍ତୋଷଜନକ ନଥିବା ଅଭିଯୋଗ ହେଉଛି। ବିଶେଷକରି ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟର...

ସମୁଦ୍ର ଆଁରେ ହଜିଯାଉଛି ଗାଁ, ବିପଦ ଆଶଙ୍କାରେ ପ୍ରଶାସନର ବଡ଼ ପଦକ୍ଷେପ

ଗଞ୍ଜାମ: ଦିନକୁ ଦିନ ଭୟଙ୍କର ରୂପ ନେଉଛି ସମୁଦ୍ର କୂଳକ୍ଷୟ। ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡମପେଟା ଗାଁରେ ସମୁଦ୍ରର ତାଣ୍ଡବ ଏବେ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଘର ସମୁଦ୍ର ଗର୍ଭରେ ଲୀନ ହେଉଥିବା ବେଳେ, ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ଲହଡ଼ି। ପରିସ୍ଥିତି ଏତେ ଗମ୍ଭୀର ହୋଇପଡ଼ିଛି ଯେ ପ୍ରଶାସନ ଶେଷରେ ସମଗ୍ର ଗାଁକୁ ସିଲ୍ କରିବାକୁ ବାଧ୍ୟ ହୋଇଛି। ସୂଚନା ଅନୁଯାୟୀ, ପୋଡମପେଟା ଗାଁର...

ନିଖୋଜ ପରେ ଟ୍ରକ୍‌ ଡ୍ରାଇଭରଙ୍କ ହତ୍ୟା ଅଭିଯୋଗ, ତଦନ୍ତ ଆରମ୍ଭ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ କୋଟିନଡ଼ା ଅଞ୍ଚଳର ଟ୍ରକ୍‌ ଡ୍ରାଇଭର ବାପୁଜୀ ସ୍ୱାଇଁଙ୍କ ନିଖୋଜ ଘଟଣା ଏବେ ହତ୍ୟା ସନ୍ଦେହକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାପୁଜୀ ଛତ୍ରପୁରର ଜଣେ ଟ୍ରକ୍‌ ମାଲିକଙ୍କ ଅଧୀନରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ ଜୁନ୍‌ ୨୫ ତାରିଖରେ ସେ ଟ୍ରକ୍‌ ନେଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଥିଲେ। ସେହିଦିନ ରାତି ପ୍ରାୟ ୮ଟା ସମୟରେ ସେ ଶେଷଥର ପାଇଁ ନିଜ ପତ୍ନୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ଏହା...

ହୋଟେଲ ସାମ୍ନାରେ ମିଳିଲା ଯୁବକଙ୍କ ମୃତଦେହ, ତଦନ୍ତରେ ପୋଲିସ

ତାରାତାରିଣୀ ମନ୍ଦିର ନିକଟରେ ରୋପୱେ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ, ତଦନ୍ତରେ ପୋଲିସ ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ମା’ ତାରାତାରିଣୀ ମନ୍ଦିର ନିକଟରେ ଥିବା ଲକ୍ଷ୍ମୀପ୍ରିୟା ହୋଟେଲ ସମ୍ମୁଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଯୁବକ ଜଣକ ପୁରୀ ଜିଲ୍ଲାର ମନୋଜ ସ୍ୱାଇଁ ବୋଲି ଜଣାପଡ଼ିଛି। ସେ ମା’ ତାରାତାରିଣୀ ମନ୍ଦିରର ରୋପୱେ ମରାମତି କାମ ପାଇଁ ଅନ୍ୟ ଦୁଇଜଣ ସହକର୍ମୀଙ୍କ ସହ ପୁରୀରୁ...

ହଷ୍ଟେଲ ସିଟ୍ ଓ ବ୍ୟକ୍ତିଗତ ଟ୍ୟୁସନକୁ ନେଇ ଚିକିଟି କଲେଜରେ ଅଭିଯୋଗ

ଗଞ୍ଜାମ ଜିଲ୍ଲାର ଚିକିଟି ମହାବିଦ୍ୟାଳୟକୁ ନେଇ ବିଭିନ୍ନ ଅନିୟମିତତା ଓ ଅବ୍ୟବସ୍ଥାର ଅଭିଯୋଗ ସାମ୍ନାକୁ ଆସିଛି। ସ୍ଥାନୀୟ ବିଜେଡିର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଚିକିଟି ଯୁବରାଜ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ହଷ୍ଟେଲ ପରିଚାଳନା, ବ୍ୟକ୍ତିଗତ ଟ୍ୟୁସନ ବ୍ୟବସ୍ଥା ଏବଂ ପ୍ରାକ୍ଟିକାଲ ମାର୍କ ପ୍ରଦାନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଯୁକ୍ତ–୩ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ହଷ୍ଟେଲରେ ଅର୍ଥ ଆଦାୟ କରି ଯୁକ୍ତ–୨ ଛାତ୍ରଛାତ୍ରୀଙ୍କୁ ରଖାଯାଉଛି। ସେହିପରି ବ୍ୟକ୍ତିଗତ ଟ୍ୟୁସନରେ ଯୋଗଦେଲେ...

ଖରଖରୀ ନାଳରେ ଚଢ଼ାଉ, ୪୬ କେଜି ଗଞ୍ଜେଇ ସହ ଅଟୋ ଜବତ

ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ସାଧାରଣରେ ଚିନ୍ତା ବଢ଼ିଛି। ଏପରି ପରିସ୍ଥିତିରେ ବେଗୁନିଆପଡା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ଆଜି ସକାଳେ ବେଗୁନିଆପଡା ଥାନା ଅନ୍ତର୍ଗତ ଖରଖରୀ ନାଳ ନିକଟରେ ପୋଲିସ ଚଢ଼ାଉ କରି ଚୋରା ଚାଲାଣ ହେଉଥିବା ଏକ ଅଟୋରୁ ୪୬ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା...

ଦୁଇ ବର୍ଷର ବିକାଶ ଯାତ୍ରାକୁ ନେଇ ସିହଳାରେ ସରକାରୀ କାର୍ଯ୍ୟକ୍ରମ

ଗଞ୍ଜାମ, କୁକୁଡ଼ାଖଣ୍ଡି: ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ‘ବିକାଶର ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳା ଗ୍ରାମ ପଞ୍ଚାୟତରେ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ବିକାଶମୂଳକ ଯୋଜନା ଓ ଜନହିତକାରୀ ପଦକ୍ଷେପ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ ଭାବେ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ।...

ଅନଙ୍ଗପୁର ଛକରେ ଭୟଙ୍କର ଦୁର୍ଘଟଣା: ଦୁଇ ବାଇକ୍ ଧକ୍କାରେ ୨ ମୃତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଅନଙ୍ଗପୁର ଛକ ନିକଟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ୍ ବିପରୀତ ଦିଗରୁ ଆସି ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଆଉ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ଦିଗପହଣ୍ଡି ମେଡିକାଲକୁ ଭର୍ତ୍ତି କରାଯାଇଛି ଏବଂ ସେଠାରେ ଚିକିତ୍ସା ଚାଲିଛି। ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଭିଡ଼ ଜମାଇଥିଲେ ଏବଂ...

ଦୁର୍ଦ୍ଦଶାରେ ୫ ପଞ୍ଚାୟତର ଲୋକେ, ଜୀବନ ବାଜିରେ ରଖି ଚାଲୁଛି ଯାତାୟାତ

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କୈରାସି ଛକରୁ ଭିକାପଡ଼ା, ଖୋଜାପଲ୍ଲୀ, ବାଦପାଲ୍ଲି ଓ ଆଇତିପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଗତ ୪ ବର୍ଷ ଧରି ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପହଞ୍ଚିଛି। ଏହି ରାସ୍ତା ଦେଇ ପ୍ରତିଦିନ ୫ଟି ପଞ୍ଚାୟତର ହଜାର ହଜାର ଲୋକ ଯାତାୟାତ କରୁଥିବା ବେଳେ ବଡ଼ ବଡ଼ ଖାଲଖମା ଓ ଭଙ୍ଗା ଅବସ୍ଥା ଯୋଗୁଁ ଯାତ୍ରା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ୨୦୧୭ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ...

ହାଜତମୃତ୍ୟୁ ମାମଲାରେ HRPCର ତଦନ୍ତ, ମଗାଗଲା ଥାନା ସିସିଟିଭି ଫୁଟେଜ

କବିସୂର୍ଯ୍ୟନଗର ହାଜତମୃତ୍ୟୁ ମାମଲାରେ ତଦନ୍ତ ପ୍ରକ୍ରିୟା ଆହୁରି ଜୋରଦାର ହୋଇଛି। ରାଜ୍ୟ ମାନବାଧିକାର ସୁରକ୍ଷା କମିଶନ (HRPC)ର ଏକ ୪ ଜଣିଆ ଟିମ୍ ଗଞ୍ଜାମ ଏସପି କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସମ୍ପର୍କିତ ତଥ୍ୟ ସଂଗ୍ରହ କରିଛି। ତଦନ୍ତର ଅଂଶ ଭାବେ କମିଶନ ପକ୍ଷରୁ କବିସୂର୍ଯ୍ୟନଗର ଥାନାର ମେ ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତର ସମସ୍ତ ସିସିଟିଭି ଫୁଟେଜ ତଲବ କରାଯାଇଛି। ଏହି ସମୟ ମଧ୍ୟରେ ଥାନା ପରିସରରେ କ’ଣ ଘଟିଥିଲା, ସେଥିପାଇଁ ସିସିଟିଭି ରେକର୍ଡ ଯାଞ୍ଚ...
1 2 3

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779