ଜିଲ୍ଲା

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

NTPC କଣିହାଁରେ ବିଏମଏସର ଭବ୍ୟ ପ୍ରତିଷ୍ଠା ଦିବସ

ବିଏମଏସର ୭୨ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ ଶିବିର, ସଂଗ୍ରହ ହେଲା ୭୬ ୟୁନିଟ୍ ରକ୍ତ ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁସ୍ଥିତ ଏନଟିପିସି ବିଦ୍ୟୁତ ପ୍ରକଳ୍ପ ପରିସରର ଦୀପତରଙ୍ଗ କ୍ଲବଠାରେ ବିଦ୍ୟୁତ କର୍ମଚାରୀ ସଂଘ ସହବନ୍ଧିତ ଭାରତୀୟ ମଜଦୁର ସଂଘ (ବିଏମଏସ) ପକ୍ଷରୁ ୭୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରମିକ କଲ୍ୟାଣ, ସଂଗଠନର ଭୂମିକା ଏବଂ ରାଷ୍ଟ୍ର ନିର୍ମାଣରେ ଶ୍ରମିକଙ୍କ ଅବଦାନ ଉପରେ ବିସ୍ତୃତ...

ବିଶୋଇରେ ଶିଶୁ ସୁରକ୍ଷାକୁ ନେଇ ପ୍ରଶ୍ନ, ପଡ଼ୋଶୀ ବିରୋଧରେ ପୋକ୍ସୋ ମାମଲା

ବିଶୋଇରେ ଲଜ୍ଜାଜନକ ଘଟଣା: ସାଢ଼େ ଚାରି ବର୍ଷର ଶିଶୁ ସହ ଅସଦାଚରଣ ଅଭିଯୋଗ, ପୋକ୍ସୋ ଆଇନରେ ଅଭିଯୁକ୍ତ ଗିରଫ ବିଶୋଇ: ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ଲଜ୍ଜାଜନକ ଓ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ସାଢ଼େ ଚାରି ବର୍ଷର ଶିଶୁ କନ୍ୟା ସହ ଅସଦାଚରଣ ଓ ଯୌନ ନିର୍ଯାତନାର ପ୍ରୟାସ ହୋଇଥିବା ଅଭିଯୋଗରେ ପଡ଼ୋଶୀ ଯୁବକଙ୍କୁ ପୋଲିସ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବାବେଳେ...

ପୋଖରୀରେ ପଦ୍ମ ତୋଳିବା ବେଳେ ଗଭୀର ପାଣିରେ ଫସିଗଲେ ବୃଦ୍ଧ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରରେ ଏକ ମର୍ମନ୍ତୁଦ ଅଘଟଣ ଘଟିଛି। ପଦ୍ମ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ି ଜଣେ ବୃଦ୍ଧଙ୍କ ଦୁଃଖଦ ମୃତ୍ୟୁ ଘଟିଛି। ମୃତକ ହେଲେ କବିସୂର୍ଯ୍ୟନଗର ଆଇ.ବି. ଛକ ନିକଟସ୍ଥ ଅଞ୍ଚଳର ବାସିନ୍ଦା ଗନ୍ତେଇ ଗୌଡ଼। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଗନ୍ତେଇ ଗୌଡ଼ ନୁଆଁବେଢା ପୋଖରୀକୁ ପୂଜା ପାଇଁ ପଦ୍ମ ଫୁଲ ତୋଳିବା ଉଦ୍ଦେଶ୍ୟରେ ଯାଇଥିଲେ। ପୋଖରୀ ମଝିଭାଗରେ ପହଞ୍ଚିବା...

ପାରାଦୀପରେ ବ୍ଲୁ-ଫ୍ଲାଗ୍ ବିଚ୍, ଖୋଲିବ ରୋଜଗାରର ନୂଆ ବାଟ

ପାରାଦୀପ ପାରାଦୀପବାସୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର। ଖୁବ୍‌ଶୀଘ୍ର ପାରାଦୀପ ସମୁଦ୍ର ସୈକତର ଚେହେରା ସମ୍ପୂର୍ଣ୍ଣ ବଦଳିବାକୁ ଯାଉଛି। ଏହାକୁ ଆନ୍ତର୍ଜାତୀୟ ମାନର ‘ବ୍ଲୁ-ଫ୍ଲାଗ୍ ବିଚ୍’ (Blue Flag Beach) ଭାବେ ବିକଶିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ପ୍ରକଳ୍ପ ସଫଳ ହେଲେ ଏହା ଓଡ଼ିଶାର ସବୁଠୁ ବଡ଼ ଓ ଅତ୍ୟାଧୁନିକ ବ୍ଲୁ-ଫ୍ଲାଗ୍ ସମୁଦ୍ର ସୈକତ ଭାବେ ପରିଚିତ ହେବ। ଏହି ପ୍ରକଳ୍ପର ଅଗ୍ରଗତିକୁ ନେଇ ଆଇଏଏସ୍ କମିଶନର...

ଲାଞ୍ଚ ମାମଲାରେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଧରାପଡ଼ିଲେ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଥୁଆମୂଲ ରାମପୁର ଆଦର୍ଶ ବିଦ୍ୟାଳୟରେ ଲାଞ୍ଚ କାରବାରକୁ ନେଇ ଏକ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ ହାତେନାତ ଧରିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଜବାବଦେହିତାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ସୂଚନା ଅନୁଯାୟୀ, ବିଦ୍ୟାଳୟର...

ଶିକ୍ଷକ ନାହାନ୍ତି, ପିଲାଙ୍କ ଭବିଷ୍ୟତ ଅନ୍ଧାର?

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବଲବସପୁର ଭାଟିପଡା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗିରହିଥିବା ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅନୁମୋଦିତ ଦୁଇଟି ଶିକ୍ଷକ ପଦବୀ ମଧ୍ୟରୁ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବାରୁ ସମଗ୍ର ପାଠପଢ଼ାର ଦାୟିତ୍ୱ ଜଣେ ମାତ୍ର ଶିକ୍ଷକଙ୍କ ଉପରେ ନ୍ୟସ୍ତ ହୋଇଛି। ଏହାର...

ପୁଷ୍କୁରା ସ୍କୁଲରେ ଅବ୍ୟବସ୍ଥାର ପାହାଡ଼, ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ପଞ୍ଚୁପୁଲି ପଞ୍ଚାୟତର ପୁଷ୍କୁରା ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ଧରି ଚାଲିଆସୁଥିବା ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୫୦ ବର୍ଷ ପୁରୁଣା ଏହି ବିଦ୍ୟାଳୟରେ ଶିଶୁବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ଚାଲୁଥିବା ବେଳେ କେବଳ ୩ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ବିଦ୍ୟାଳୟରେ ମାତ୍ର ୨ଟି ଶ୍ରେଣୀଗୃହ ଥିବାରୁ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ...

ବୌଦ୍ଧ ଜିଲ୍ଲାର ଧଳପୁରରେ ସମବାୟ ସମିତିର ଶୁଭ ଆରମ୍ଭ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ଗ୍ରାମ ପଞ୍ଚାୟତରେ ନବନିର୍ମିତ ଧଳପୁର ବହୁମୁଖୀ ସମବାୟ ସମିତିର ଶୁଭ ଉଦ୍‌ଘାଟନ ଉତ୍ସବ ଉତ୍ସାହ ଓ ଆନନ୍ଦର ସହିତ ଅନୁଷ୍ଠିତ ହୋଇଛି। ଏହି ସମବାୟ ସମିତିକୁ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଔପଚାରିକ ଭାବେ ଉଦ୍‌ଘାଟନ କରିଥିଲେ। ସମବାୟ ସମିତି ମାଧ୍ୟମରେ ଅଞ୍ଚଳର ଚାଷୀମାନେ ସାର, ବିହନ, କୃଷି ଋଣ, ବିଭିନ୍ନ ସରକାରୀ ଯୋଜନାର ସୁବିଧା ଏବଂ କୃଷି ସମ୍ବନ୍ଧୀୟ...

ଲଘୁଚାପ ବର୍ଷାରେ ଭାଙ୍ଗିଲା ବିଧବାଙ୍କ ଘର, ଅଳ୍ପକେ ବର୍ତ୍ତିଲା ପରିବାର

କଳାହାଣ୍ଡି ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋକସରା ବ୍ଲକ ଅନ୍ତର୍ଗତ କାଉଡୋଲା ଗ୍ରାମରୁ ଆସିଛି ଏକ ହୃଦୟବିଦାରକ ଚିତ୍ର। ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଧବା ମହିଳା ଯଶୋଦା ନିଆଲଙ୍କ ମାଟି ଓ ଖପରରେ ତିଆରି ଘର ହଠାତ୍ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର ସମସ୍ତ ୬ ଜଣ ସଦସ୍ୟ କୌଣସି କାମରେ ଘର ବାହାରେ ଥିବାରୁ ଏକ...

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବର୍ଷା ବିପର୍ଯ୍ୟୟ, ପାଣିରେ ବୁଡ଼ିଲା ମୁଖ୍ୟ ରାସ୍ତା

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷା ପରେ ମୁଖ୍ୟ ସଡ଼କର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଦାନଗଦି ବ୍ଲକ ଅନ୍ତର୍ଗତ ଭିସା ପ୍ଲାଣ୍ଟ ପାଚେରୀ ନିକଟ ଏହି ରାସ୍ତା କଳିଙ୍ଗନଗରର ବିଭିନ୍ନ ବୃହତ୍ ଶିଳ୍ପ ସଂସ୍ଥାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ଶ୍ରମିକ, କର୍ମଚାରୀ ଓ ଶହ ଶହ ମାଲବାହୀ ଟ୍ରକ୍ ଏହି ପଥ ଦେଇ ଯାତାୟାତ କରନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାଟି ଆଣ୍ଠୁଏ...
1 2 3 4 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779