ବରଗଡ଼ରେ କାଳବୈଶାଖୀର ତାଣ୍ଡବ; ଭୟଙ୍କର ପବନରେ ଭାଙ୍ଗିପଡିଲା ବିରାଟ୍ ଗେଟ୍, ୨ ରିକ୍ସାଚାଳକ ଆହତ

Table of Content

ଓଡ଼ିଶାରେ ଅସହ୍ୟ ତାତିରେ ଜନଜୀବନ ଅସ୍ତବ୍ୟସ୍ତ । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବିଶେଷକରି ପଶ୍ଚିମ ଓଡ଼ିଶାରେ ତାତିର ପ୍ରଭାବ ଅଧିକ ରହିବା ସହ ଉପକୂଳ ଅଞ୍ଚଳରେ ଗୁଳୁଗୁଳି ପରିସ୍ଥିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିବ ବୋଲି ଅନୁମାନ କରାଯାଇଛି ।

ପାଣିପାଗ ବିଭାଗ ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୬ଟି ଜିଲ୍ଲାରେ ହିଟ୍‌ୱେଭ୍‌ ଓ ଅତ୍ୟଧିକ ଗରମ ସହ ଆର୍ଦ୍ରତାଜନିତ ଅସୁବିଧାର ଚେତାବନୀ ଜାରି କରିଛି । ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଝାରସୁଗୁଡା, ସୁବର୍ଣ୍ଣପୁର, କଳାହାଣ୍ଡି ଓ ନୂଆପଡାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏପରି ତାତି ମଧ୍ୟରେ ବରଗଡ଼ରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଛି । ଦିନସାରା ଅସହ୍ୟ ଗରମ ପରେ ଅପରାହ୍ଣରେ ହଠାତ୍ ଆକାଶ ମେଘାଛନ୍ନ ହୋଇ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଥିଲା । ଘଡ଼ଘଡ଼ି ସହ ଜୋର ପବନରେ ସହରର ଥାନା ଛକ ନିକଟରେ ଲାଗିଥିବା ଏକ ବିରାଟ୍‌ ଗେଟ୍‌ ଭାଙ୍ଗି ପଡ଼ିଥିଲା ।

ଏହି ଦୁର୍ଘଟଣାରେ ଦୁଇଜଣ ରିକ୍ସା ଚାଳକ ଆହତ ହୋଇଥିବା ବେଳେ ସେମାନଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରବଳ ପବନରେ ସହରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଥିବାରୁ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା ।

ତେବେ ବର୍ଷା ପରେ ବରଗଡ଼ବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖାଯାଇଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts