ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଲଘୁଚାପ ବର୍ଷାରେ ଭାଙ୍ଗିଲା ବିଧବାଙ୍କ ଘର, ଅଳ୍ପକେ ବର୍ତ୍ତିଲା ପରିବାର

କଳାହାଣ୍ଡି ଜିଲ୍ଲାରେ ଲଘୁଚାପଜନିତ ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବା ବେଳେ କୋକସରା ବ୍ଲକ ଅନ୍ତର୍ଗତ କାଉଡୋଲା ଗ୍ରାମରୁ ଆସିଛି ଏକ ହୃଦୟବିଦାରକ ଚିତ୍ର। ଲଗାତାର ପ୍ରବଳ ବର୍ଷା ଯୋଗୁଁ ବିଧବା ମହିଳା ଯଶୋଦା ନିଆଲଙ୍କ ମାଟି ଓ ଖପରରେ ତିଆରି ଘର ହଠାତ୍ ଭୁଶୁଡ଼ି ପଡ଼ିଛି। ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର ସମସ୍ତ ୬ ଜଣ ସଦସ୍ୟ କୌଣସି କାମରେ ଘର ବାହାରେ ଥିବାରୁ ଏକ...

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବର୍ଷା ବିପର୍ଯ୍ୟୟ, ପାଣିରେ ବୁଡ଼ିଲା ମୁଖ୍ୟ ରାସ୍ତା

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷା ପରେ ମୁଖ୍ୟ ସଡ଼କର ଦୟନୀୟ ଚିତ୍ର ସାମ୍ନାକୁ ଆସିଛି। ଦାନଗଦି ବ୍ଲକ ଅନ୍ତର୍ଗତ ଭିସା ପ୍ଲାଣ୍ଟ ପାଚେରୀ ନିକଟ ଏହି ରାସ୍ତା କଳିଙ୍ଗନଗରର ବିଭିନ୍ନ ବୃହତ୍ ଶିଳ୍ପ ସଂସ୍ଥାକୁ ସଂଯୋଗ କରୁଥିବାରୁ ପ୍ରତିଦିନ ହଜାର ହଜାର ଶ୍ରମିକ, କର୍ମଚାରୀ ଓ ଶହ ଶହ ମାଲବାହୀ ଟ୍ରକ୍ ଏହି ପଥ ଦେଇ ଯାତାୟାତ କରନ୍ତି। କିନ୍ତୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାଟି ଆଣ୍ଠୁଏ...

ଶରଧାବାଲିରେ ସମ୍ପନ୍ନ ହେଲା ଦକ୍ଷିଣ ମୋଡ଼, ଶ୍ରୀମନ୍ଦିର ଫେରିବେ ମହାପ୍ରଭୁ

ପୁରୀ ଶ୍ରୀକ୍ଷେତ୍ରରେ ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ତିନି ରଥର ପାରମ୍ପରିକ ଦକ୍ଷିଣ ମୋଡ଼ ନୀତି ଶ୍ରଦ୍ଧା ଓ ଭକ୍ତିର ସହ ସମ୍ପନ୍ନ ହୋଇଛି। ଗୁଣ୍ଡିଚା ମନ୍ଦିର ସମ୍ମୁଖସ୍ଥ ଶରଧାବାଲିରେ ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ରୀତିନୀତି ପରେ ତିନି ରଥ ଏବେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ା ଯାତ୍ରା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଛି। ଆଷାଢ଼ ଶୁକ୍ଳ ଦଶମୀ ତିଥିରେ ଶତାବ୍ଦୀ ପୁରୁଣା ପରମ୍ପରା ଅନୁଯାୟୀ ପ୍ରଥମେ...

ନିଆଳିରେ ଅଗ୍ନି ବିଭୀଷିକା, ନିମିଷକେ ଜଳିଗଲା ଦୁଇ ଘର

କଟକ ଜିଲ୍ଲା ନିଆଳି ତହସିଲ ଅନ୍ତର୍ଗତ ପହଙ୍ଗା ପଞ୍ଚାୟତର ବାଲିସାହି ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗ୍ରାମର କିଶୋର ତନ୍ଦ୍ର ଭୋଇଙ୍କ ବାସଗୃହରେ ହଠାତ୍ ନିଆଁ ଲାଗିବାରୁ କିଛି ମୁହୂର୍ତ୍ତ ମଧ୍ୟରେ ଅଗ୍ନିଶିଖା ଉଗ୍ର ରୂପ ଧାରଣ କରିଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ରୋଷେଇ ଚୁଲିରୁ ନିଆଁ ବ୍ୟାପି ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ଘରେ ଥିବା ଆସବାବପତ୍ର, ପୋଷାକ, ଦୈନନ୍ଦିନ ବ୍ୟବହାର...

କଣିହାଁରେ ଜଗନ୍ନାଥ ଏକ୍ସପ୍ରେସ୍ ଦୁର୍ଘଟଣା, ୯ ଜଣ ଗୁରୁତର

ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଥାନା ଅଞ୍ଚଳର ବୁରୁକୁନା ଛକ ନିକଟରେ ଆଜି ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଓଡ଼ିଶା ସରକାରଙ୍କ ‘ଜଗନ୍ନାଥ ଏକ୍ସପ୍ରେସ୍’ ଯାତ୍ରୀବାହୀ ବସଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ବସଟି ପୁରୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିବା ବେଳେ ବୁରୁକୁନା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବସରେ ୪୫ରୁ ଅଧିକ...

କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ; ସେତୁରୁ ନଦୀକୁ ଡେଇଁ ଯୁବକ ନିଖୋଜ

ବ୍ରାହ୍ମଣୀ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର ପାଇଁ ଜାରି ରହିଛି ବ୍ୟାପକ ସର୍ଚ୍ଚ ଅପରେସନ୍ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ପତ୍ରପୁର ଗ୍ରାମର ଜଣେ ଯୁବକ ବ୍ରାହ୍ମଣୀ ନଦୀକୁ ଡେଇଁ ନିଖୋଜ ହୋଇଯିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଖୋଜ ଯୁବକ ହେଲେ ପତ୍ରପୁର ଗ୍ରାମର ସୌମ୍ୟ ରଞ୍ଜନ ବେଜ। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ସୌମ୍ୟ ପତ୍ରପୁର ସେତୁ ଉପରେ ପହଞ୍ଚି ହଠାତ୍ ବ୍ରାହ୍ମଣୀ ନଦୀକୁ ଡେଇଁ ପଡ଼ିଥିଲେ।...

ବନ୍ୟାରେ ଭାଙ୍ଗିଲା ଘର, ଉଜୁଡ଼ିଲା ସଂସାର; ପ୍ରଶାସନର ନିଦ ଭାଙ୍ଗୁନି

ଅନୁଗୋଳ ଜିଲ୍ଲାର କଣିହାଁ ବ୍ଲକ ପବିତ୍ରମୋହନ ସଭାଗୃହରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଅବ୍ଦାଲ ଏମ୍. ଅଖତରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସାଧାରଣ ଲୋକମାନେ ନିଜର ବିଭିନ୍ନ ସମସ୍ୟା ନେଇ ସିଧାସଳଖ ପ୍ରଶାସନ ନିକଟରେ ଅଭିଯୋଗ ଦାଖଲ କରିଥିଲେ। ମୋଟ ୯୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୬୩ଟି ବ୍ୟକ୍ତିଗତ ଏବଂ ୨୭ଟି ଗ୍ରାମ୍ୟ ସମସ୍ୟା ସମ୍ବନ୍ଧୀୟ ଥିଲା। ପ୍ରଶାସନର ତତ୍ପରତା ଫଳରେ ୧୪ଟି ଅଭିଯୋଗର...

୨୬ ବ୍ଲକର ଅଙ୍ଗନବାଡି କର୍ମୀଙ୍କ ଅଭିଯୋଗ ଶୁଣିଲେ ପ୍ରଭାତୀ ପରିଡା

ମୟୁରଭଞ୍ଜ: ଓଡ଼ିଶା ସରକାରଙ୍କ ‘ଜନତାଙ୍କ ପାଖରେ ସରକାର’ ଭାବନାକୁ ଆହୁରି ସୁଦୃଢ଼ କରିବା ଦିଗରେ ଏକ ଅଭିନବ ପଦକ୍ଷେପ ଦେଖିବାକୁ ମିଳିଛି। ମୟୁରଭଞ୍ଜର ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସ୍ୱୟଂ ପହଞ୍ଚି ୨୬ଟି ବ୍ଲକର ଅଙ୍ଗନବାଡି କର୍ମୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ଅଭିଜ୍ଞତା, ସମସ୍ୟା ଓ ପ୍ରସ୍ତାବ ଶୁଣିଥିଲେ। ଦୀର୍ଘଦିନ ଧରି ଅଙ୍ଗନବାଡି କେନ୍ଦ୍ରଗୁଡ଼ିକରେ ରହିଥିବା ମୌଳିକ ସମସ୍ୟା ସମ୍ପର୍କରେ କର୍ମୀମାନେ ଖୋଲାମେଳା ଭାବେ ନିଜ ମତ ରଖିଥିଲେ।...

୧୮ ବର୍ଷ ଧରି ବେତନ ବିନା ସେବା, ସରକାରୀ ବେତନ ଦାବି ଜୋରଦାର

ଅନୁଗୋଳ ଜିଲ୍ଲା କଣିହାଁ ପବିତ୍ର ମୋହନ ସଭାଗୃହରେ ଆୟୋଜିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅବସରରେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦୀର୍ଘ ବର୍ଷ ଧରି ରାଜ୍ୟର ବିଭିନ୍ନ ବେସରକାରୀ ମହାବିଦ୍ୟାଳୟରେ ନିଷ୍ଠାର ସହ ପାଠପଢ଼ାଇ ଆସୁଥିବା ଅଧ୍ୟାପକ ଓ କର୍ମଚାରୀମାନେ ଏପର୍ଯ୍ୟନ୍ତ ଉଚିତ ପାରିଶ୍ରମିକ ଓ ସରକାରୀ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି। ସଂଘର କହିବା ଅନୁସାରେ, ବାରମ୍ବାର ଦାବିପତ୍ର, ଆନ୍ଦୋଳନ, ଧାରଣା ଓ...

ଜାମଶୋଳାରେ ମୁଣ୍ଡାରୀ ଭାଷା ସଚେତନତା କାର୍ଯ୍ୟକ୍ରମ

ସାରସକଣା: ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅନ୍ତର୍ଗତ ଜାମଶୋଳା ଅଞ୍ଚଳରେ ମୁଣ୍ଡାରୀ ଭାଷାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର-ପ୍ରସାରକୁ ନେଇ ଏକ ସ୍ୱତନ୍ତ୍ର ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ମୁଣ୍ଡାରୀ ଭାଷାର ଐତିହ୍ୟ, ସାଂସ୍କୃତିକ ମୂଲ୍ୟବୋଧ ଏବଂ ନୂତନ ପିଢ଼ି ମଧ୍ୟରେ ମାତୃଭାଷା ପ୍ରତି ଆଗ୍ରହ ଓ ସଚେତନତା ସୃଷ୍ଟି କରିବା ଏହି ବୈଠକର ମୂଳ ଉଦ୍ଦେଶ୍ୟ ଥିଲା। ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ବରଂ ଏକ ସମାଜର ପରିଚୟ, ପରମ୍ପରା ଓ ସଂସ୍କୃତିର ଅମୂଲ୍ୟ...
1 2 3 4 5 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000779