TMCରେ ବଡ଼ ଭାଙ୍ଗଣର ସଙ୍କେତ! ‘୫୦ ବିଧାୟକ ଓ ୨୦ ସାଂସଦ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ’ : ବିଜେପି ସାଂସଦ

Table of Content

ପଶ୍ଚିମବଙ୍ଗ ରାଜନୀତିରେ ପୁଣି ତୀବ୍ର ହୋଇଛି ଦଳବଦଳ ଚର୍ଚ୍ଚା । ତୃଣମୂଳ କଂଗ୍ରେସ (TMC) ଭିତରେ ଅସନ୍ତୋଷ ବଢ଼ୁଥିବା ବେଳେ, ବିଜେପି ସାଂସଦ ସୌମିତ୍ର ଖାନଙ୍କ ଏକ ବଡ଼ ବୟାନ ରାଜନୈତିକ ମହଳରେ ଚର୍ଚ୍ଚାକୁ ଆହୁରି ତେଜ କରିଦେଇଛି ।

ସୌମିତ୍ର ଖାନ ଦାବି କରିଛନ୍ତି ଯେ, ଯଦି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ପକ୍ଷରୁ ସବୁଜ ସଙ୍କେତ ମିଳେ, ତେବେ TMC ଭିତରେ ବଡ଼ ଧରଣର ଭାଙ୍ଗଣ ହୋଇପାରେ । ତାଙ୍କ କହିବା ଅନୁସାରେ, TMCର ପ୍ରାୟ ୫୦ ଜଣ ବିଧାୟକ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏବଂ ୨୦ ଜଣ ସାଂସଦ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ରହିଛନ୍ତି ।ଏହି ବୟାନ ପରେ ପଶ୍ଚିମବଙ୍ଗ ରାଜନୀତିରେ ବଡ଼ ଧରଣର କମ୍ପନ ସୃଷ୍ଟି ହୋଇଛି । ବିଶେଷକରି ବାରାସତ ସାଂସଦ କାକୋଲି ଘୋଷ ଦସ୍ତିଦାରଙ୍କ ସମସ୍ତ ସଂଗଠନ ପଦରୁ ଇସ୍ତଫା ପରେ ଦଳ ଭିତରେ ଅସନ୍ତୋଷ ଆହୁରି ସ୍ପଷ୍ଟ ହେଉଥିବା ଚର୍ଚ୍ଚା ହେଉଛି । ନିକଟରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରେ ଯୋଗ ଦେଇଥିବା ଖବର ମଧ୍ୟ ଚର୍ଚ୍ଚାକୁ ତେଜ କରିଥିଲା ।ଏହା ସହ କାକୋଲି ଘୋଷଙ୍କୁ ଲୋକସଭାରେ ଟିଏମସିର ମୁଖ୍ୟ ସଚେତକ ପଦରୁ ହଟାଯାଇଥିବା ବେଳେ, ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ Y-କାଟେଗୋରି ସୁରକ୍ଷା ପ୍ରଦାନ କରାଯିବା ରାଜନୈତିକ ମହଳରେ ନୂଆ ଅଟକଳନାକୁ ଜନ୍ମ ଦେଇଛି ।ସୌମିତ୍ର ଖାନ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ କଡ଼ା ଭାବରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ ଦୁର୍ନୀତି ଓ ଶକ୍ତିର ଦୁର୍ବ୍ୟବହାର କରିଥିବା ନେତାମାନେ ଆଗାମୀ ଦିନରେ ଆଇନୀ ପରିଣାମ ଭୋଗିବେ । ୨୦୨୧ରେ ବିଜେପି କର୍ମୀଙ୍କ ଘର ଭାଙ୍ଗିବା ଘଟଣାକୁ ଉଲ୍ଲେଖ କରି ସେ TMC ନେତୃତ୍ୱ ଉପରେ ତୀବ୍ର ଆକ୍ରମଣ କରିଥିଲେ ।ଏପରି ସମୟରେ TMC ଭିତରେ ବିଦ୍ରୋହ, କାଉନସିଲରମାନଙ୍କ ଇସ୍ତଫା ଏବଂ ଦଳୀୟ ଅସନ୍ତୋଷ ବଢ଼ୁଥିବାରୁ ମମତା ବାନାର୍ଜୀଙ୍କ ପାଇଁ ରାଜନୈତିକ ଚ୍ୟାଲେଞ୍ଜ ଆହୁରି ବଢ଼ୁଥିବା ରାଜନୈତିକ ବିଶ୍ଳେଷକମାନେ ମତ ପ୍ରକାଶ କରୁଛନ୍ତି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts