ମୟୂରଭଞ୍ଜ: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR) ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ୯ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚିଠା ଭୋଟର ତାଲିକା–୨୦୨୬ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ହେମକାନ୍ତ ସୟ୍ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ତାଲିକା ଉନ୍ମୋଚନ କରାଯାଇଥିଲା।
ଜିଲ୍ଲାପାଳ ସୂଚନା ଦେଇଛନ୍ତି ଯେ, ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ମତଦାତାମାନେ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ସମୟ ମଧ୍ୟରେ ନୂତନ ମତଦାତାଙ୍କ ନାମ ଅନ୍ତର୍ଭୁକ୍ତି, ନାମ କିମ୍ବା ଠିକଣା ସଂଶୋଧନ, ସ୍ଥାନାନ୍ତରଣ ଏବଂ ଅଯୋଗ୍ୟ ନାମ ବିଲୋପ ପାଇଁ ନିର୍ଦ୍ଧାରିତ ପ୍ରକ୍ରିୟାରେ ଆବେଦନ ଗ୍ରହଣ କରାଯିବ।
ବୈଠକରେ ଜିଲ୍ଲାପାଳ କହିଥିଲେ ଯେ, ଏହି ସଘନ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଏକ ନିର୍ଭୁଲ, ସ୍ୱଚ୍ଛ, ଅଦ୍ୟତନ ଏବଂ ସର୍ବସମାବେଶୀ ଭୋଟର ତାଲିକା ପ୍ରସ୍ତୁତ କରିବା। ସେ ସମସ୍ତ ମତଦାତାଙ୍କୁ ନିଜ ନାମ ଓ ବ୍ୟକ୍ତିଗତ ବିବରଣୀ ଯାଞ୍ଚ କରି, କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ଆହ୍ୱାନ ଜଣାଇଛନ୍ତି।

Total Users : 1000778