ଭୁବନେଶ୍ୱର, ରସୁଲଗଡ଼: ରସୁଲଗଡ଼ ଛକ ନିକଟରେ ଦାମୀ ସରକାରୀ ଜମି ଉପରେ ହୋଇଥିବା ବେଆଇନ ଜବରଦଖଲକୁ ଭାଙ୍ଗିଦେଇଛି ଭୁବନେଶ୍ୱର ମହାନଗର ନିଗମ (BMC)। ବୁଲଡୋଜର ମାଧ୍ୟମରେ ଚାଲିଥିବା ଏହି ଉଚ୍ଛେଦ ଅଭିଯାନରେ ଏକ ବେଆଇନ ଭବନ ଧ୍ୱଂସ କରାଯାଇଛି।
ସୂଚନା ଅନୁଯାୟୀ, ଏହି ଜମି ଦୀର୍ଘ ଦିନ ଧରି ମନୋରମା ଇଷ୍ଟେଟ୍ ନାମକ ବିଲ୍ଡରଙ୍କ ଜବରଦଖଲରେ ଥିଲା ବୋଲି ଅଭିଯୋଗ ରହିଛି। ପୂର୍ବରୁ ଥରେ ଉଚ୍ଛେଦ କରାଯାଇଥିଲେ ମଧ୍ୟ ପୁଣିଥରେ ସେଠାରେ ଆଉଟହାଉସ ନିର୍ମାଣ କରାଯାଇଥିବା ଜଣାପଡ଼ିଛି।
ଏହାକୁ ନେଇ ପ୍ରଶାସନ ଆଜି କଠୋର ପଦକ୍ଷେପ ଗ୍ରହଣ କରିଛି ଏବଂ ବୁଲଡୋଜର ମାଧ୍ୟମରେ ସମ୍ପୂର୍ଣ୍ଣ ଅବୈଧ ଗଠନକୁ ଭାଙ୍ଗି ଦିଆଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଉଚ୍ଛେଦ ନେଇ ଆଲୋଚନା ଚାଲିଛି।
