ସୁନା ଓ ରୁପା ଦରରେ ହଠାତ୍ ବଡ଼ ପତନ ଦେଖିବାକୁ ମିଳିଛି। ଗତ କିଛିଦିନ ଧରି ଲଗାତାର ବଢ଼ୁଥିବା ଦର ମଧ୍ୟରେ ଏବେ ଗ୍ରାହକଙ୍କ ପାଇଁ ଆସିଛି ଆଶ୍ୱସ୍ତିର ଖବର। ବିଶେଷ କରି ରୁପା ଦରରେ ରେକର୍ଡ ହ୍ରାସ ଘଟିଥିବା ବେଳେ ପାଞ୍ଚ ଦିନ ମଧ୍ୟରେ ପ୍ରତି କିଲୋଗ୍ରାମରେ ପ୍ରାୟ ୩୩ ହଜାର ଟଙ୍କା ଶସ୍ତା ହୋଇଛି। ସେହିପରି ସୁନା ଦରରେ ମଧ୍ୟ କମିବା ଧାରା ଜାରି ରହିଛି।
ମଲ୍ଟି କମୋଡିଟି ଏକ୍ସଚେଞ୍ଜ ତଥ୍ୟ ଅନୁସାରେ, ରୁପା ଦର ଗତ ତିନି ଦିନ ଧରି ନିରନ୍ତର ହ୍ରାସ ପାଉଛି। ଫ୍ୟୁଚର୍ସ ଟ୍ରେଡିଂ ଆରମ୍ଭ ହେବା ସହିତ ଏକ କିଲୋ ରୁପାର ଦର ହଠାତ୍ ୨୫୦୦ ଟଙ୍କାରୁ ଅଧିକ କମିଯାଇଥିଲା। ବର୍ତ୍ତମାନ ରୁପା ଏହାର ସର୍ବୋଚ୍ଚ ଦରଠାରୁ ପ୍ରାୟ ୧.୯୦ ଲକ୍ଷ ଟଙ୍କା ଶସ୍ତା ହୋଇଛି।
ସୂଚନାଯୋଗ୍ୟ, ମେ ୧୩ ତାରିଖରେ ରେ ଏକ କିଲୋ ରୁପାର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ଉପରେ ଥିଲା। କିନ୍ତୁ ବୁଧବାର ସୁଦ୍ଧା ଏହା ହ୍ରାସ ପାଇ ପ୍ରାୟ ୨.୬୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ପରେ କିଛି ସମୟ ପାଇଁ ଦରରେ ସାନା ପୁନରୁଦ୍ଧାର ଦେଖାଯାଇଥିଲେ ମଧ୍ୟ ହ୍ରାସ ଧାରା ଚାଲୁ ରହିଛି।
ବିଶେଷଜ୍ଞମାନଙ୍କ ମତରେ, କେନ୍ଦ୍ର ସରକାରଙ୍କ ଆମଦାନୀ ଶୁଳ୍କ ସମ୍ବନ୍ଧୀୟ ନୀତି ପରିବର୍ତ୍ତନ ଓ ଆନ୍ତର୍ଜାତୀୟ ବଜାରର ଚାପ ଯୋଗୁଁ ସୁନା-ରୁପା ଦରରେ ଏହି ବଡ଼ ପରିବର୍ତ୍ତନ ଆସିଛି।
ଅନ୍ୟପଟେ, ସୁନା ଦରରେ ମଧ୍ୟ କମିବା ଦେଖାଯାଇଛି। ବର୍ତ୍ତମାନ ୨୪ କ୍ୟାରେଟ୍ ୧୦ ଗ୍ରାମ ସୁନାର ମୂଲ୍ୟ ପୂର୍ବତନ ଦର ତୁଳନାରେ କିଛି ହ୍ରାସ ପାଇଛି। ଏହା ଗହଣା କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପାଇଁ କିଛି ଆଶ୍ୱସ୍ତି ଆଣିଛି।
ବଜାର ବିଶ୍ଳେଷକମାନଙ୍କ ଅନୁମାନ ଅନୁସାରେ, ଆଗାମୀ କିଛିଦିନ ଯାଏଁ ସୁନା ଓ ରୁପା ଦରରେ ଆହୁରି ଉତ୍ତାର-ଚଢ଼ାଉ ଦେଖାଯାଇପାରେ।
