ବେଆଇନ ପଥର ଚାଲାଣ ଅଟକାଇବା ବେଳେ ମହିଳା ଫରେଷ୍ଟଗାର୍ଡଙ୍କୁ ଦୁର୍ବ୍ୟବହାର

Table of Content

ବାଲେଶ୍ୱର ଜିଲ୍ଲା ନୀଳଗିରି ବନାଞ୍ଚଳରେ ପଥର ମାଫିଆଙ୍କ ଦାଦାଗିରିକୁ ନେଇ ଚିନ୍ତା ବଢ଼ିଛି। ଧୋବଶୀଳା ବିଟ୍ ଅଞ୍ଚଳରେ ରାତି ଅଧରେ ଚାଲୁଥିବା ବେଆଇନ ପଥର ଚୋରାଚାଲାଣକୁ ଅଟକାଇବାକୁ ଯାଇ ଜଣେ ମହିଳା ଫରେଷ୍ଟ ଗାର୍ଡ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଚଢ଼ାଉ ସମୟରେ ପଥର ମାଫିଆମାନେ ମହିଳା ଫରେଷ୍ଟ ଗାର୍ଡଙ୍କୁ ଘେରାଉ କରି ଅଶାଳୀନ ବ୍ୟବହାର କରିଥିଲେ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇପଡ଼ିବାରୁ ସେ ନିଜ ସୁରକ୍ଷା ପାଇଁ ଘଟଣାସ୍ଥଳରେ ସ୍କୁଟି ଛାଡ଼ି ସେଠାରୁ ପଳାଇ ଆସିଥିବା ଜଣାପଡ଼ିଛି। ଘଟଣା ପରେ ବନ ବିଭାଗ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ସ୍ଥାନୀୟ ଅଞ୍ଚଳରେ ଦୀର୍ଘଦିନ ଧରି ବେଆଇନ ପଥର ଚୋରାଚାଲାଣ ଚାଲିଥିବା ଅଭିଯୋଗ ହେଉଥିବାବେଳେ ମାଫିଆମାନଙ୍କ ପ୍ରଭାବ ଏତେ ବଢ଼ିଛି ଯେ ସରକାରୀ କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ନୁହେଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଏହି ଘଟଣା ପରେ ବନ ବିଭାଗ ଓ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ନେବା ଦାବି ଜୋର ଧରିଛି। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ବନ କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥା ମଜବୁତ କରିବାକୁ ସାଧାରଣରେ ଦାବି ହେଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts