ଆଜିର ରାଶିଫଳ
ମେଷ
ଦାମ୍ପତ୍ୟ ଜୀବନରେ ସମ୍ପର୍କ ମଧୁର ରହିବ। ସରକାରୀ କ୍ଷେତ୍ରରୁ ଆର୍ଥିକ ସହାୟତା ମିଳିବାର ସମ୍ଭାବନା ରହିଛି। ଶିକ୍ଷାର୍ଥୀମାନେ ଗୁରୁଜନଙ୍କ ପରାମର୍ଶ ଅନୁସରଣ କରି ସଫଳତା ପାଇବେ। ଦୂରଯାତ୍ରାର ସୁଯୋଗ ମିଳିପାରେ। ନିର୍ଦ୍ଧାରିତ କାର୍ଯ୍ୟରେ ସଫଳତା ଲାଭ କରିବେ। ମିଷ୍ଟି କଥାରେ ବନ୍ଧୁମାନଙ୍କର ବିଶ୍ୱାସ ଜିତିବେ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: “ଓଁ ହ୍ରୀଂ ଶ୍ରୀଂ ମଙ୍ଗଳାୟ ନମଃ” ଜପ କରନ୍ତୁ।
ବୃଷ
ଆପଣ ନିଜକୁ ପଛରେ ରଖି କାମ କରିବାକୁ ପସନ୍ଦ କରିପାରନ୍ତି। ପରିବାରର କୌଣସି ଶିଶୁଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ରହିପାରେ। ସାହିତ୍ୟ, କଳା, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରେ ପ୍ରଶଂସା ପାଇବେ। ଛୋଟ କଥାକୁ କେନ୍ଦ୍ର କରି ପରିବାରରେ ମତଭେଦ ହୋଇପାରେ। ବ୍ୟବସାୟ ଓ ଯାତ୍ରା କ୍ଷେତ୍ର ଭଲ ରହିବ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ଗାଈକୁ ଖାଦ୍ୟ ଦିଅନ୍ତୁ।
ମିଥୁନ
ପରିବାରକୁ ଏକତ୍ର ରଖିବାରେ ସଫଳ ହେବେ। ଧୈର୍ଯ୍ୟ ଓ ସହନଶୀଳତାରେ ଲକ୍ଷ୍ୟ ପ୍ରାପ୍ତି ଦିଗରେ ଆଗକୁ ବଢ଼ିବେ। ସାମାଜିକ କାର୍ଯ୍ୟରେ ସମ୍ମାନ ପାଇପାରନ୍ତି। ସମ୍ପତ୍ତି ସମ୍ବନ୍ଧୀୟ ଆଇନଗତ ବିବାଦରେ ସଫଳତା ମିଳିବାର ସମ୍ଭାବନା ରହିଛି।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ମା କମଳାଙ୍କ ପୂଜା କରନ୍ତୁ।
କର୍କଟ
ସମ୍ପର୍କୀୟମାନଙ୍କ ସହଯୋଗରେ ପରିବାରିକ ସମସ୍ୟାର ସମାଧାନ ହେବ। ଅନାବଶ୍ୟକ ଚିନ୍ତା ମନକୁ ଅଶାନ୍ତ କରିପାରେ। କଳା, ସାହିତ୍ୟ, ସଙ୍ଗୀତ ଓ କ୍ରୀଡା କ୍ଷେତ୍ରରେ ଶୁଭଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ନିଷ୍ପତ୍ତି ନେବା ସମୟରେ ସତର୍କ ରୁହନ୍ତୁ।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୨
ପ୍ରତିକାର: ଶିବଙ୍କ ସହସ୍ରନାମ ପାଠ କରନ୍ତୁ।
ସିଂହ
ଭାଇଭଉଣୀଙ୍କ ସହ ସମ୍ପର୍କ ମଧୁର ରହିବ। ସଞ୍ଚିତ ଧନ ଖର୍ଚ୍ଚ ହେବାର ଯୋଗ ରହିଛି। ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହେବେ। ନୂତନ ଘର ବା ଜମି କ୍ରୟ କରିପାରନ୍ତି। ସାମାଜିକ କାର୍ଯ୍ୟରେ ଆଗରେ ରହିବେ।
ଶୁଭ ରଙ୍ଗ: ନାରଙ୍ଗୀ
ଶୁଭ ସଂଖ୍ୟା: ୧
ପ୍ରତିକାର: ଶ୍ରୀ ମାତଙ୍ଗୀଙ୍କ ଆରାଧନା କରନ୍ତୁ।
କନ୍ୟା
ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଭେଟିବାର ସୁଯୋଗ ମିଳିପାରେ। ସମସ୍ୟାକୁ ଦୃଢ଼ତାର ସହ ମୁକାବିଲା କରିବେ। କୌଣସି କ୍ଷେତ୍ରରେ ନିବେଶ ପୂର୍ବରୁ ଭଲଭାବେ ବିଚାର କରନ୍ତୁ। ରାଜନୀତିରେ ଲାଭ ମିଳିପାରେ।
ଶୁଭ ରଙ୍ଗ: ସବୁଜ
ଶୁଭ ସଂଖ୍ୟା: ୫
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ପୂଜା କରନ୍ତୁ।
ତୁଳା
ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଯିବ, କିନ୍ତୁ ଗୁରୁଜନଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତା ରହିପାରେ। ପୁରୁଣା ବ୍ୟବସାୟକୁ ପୁନର୍ବାର ଆରମ୍ଭ କରିପାରନ୍ତି। ଧୀରେ ଧୀରେ ଧନ ସଂଗ୍ରହ ବଢ଼ିବ। ଛାତ୍ରଛାତ୍ରୀମାନେ ଶିକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇପାରନ୍ତି।
ଶୁଭ ରଙ୍ଗ: ଧଳା
ଶୁଭ ସଂଖ୍ୟା: ୬
ପ୍ରତିକାର: ଶୁକ୍ର ମନ୍ତ୍ର ପାଠ କରନ୍ତୁ।
ବିଛା
ଅନେକ କାମ ଅଧୂରା ରହିପାରେ। ଦୀର୍ଘଦିନର ସମସ୍ୟାର ସମାଧାନ ମିଳିବ। ଯାନବାହନ ଚଳାଇବା ବେଳେ ସତର୍କ ରୁହନ୍ତୁ। ପୁରୁଣା କଥାକୁ ନେଇ ମନ ଅଶାନ୍ତ ରହିପାରେ। ଧାରଦେବା-ନେବାରୁ ଦୂରେ ରୁହନ୍ତୁ।
ଶୁଭ ରଙ୍ଗ: ଲାଲ
ଶୁଭ ସଂଖ୍ୟା: ୯
ପ୍ରତିକାର: ନୃସିଂହଙ୍କ ପୂଜା କରନ୍ତୁ।
ଧନୁ
କୋର୍ଟ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭଫଳ ମିଳିପାରେ। ବକେୟା ଧନ ଫେରତ ପାଇବେ। ଆପଣଙ୍କ ମିଳନସାର ସ୍ୱଭାବ ସବୁଙ୍କୁ ଆକର୍ଷିତ କରିବ। ଉଚ୍ଚଶିକ୍ଷା ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ନେବେ। ସଙ୍ଗୀତ କ୍ଷେତ୍ରରେ ପ୍ରଶଂସା ମିଳିପାରେ।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ।
ମକର
ପରିଶ୍ରମ ସତ୍ତ୍ୱେ କିଛି କାମରେ ବିଳମ୍ବ ହୋଇପାରେ। ବକେୟା ଧନ ଆଦାୟ ପାଇଁ ଯୋଜନାବଦ୍ଧ ଭାବେ ଆଗକୁ ବଢ଼ିବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ଗୁରୁଜନଙ୍କ ଆଜ୍ଞା ପାଳନ କରିବେ। ସହଯୋଗୀମାନଙ୍କ ସମର୍ଥନ ଆପଣଙ୍କ ମନୋବଳ ବଢ଼ାଇବ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ମା ଶାରଳାଙ୍କ ଆରାଧନା କରନ୍ତୁ।
କୁମ୍ଭ
ସ୍ୱାସ୍ଥ୍ୟରେ ସୁଧାର ଆସିବ। କାର୍ଯ୍ୟକ୍ଷେତ୍ରରେ ସ୍ୱାଧୀନଭାବେ କାମ କରିବାର ସୁଯୋଗ ମିଳିବ। ବ୍ୟବସାୟ ସମ୍ବନ୍ଧରେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଅନୁକୂଳ ପରିବେଶ ରହିବ। ରାଜନୀତିରେ ସଫଳତା ମିଳିପାରେ।
ଶୁଭ ରଙ୍ଗ: ନୀଳ
ଶୁଭ ସଂଖ୍ୟା: ୮
ପ୍ରତିକାର: ହନୁମାନଙ୍କ ପୂଜା କରନ୍ତୁ।
ମୀନ
ବ୍ୟବସାୟରେ ଉନ୍ନତି ସହିତ ନୂତନ ସୁଯୋଗ ମିଳିବ। ସରକାରୀ ବା ଆଇନଗତ କାର୍ଯ୍ୟରେ ସତର୍କ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହ ମତଭେଦ ହୋଇପାରେ। ପରିବାରିକ ସମ୍ପର୍କରେ ସାମଞ୍ଜସ୍ୟ ରଖିବା ଆବଶ୍ୟକ।
ଶୁଭ ରଙ୍ଗ: ହଳଦିଆ
ଶୁଭ ସଂଖ୍ୟା: ୩
ପ୍ରତିକାର: ବିଷ୍ଣୁଙ୍କ ପୂଜା ଓ ପାଠ କରନ୍ତୁ।
