ଚେପକ୍ରେ SRH–CSK ମ୍ୟାଚ୍ ପରେ ବିବାଦ! ଇଶାନ କିଶନଙ୍କ ଇଙ୍ଗିତରେ ରାଗିଲେ CSK ଫ୍ୟାନ୍ସ
SRH ଓ CSK ମଧ୍ୟରେ IPL 2026ର ୬୩ତମ ମ୍ୟାଚ୍ ଚେପକ୍ ଷ୍ଟାଡିୟମରେ ଖେଳାଗଲା, ଯେଉଁଥିରେ SRH ୫ ୱିକେଟ୍ରେ ବିଜୟ ହାସଲ କରି ପ୍ଲେଅଫ୍ରେ ପ୍ରବେଶ କରିଛି। କିନ୍ତୁ ମ୍ୟାଚ୍ ପରେ ବିଜୟ ଠାରୁ ଅଧିକ ଚର୍ଚ୍ଚାରେ ଆସିଛନ୍ତି ଇଶାନ କିଶନ।
ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଭିଡିଓରେ ଇଶାନ ଜଣେ CSK ଫ୍ୟାନ୍ଙ୍କ ଦିଗକୁ ଇଙ୍ଗିତ କରୁଥିବା ଓ ସିଟି ମାରୁଥିବା ଦେଖାଯାଉଛି। ଫ୍ୟାନ୍ମାନେ ଏହାକୁ ଅସମ୍ମାନଜନକ ଭାବେ ଦେଖି ତୀବ୍ର ଆପତ୍ତି ଜଣାଇଛନ୍ତି। କିଛି ଫ୍ୟାନ୍ କହିଛନ୍ତି ଯେ “ଗେମ୍ର ସ୍ପିରିଟ୍” ଭଙ୍ଗ ହୋଇଛି।
ମ୍ୟାଚ୍ ସମୟରେ ଧୋନିଙ୍କ ସମ୍ଭାବ୍ୟ ବିଦାୟକୁ ନେଇ ଚେପକ୍ରେ ଭାବନାପୂର୍ଣ୍ଣ ପରିବେଶ ଥିଲା। ଏଭଳି ସମୟରେ ଇଶାନଙ୍କ ଆଚରଣକୁ ନେଇ ଫ୍ୟାନ୍ସମାନେ ସୋସିଆଲ୍ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି।
ଏପର୍ଯ୍ୟନ୍ତ ଇଶାନ କିଶନ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ଅଧିକାରିକ ପ୍ରତିକ୍ରିୟା ଆସିନାହିଁ।
