ରାଜ୍ୟ

Lorem ipsum dolor sit amet, consectetur adipiscing elit. Ut elit tellus, luctus nec ullamcorper mattis, pulvinar dapibus leo. Ut elit tellus, luctus nec ullamcorper mattis, pulvinar dapibus leo.

ଭଦ୍ରକରେ ବିଏସ୍‌ପିରେ ବିଭିନ୍ନ ବ୍ଲକର କର୍ମକର୍ତ୍ତାଙ୍କ ଯୋଗଦାନ

ଭଦ୍ରକ: ଭଦ୍ରକର ଗେଲପୁରସ୍ଥିତ ନ୍ୟୁ ସର୍କିଟ୍ ହାଉସ୍‌ରେ ବହୁଜନ ସମାଜ ପାର୍ଟି (BSP) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଦଳର ସାଙ୍ଗଠନିକ ସ୍ଥିତିକୁ ଆହୁରି ମଜବୁତ କରିବା, ସାମାଜିକ ନ୍ୟାୟର ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ଏବଂ ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ସଫଳ କରିବା ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ବହୁଜନ ସମାଜ ପାର୍ଟିର ରାଜ୍ୟ ସମନ୍ୱୟକାରୀ ଆଡଭୋକେଟ୍ ଅର୍ଜୁନ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ଆଡଭୋକେଟ୍ ରଞ୍ଜନ କୁମାର...

ଜିଲ୍ଲା ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ ଓ ଜିଲ୍ଲାପାଳ

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କଲେ ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ନବରଙ୍ଗପୁର: ଜନସାଧାରଣଙ୍କୁ ଉନ୍ନତ, ସୁଲଭ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନକୁ ପ୍ରାଥମିକତା ଦେଇ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଦର୍ଶନ କରିଛନ୍ତି। ପରିଦର୍ଶନ ସମୟରେ ସେମାନେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା...

ନାବାଳିକା ନିଖୋଜ, ଯୁବକଙ୍କ ବିରୋଧରେ ଅଭିଯୋଗ

ଲାଞ୍ଜିଗଡରେ ନାବାଳିକାଙ୍କୁ ଅପହରଣ ଅଭିଯୋଗ, ପୁଲିସର ତଦନ୍ତ ଆରମ୍ଭ ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବିଜେପୁର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ବିଜେପୁର ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ସନ୍ଧାନ ପାଇଁ ବିଭିନ୍ନ ସମ୍ଭାବ୍ୟ ସ୍ଥାନରେ ଖୋଜାଖୋଜି ଜାରି ରହିଥିବା ସୂଚନା ମିଳିଛି। ସୂଚନା...

ଆଡ଼ପ ମଣ୍ଡପରେ ୬ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ

ରଥଯାତ୍ରା ଅବସରରେ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଆଜି (ରବିବାର) ରାତି ୯ଟାରୁ ବିଳମ୍ବିତ ରାତି ୩ଟା ପର୍ଯ୍ୟନ୍ତ, ଅର୍ଥାତ୍ ପ୍ରାୟ ୬ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି। ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି ଅବସରରେ ଶ୍ରୀବିଗ୍ରହମାନଙ୍କର ପବିତ୍ର ବନକଲାଗି ନୀତି ଆଡ଼ପ ମଣ୍ଡପରେ...

ପୁଣି ଖୋଲିଲା ହୀରାକୁଦ ଗେଟ୍, ମହାନଦୀ କୂଳବାସୀ ସତର୍କ

ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୫୦ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୫୭ ହଜାର ୪୪୨ କ୍ୟୁସେକ୍ ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ, ମୋଟ ୯୩ ହଜାର ୪୦୬ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିମଧ୍ୟରୁ ୪ଟି ସ୍ଲୁଇସ୍ ଗେଟ୍ ମାଧ୍ୟମରେ ୬୦ ହଜାର ୫୨ କ୍ୟୁସେକ୍ ଏବଂ କେନାଲ, ପାୱାର ଚ୍ୟାନେଲ୍ ଓ ଶିଳ୍ପ ପ୍ରତିଷ୍ଠାନ ପାଇଁ ୩୩ ହଜାର ୩୫୪ କ୍ୟୁସେକ୍ ଜଳ ଛଡ଼ାଯାଉଛି। ଡ୍ୟାମ୍ କର୍ତ୍ତୃପକ୍ଷଙ୍କ କହିବାନୁସାରେ,...

ରଥଯାତ୍ରାରେ ରାଷ୍ଟ୍ରପତିଙ୍କ ବାର୍ତ୍ତା, ଦେଶ ପାଇଁ କଲେ ମଙ୍ଗଳ କାମନା

ପବିତ୍ର ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା ଅବସରରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସମସ୍ତ ଦେଶବାସୀ, ଓଡ଼ିଶାବାସୀ ଏବଂ ବିଶ୍ୱବ୍ୟାପୀ ଜଗନ୍ନାଥ ଭକ୍ତମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ, ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କ, ସମାନତା, ସହଯୋଗ ଓ ମାନବିକତାର ଏକ ଅନନ୍ୟ ପ୍ରତୀକ। ବିଶ୍ୱରେ ଏହା ଏକ ବିରଳ ପରମ୍ପରା, ଯେଉଁଠାରେ ସ୍ୱୟଂ...

ଶ୍ରୀମନ୍ଦିରରେ ସଅଳ ନୀତିକାନ୍ତି, ଅପରାହ୍ଣ ୪ଟାରେ ରଥଟଣା

ବିଶ୍ୱପ୍ରସିଦ୍ଧ ପବିତ୍ର ଘୋଷଯାତ୍ରାକୁ ନେଇ ଭକ୍ତିମୟ ପରିବେଶରେ ମଗ୍ନ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଚଳିତ ବର୍ଷ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟଠାରୁ ଆଗୁଆ ଏବଂ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ହୋଇଛି। ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନଙ୍କ ମଧ୍ୟରେ ଉତ୍କୃଷ୍ଟ ସମନ୍ୱୟ ଯୋଗୁଁ ରଥଯାତ୍ରାର ସମସ୍ତ ପ୍ରମୁଖ ନୀତି ସୁଚାରୁ ରୂପେ ଆଗକୁ ବଢ଼ୁଛି। ସକାଳ ୯ଟାରେ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହେବା ପରେ ସକାଳ...

କବିସୂର୍ଯ୍ୟନଗରରେ ରକ୍ତରଞ୍ଜିତ ଲୁଟ୍; ବୃଦ୍ଧାଙ୍କୁ ହତ୍ୟା କରି ଫେରାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ପୁଣି ଏକ ହୃଦୟବିଦାରକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଘାଟ ପାଇକ ସାହିରେ ଜଣେ ଏକାକୀ ରହୁଥିବା ବୃଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ବେଳେ, ଘରୁ ସୁନା ଅଳଙ୍କାର ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ପ୍ରତିମା ଜେନା। ସୂଚନା ଅନୁଯାୟୀ, ଗତ ରାତିରେ ସେ ସମ୍ପର୍କୀୟଙ୍କ ସହ କଥା ହୋଇ ଶୋଇବାକୁ ଯାଇଥିଲେ। ତେବେ ପରଦିନ ସକାଳେ ପରିବାର ଲୋକେ...

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା, ସିଂହଦ୍ୱାରରେ ପହଞ୍ଚିଲା ତିନି ରଥ

ପୁରୀ: ରାତି ପାହିଲେ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା। ବିଶ୍ୱର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ ଏହି ଦିବ୍ୟ ମହୋତ୍ସବର ସାକ୍ଷୀ ହେବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ସମବେତ ହୋଇଛନ୍ତି। ରଥଯାତ୍ରା ପୂର୍ବରୁ ଆଜି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥଖଳାରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ସମ୍ପନ୍ନ ହୋଇଛି। ଏହାପରେ ତିନି ରଥ ଦକ୍ଷିଣମୋଡ ନେଇ ରଥଖଳାରୁ ଶ୍ରୀମନ୍ଦିରର ସିଂହଦ୍ୱାର ସମ୍ମୁଖସ୍ଥ ଚକଡ଼ାକୁ ଅଣାଯିବ। ଏହି ଦୃଶ୍ୟକୁ ଦେଖିବା ପାଇଁ ବଡ଼ଦାଣ୍ଡରେ ଭକ୍ତଙ୍କ ଭିଡ଼...

ସକାଳ ୯:୩୦ରେ ପହଣ୍ଡି, ୪ଟାରେ ରଥଟଣା

ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାକୁ ନେଇ ବହୁ ପ୍ରତୀକ୍ଷିତ ରଥଯାତ୍ରା ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି। ଛତିଶା ନିଯୋଗ, ନୀତି ସବ୍-କମିଟି ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ପରେ ଏହି ସମୟସୂଚୀକୁ ଅନ୍ତିମ ରୂପ ଦିଆଯାଇଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଏହି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ନୀତି ଅନୁଯାୟୀ, ସକାଳ ୬ଟା ସୁଦ୍ଧା ମଙ୍ଗଳ...
1 2 3 4 5 6 20

Latest News

Stay in the loop

Subscribe to the newsletter for all the latest updates

Error: Contact form not found.

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 8
Total Users : 1000780