ବିବାହିତ ନାବାଳିକାର ସନ୍ଦେହଜନକ ମୃତ୍ୟୁ, ପରିବାରରେ ଶୋକର ଛାୟା

Table of Content

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ବଡସରପଲ୍ଲୀ ଗାଁରେ ଜଣେ ୧୩ ବର୍ଷୀୟା ବିବାହିତ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ଆତ୍ମହତ୍ୟା ନା ହତ୍ୟା, ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ବନ୍ଧୁଗାଁ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ, ଗତବର୍ଷ ସେହି ଗାଁର ଜଣେ ବିବାହିତ ପୁରୁଷ ୧୩ ବର୍ଷୀୟା ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଥିବା ଅଭିଯୋଗ ହୋଇଥିଲା । ବିବାହ ସମୟରେ ପ୍ରଶାସନ ପକ୍ଷରୁ CDPO ଗାଁରେ ପହଞ୍ଚି ବିବାହକୁ ରୋକିବା ସହ ନାବାଳିକା ପୂର୍ଣ୍ଣବୟସ୍କ ହେବା ପର୍ଯ୍ୟନ୍ତ ବିବାହ କରାଯିବ ନାହିଁ ବୋଲି ସତର୍କ କରିଥିଲେ । କିନ୍ତୁ ପରେ ସେହି ବ୍ୟକ୍ତି ନାବାଳିକାଙ୍କୁ ନେଇ ଅନ୍ୟତ୍ର ରହୁଥିବା ଜଣାପଡ଼ିଛି ।

ଗତକାଲି ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ହେବା ପରେ ନାବାଳିକାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଘଟଣା ପରେ ପୁଅଘର ପକ୍ଷରୁ ତରବରିଆ ଭାବରେ ନାବାଳିକାଙ୍କ ଶବକୁ ସ୍ମଶାନରେ ଦାହ କରାଯାଉଥିବା ବେଳେ ପୋଲିସ ଖବର ପାଇ ସ୍ଥଳରେ ପହଞ୍ଚିଥିଲା । ପୋଲିସକୁ ଦେଖି ଗ୍ରାମବାସୀ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି ।

ବର୍ତ୍ତମାନ ଗାଁର ଅନେକ ପୁରୁଷ ଫେରାର ଥିବା ବେଳେ ପୋଲିସ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରଖିଛି । ନାବାଳିକାଙ୍କ ପରିବାର ଲୋକେ ଝିଅର ମୃତ୍ୟୁର ପ୍ରକୃତ କାରଣ ଖୋଜିବା ସହ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ଦାବି କରିଛନ୍ତି ।

ଘଟଣାଟି ନାବାଳିକା ବିବାହ ଓ ମହିଳା ସୁରକ୍ଷାକୁ ନେଇ ପୁନର୍ବାର ପ୍ରଶ୍ନ ଉଠାଇଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts