ଜିତୁ ମୁଣ୍ଡାଙ୍କ ଘରେ ସଞ୍ଜୟ ସିଂହ, ପାଣି ସମସ୍ୟା ସମାଧାନର ଦେଲେ ଭରସା

Table of Content

କେନ୍ଦୁଝର ଜିଲ୍ଲାର ଡିଆନାଳି ଗ୍ରାମରେ ଟଙ୍କା ଅଭାବରୁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ସୃଷ୍ଟି କରିଥିବାବେଳେ, ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ । ସେ ଜିତୁ ମୁଣ୍ଡା ଓ ତାଙ୍କ ପରିବାର ସହ ଭେଟି ସମଗ୍ର ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ପରିବାରକୁ ସାନ୍ତ୍ୱନା ଜଣାଇଥିଲେ ।

ଏହାସହ ଜିତୁ ମୁଣ୍ଡାଙ୍କ ଗାଁରେ ଦୀର୍ଘଦିନ ଧରି ଲାଗିରହିଥିବା ପାନୀୟ ଜଳ ସମସ୍ୟାକୁ ନେଇ ମଧ୍ୟ ସଞ୍ଜୟ ସିଂହ ଗଭୀର ଚିନ୍ତା ପ୍ରକାଶ କରିଥିଲେ । ଗ୍ରାମବାସୀଙ୍କ ଦୈନିକ ଜୀବନରେ ପାଣି ସମସ୍ୟା ଯେପରି ଦୁର୍ଭୋଗ ସୃଷ୍ଟି କରୁଛି, ସେଥିପାଇଁ ଶୀଘ୍ର ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ସେ କହିଥିଲେ । ଏଥିପାଇଁ ନିଜ ସାଂସଦ ପାଣ୍ଠିରୁ ଅର୍ଥ ବ୍ୟୟ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ ।

ସଞ୍ଜୟ ସିଂହଙ୍କ ସହ ଆମ୍ ଆଦମୀ ପାର୍ଟିର ଓଡ଼ିଶା ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଓ ଦଳର ଅନ୍ୟାନ୍ୟ କର୍ମୀମାନେ ମଧ୍ୟ ଜିତୁ ମୁଣ୍ଡାଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଥିଲେ । ଏହି ଅମାନବୀୟ ଘଟଣା ପରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିତୁ ମୁଣ୍ଡାଙ୍କ ପରିବାରକୁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର କହିଛନ୍ତି, ଜିତୁ ମୁଣ୍ଡାଙ୍କ ଗାଁରେ ଦୀର୍ଘଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଥିବା ବିଷୟ ସାଂସଦ ସଞ୍ଜୟ ସିଂହଙ୍କୁ ଅବଗତ କରାଯାଇଥିଲା । ଏହାପରେ ସେ ନିଜେ ଗାଁକୁ ଆସି ପରିସ୍ଥିତିର ସମୀକ୍ଷା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ଏହି ଘଟଣା କେବଳ ଏକ ପରିବାରର ଦୁର୍ଦ୍ଦଶାକୁ ନୁହେଁ, ଗ୍ରାମାଞ୍ଚଳରେ ଏବେ ମଧ୍ୟ ମୌଳିକ ସୁବିଧାର ଅଭାବ କେତେ ଗମ୍ଭୀର ସମସ୍ୟା ହୋଇ ରହିଛି, ତାହାକୁ ପୁଣିଥରେ ସାମ୍ନାକୁ ଆଣିଛି ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778