ମୟୂରଭଞ୍ଜରେ ଭାଲୁ ଭୟ, ସନ୍ଧ୍ୟା ପଡିଲେ ତାଟି କବାଟ ବନ୍ଦ କରୁଛନ୍ତି ଗ୍ରାମବାସୀ

Table of Content

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ବନାଞ୍ଚଳ ଅଧୀନ କୋଚିଳାଡ଼ିହା, ବୈରାଟପୁର ସହ ଆସପାସର ଗ୍ରାମଗୁଡ଼ିକରେ ଏବେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି । ଗ୍ରାମ ଭିତରେ ଭାଲୁ ବୁଲୁଥିବା ଦୃଶ୍ୟ ସିସିଟିଭିରେ କଏଦ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି ।

ସନ୍ଧ୍ୟା ହେଲେ ଗ୍ରାମବାସୀମାନେ ଘରର ତାଟି କବାଟ ବନ୍ଦ କରି ସତର୍କ ରହୁଛନ୍ତି । ପରିବାରର ମହିଳା ଓ ଶିଶୁମାନଙ୍କୁ ଘରେ ସୁରକ୍ଷିତ ରଖି ଗ୍ରାମର ପୁରୁଷମାନେ ଦଳବଦ୍ଧ ଭାବେ ରାତିରେ ପାହାରା ଦେଉଛନ୍ତି । ଭାଲୁ ଗ୍ରାମକୁ ପଶିଲେ ତୁରନ୍ତ ଲୋକଙ୍କୁ ସତର୍କ କରିବା ସହ ତାହାକୁ ଜଙ୍ଗଲ ଦିଗକୁ ଘୁଞ୍ଚାଇବା ପାଇଁ ସେମାନେ ପ୍ରୟାସ କରୁଛନ୍ତି ।

ଏପଟେ ବନ ବିଭାଗ ପକ୍ଷରୁ ଗ୍ରାମଗୁଡ଼ିକରେ ମାଇକ୍‌ ଯୋଗେ ସଚେତନତା ପ୍ରଚାର କରାଯାଉଛି । ଲୋକମାନଙ୍କୁ ରାତିରେ ଏକାକି ବାହାରକୁ ନଯିବା, ଖାଦ୍ୟ ସାମଗ୍ରୀ ଖୋଲାରେ ନରଖିବା ଏବଂ ଭାଲୁ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଛି ।

ବନ ବିଭାଗର କର୍ମଚାରୀମାନେ ଭାଲୁର ଚଳଚଳ ଉପରେ କଡ଼ା ନଜର ରଖିଥିବା ବେଳେ, ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ଅଧିକ ପଦକ୍ଷେପ ନିଆଯାଉଥିବା ସୂଚନା ମିଳିଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts