ବ୍ଲୁ ଫ୍ଲାଗ୍ ବିଚ୍‌ରେ ମୌଳିକ ସୁବିଧାର ଅଭାବ, ହଇରାଣ ପର୍ଯ୍ୟଟକ

Table of Content

ରାଜ୍ୟର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ଆନ୍ତର୍ଜାତିକ ବ୍ଲୁ ଫ୍ଲାଗ୍ ମାନ୍ୟତାପ୍ରାପ୍ତ ସୁନାପୁର ବିଚ୍‌ରେ ମୌଳିକ ସୁବିଧାର ଅଭାବକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ବିଶେଷ କରି ପାନୀୟ ଜଳ ଓ ବ୍ୟବହାରଯୋଗ୍ୟ ଶୌଚାଳୟର ଅଭାବ ଯୋଗୁଁ ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ପ୍ରତିଦିନ ଶହ ଶହ ପର୍ଯ୍ୟଟକ ସୁନାପୁର ବିଚ୍‌କୁ ଆସୁଥିଲେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ସୁବିଧା ସନ୍ତୋଷଜନକ ନଥିବା ଅଭିଯୋଗ ହେଉଛି। ବିଶେଷକରି ପାନୀୟ ଜଳର ବ୍ୟବସ୍ଥା ଏବଂ ଶୌଚାଳୟର ରକ୍ଷଣାବେକ୍ଷଣକୁ ନେଇ ପର୍ଯ୍ୟଟକମାନେ ପ୍ରଶ୍ନ ଉଠାଇଛନ୍ତି। ଏହି ସମସ୍ୟା ଯୋଗୁଁ ପର୍ଯ୍ୟଟକଙ୍କ ଅନୁଭୂତି ପ୍ରଭାବିତ ହେଉଥିବା ମତ ପ୍ରକାଶ ପାଇଛି।

ଏକପଟେ ସୁନାପୁର ବିଚ୍ ବ୍ଲୁ ଫ୍ଲାଗ୍ ମାନ୍ୟତା ବଜାୟ ରଖି ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବେଳେ, ଅନ୍ୟପଟେ ମୌଳିକ ସୁବିଧାର ଅଭାବ ପର୍ଯ୍ୟଟନ ପରିଚାଳନାକୁ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସ୍ଥାନୀୟ ଲୋକ ଓ ପର୍ଯ୍ୟଟକମାନେ ବିଚ୍‌ରେ ପର୍ଯ୍ୟାପ୍ତ ପାନୀୟ ଜଳ, ପରିଷ୍କାର ଓ ବ୍ୟବହାରଯୋଗ୍ୟ ଶୌଚାଳୟ ସହ ଅନ୍ୟାନ୍ୟ ମୌଳିକ ସୁବିଧା ତୁରନ୍ତ ସୁନିଶ୍ଚିତ କରିବାକୁ ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି। ବିଚ୍‌ର ଆନ୍ତର୍ଜାତିକ ମାନ୍ୟତା ଅକ୍ଷୁଣ୍ଣ ରଖିବା ପାଇଁ ମୌଳିକ ସୁବିଧାର ଉନ୍ନତି ଏବଂ ନିୟମିତ ରକ୍ଷଣାବେକ୍ଷଣ ଅତ୍ୟାବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778