ରତ୍ନଭଣ୍ଡାର ଖୋଲାକୁ ନେଇ ବଢ଼ିଲା ଚର୍ଚ୍ଚା

Table of Content

ଖୋଲିବ ରତ୍ନଭଣ୍ଡାରର ଅନ୍ତର୍ଭାଗ, ମଧ୍ୟାହ୍ନ ଧୂପ ପରେ ପ୍ରବେଶ କରିବ ସ୍ୱତନ୍ତ୍ର ଟିମ୍

ଆଜି ପୁଣିଥରେ ଖୋଲିବ ମହାପ୍ରଭୁ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର। ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ସ୍ୱତନ୍ତ୍ର ଟିମ୍ ଭିତର ଭଣ୍ଡାରକୁ ପ୍ରବେଶ କରି ଗହଣା ଗଣତି ଓ ଯାଞ୍ଚ କାର୍ଯ୍ୟ କରିବେ। ସୁରକ୍ଷା ଓ ନୀତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆଜି ସାରାଦିନ ଭକ୍ତମାନେ କେବଳ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ମହାସ୍ନାନ ଭଳି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଭିତର କାଠ ଦର୍ଶନକୁ ସାମୟିକ ଭାବେ ବନ୍ଦ ରଖାଯାଇଛି। ଯେଉଁଦିନ ଗହଣା ଗଣତି ହେଉଛି, ସେହିଦିନ ମାତ୍ର ଏହି କଟକଣା ଲାଗୁ ହେଉଛି।

ଏହି ମାସରେ ଆଉ ୬ ଦିନ ଧରି ଚାଲିବ ଭିତର ରତ୍ନଭଣ୍ଡାର ଗଣତି କାମ। ମେ’ ୨୧, ୨୩, ୨୬, ୨୮, ୨୯ ଓ ୩୦ ତାରିଖରେ ଗହଣା ଗଣତି ହେବ। ପୂର୍ବରୁ ୧୦ ଦିନ ମଧ୍ୟରେ ମୋଟ ୬୦ ଘଣ୍ଟାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।

ଚାଲୁଥିବା ଯାଞ୍ଚରେ ଶ୍ରୀଜିଉଙ୍କ ଦେହରେ ଥିବା ଦୁଇଟି ଗହଣାକୁ ଛାଡି ଅନ୍ୟ ସମସ୍ତ ଅଳଙ୍କାରର ଗଣନା ସରିଛି। ବାହାର ଭଣ୍ଡାରରେ ୩ଟି ଗହଣା ଚିହ୍ନଟ ହୋଇନଥିଲେ ମଧ୍ୟ, ୧୯୭୮ ତାଲିକା ଅନୁସାରେ ଅଳଙ୍କାର ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି।

ଭିତର ଭଣ୍ଡାରରେ ପ୍ରାୟ ୧୩୦ଟି ଗହଣାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି। ସୁନା ଓ ରୂପା ଗହଣାକୁ ଅଲଗା ଅଲଗା ଷ୍ଟିଲ୍ ବକ୍ସରେ ରଖାଯାଇ ତାହାରେ ପିତଳ ଟ୍ୟାଗ୍ ଲଗାଯାଇଛି। ଏହା ଫଳରେ ଭବିଷ୍ୟତରେ ଯେକୌଣସି ଯାଞ୍ଚ ବା ମେଳକରା ସହଜ ହେବ।

ରତ୍ନ ବିଶେଷଜ୍ଞମାନେ ଆଧୁନିକ ଯନ୍ତ୍ରପାତି ସହଯୋଗରେ ମହାପ୍ରଭୁଙ୍କ ଗହଣାର ଯାଞ୍ଚ କରୁଛନ୍ତି। ପ୍ରତ୍ୟେକ ଗହଣାର ସିରିଅଲ୍ ନମ୍ବର ଆଧାରରେ ଚିହ୍ନଟ କରାଯାଉଛି। ସେଥିପାଇଁ ଫଟୋଗ୍ରାଫି, ଭିଡିଓଗ୍ରାଫି, 3D ମ୍ୟାପିଂ ଓ ଇ-କ୍ୟାଟାଲଗ୍‌ ପ୍ରସ୍ତୁତି କାମ ମଧ୍ୟ ଚାଲିଛି।

ମନ୍ଦିର ପ୍ରଶାସନ କହିଛି, ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନର ଗଣତି ପ୍ରାୟ ଶତପ୍ରତିଶତ ମେଳ ଖାଉଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts