ସୁନ୍ଦରଗଡ଼ରେ ଚାଞ୍ଚଲ୍ୟ: ପତ୍ନୀକୁ ପିଟିପିଟି ହତ୍ୟା, ସ୍ୱାମୀ ଅଟକରେ

Table of Content

ସୁନ୍ଦରଗଡ଼ରେ ମର୍ମାନ୍ତିକ ଘଟଣା: ସ୍ତ୍ରୀକୁ ପିଟିପିଟି ହତ୍ୟା, ସ୍ୱାମୀ ପୋଲିସ ଅଟକରେ

ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ମୁଣ୍ଡାପଡ଼ା ଅଞ୍ଚଳରେ ଏକ ଅତ୍ୟନ୍ତ ମର୍ମାନ୍ତିକ ହତ୍ୟାକାଣ୍ଡ ଘଟିଛି । କୌଣସି ପାରିବାରିକ କଳହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ତୀବ୍ର ବିବାଦ ପରେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତକ ହେଲେ କ୍ରୀଷ୍ଣା ଖଡ଼ିଆ । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ ପିକୁ କିସାନଙ୍କୁ ପୋଲିସ କାବୁ କରି ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି । ଘଟଣାସ୍ଥଳରେ ଟାଉନ ଥାନା ଅଧିକାରୀ ସୁଶାନ୍ତ କୁମାର ପରିଡ଼ା ଓ ପୋଲିସ ଟିମ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛନ୍ତି ।

ସାଇଣ୍ଟିଫିକ ଟିମ ଆସିବା ପରେ ଘଟଣାସ୍ଥଳରୁ ଅଧିକ ପ୍ରମାଣ ସଂଗ୍ରହ କରାଯିବ ଏବଂ ପରେ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ ଏହି ଘଟଣାର ସମ୍ପୂର୍ଣ୍ଣ ଦିଗରେ ତଦନ୍ତ ଜାରି ରଖିଛି । ପାରିବାରିକ ହିଂସା ଏବଂ ଏପରି ଅପରାଧ ଘଟଣା ପୁଣିଥରେ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts