କରୀଦ ପୂର୍ବରୁ ସୀମାରେ ବାଂଲାଦେଶୀ ପ୍ରବାସୀଙ୍କ ଭିଡ଼, ଅବୈଧ ଅନୁପ୍ରବେଶକାରୀଙ୍କୁ କଡ଼ା ଚେତାପଶ୍ଚିମବଙ୍ଗରେ ଅବୈଧ ପ୍ରବାସୀଙ୍କ ବିରୋଧରେ କଡ଼ା ନଜରଦାରି;
ବକରୀଦ ପୂର୍ବରୁ ଭାରତ-ବାଂଲାଦେଶ ସୀମାରେ ବାଂଲାଦେଶୀ ପ୍ରବାସୀଙ୍କ ଆଗମନ ଓ ପ୍ରତ୍ୟାବର୍ତ୍ତନକୁ ନେଇ ଚର୍ଚ୍ଚା ବଢ଼ିଛି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହାକିମପୁର ଓ ବସିରହାଟ ସୀମା ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହେଉଥିବା ଦେଖାଯାଇଛି । କିଛି ପ୍ରବାସୀ ନିଜ ଦେଶ ବାଂଲାଦେଶକୁ ଫେରୁଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, କିଛି ଏମିତି ପରିବାର ମଧ୍ୟ ଅଛନ୍ତି ଯେଉଁମାନଙ୍କର ପିତାମାତା ବାଂଲାଦେଶୀ ଥିଲେ, କିନ୍ତୁ ସେମାନଙ୍କ ସନ୍ତାନ ଭାରତରେ ଜନ୍ମଗ୍ରହଣ କରିଥିଲେ । ଡକ୍ୟୁମେଣ୍ଟ ସମସ୍ୟା ଓ ପ୍ରଶାସନିକ କଡ଼ାକଡ଼ିକୁ ନେଇ ଅନେକଙ୍କ ମଧ୍ୟରେ ଅନିଶ୍ଚିତତା ଓ ଭୟ ସୃଷ୍ଟି ହୋଇଥିବା କୁହାଯାଉଛି
ପଶ୍ଚିମବଙ୍ଗରେ ଅବୈଧ ଅନୁପ୍ରବେଶ ଓ ରୋହିଙ୍ଗ୍ୟା ପ୍ରବାସୀଙ୍କ ବିରୋଧରେ କଡ଼ା ଅଭିଯାନ ଚାଲିଥିବା ବେଳେ, ସୀମା ଅଞ୍ଚଳରେ ନଜରଦାରି ବଢ଼ାଯାଇଛି । ପ୍ରଶାସନ ପକ୍ଷରୁ ଅବୈଧ ଭାବେ ରହୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଇନୁସାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ବିରୋଧୀ ଦଳନେତା ଶୁଭେନ୍ଦୁ ଅଧିକାରୀ ଅବୈଧ ପ୍ରବାସୀଙ୍କୁ ନେଇ କଡ଼ା ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଅବୈଧ ଅନୁପ୍ରବେଶକାରୀମାନେ ସ୍ୱେଚ୍ଛାରେ ଦେଶ ଛାଡ଼ିଦିଅନ୍ତୁ, ନଚେତ୍ ଆଇନ ଅନୁସାରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।
