ରାସ୍ତା ଭାଙ୍ଗି ଯାତାୟାତ ଠପ୍, ଗାଁକୁ ପହଞ୍ଚିପାରୁନି ଆମ୍ବୁଲାନ୍ସ

Table of Content

ବାଲେଶ୍ୱର ଜିଲ୍ଲା ବାହାନଗା ଅଞ୍ଚଳରେ ଭାଙ୍ଗି ପଡ଼ିଛି କଂକ୍ରିଟ୍ ରାସ୍ତା, ଫଳରେ ଗତ ଏକ ସପ୍ତାହ ଧରି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ସନ୍ତରାଗଡିଆରୁ ବାହାନଗା ସଂଯୋଗ କରୁଥିବା ଏହି ରାସ୍ତାର ପୋଲ ଉପରିଭାଗରୁ କଂକ୍ରିଟ୍ ଖଣ୍ଡଖଣ୍ଡ ହୋଇ ଖସିପଡ଼ୁଥିବାରୁ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ଯାତାୟାତ ବନ୍ଦ କରିଛି।

ରାସ୍ତା ବନ୍ଦ ହେବାରୁ ସ୍ଥାନୀୟ ଲୋକେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ଗାଁକୁ ଆମ୍ବୁଲାନ୍ସ ପହଞ୍ଚିପାରୁନଥିବାରୁ ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେଉଛି। ଛାତ୍ରଛାତ୍ରୀ, ଚାଷୀ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଯାଉଥିବା ଲୋକମାନେ ମଧ୍ୟ ଦୀର୍ଘ ରାସ୍ତା ଘୁରି ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ପ୍ରାୟ ୫ କୋଟି ୧୩ ଲକ୍ଷ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ ହୋଇଥିଲା। କିନ୍ତୁ ନିର୍ମାଣର ଦୁଇ ବର୍ଷ ପୂର୍ବରୁ ହିଁ ରାସ୍ତାର ଏପରି ଦୁରବସ୍ଥା ନିମ୍ନମାନର କାମକୁ ସ୍ପଷ୍ଟ କରୁଥିବା ସେମାନେ କହିଛନ୍ତି।

ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଶୀଘ୍ର ରାସ୍ତା ମରାମତି କରି ଯାତାୟାତ ସ୍ୱାଭାବିକ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778