ଓଡ଼ିଶାରେ ତାତିର ତାଣ୍ଡବ; ୩ ଜିଲ୍ଲାକୁ ରେଡ୍‌ ଆଲର୍ଟ, ବରଗଡ଼ରେ କାଳବୈଶାଖୀର କହର

Table of Content

ପଶ୍ଚିମବଙ୍ଗର ଫାଲ୍ଟା ବିଧାନସଭା ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ ବଡ଼ ଚର୍ଚ୍ଚା ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଦେବାଂଶୁ ପାଣ୍ଡା ୧.୦୯ ଲକ୍ଷରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇ ତୃଣମୂଳ କଂଗ୍ରେସ (ଟିଏମସି)କୁ ଭାରି ଝଟକା ଦେଇଛନ୍ତି । କେବଳ ପରାଜୟ ନୁହେଁ, ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନଙ୍କ ଜମାନତ ମଧ୍ୟ ଜବତ ହୋଇଯାଇଛି ।

ରାଜନୈତିକ ମହଳରେ ଏହି ପରାଜୟକୁ ଭବାନୀପୁରରେ ମମତା ବାନାର୍ଜୀଙ୍କ ପରାଜୟଠାରୁ ମଧ୍ୟ ଅଧିକ ଗୁରୁତର ମନାଯାଉଛି । କାରଣ ଭବାନୀପୁରର ଫଳାଫଳକୁ ଅନେକ ସମୟରେ ସ୍ଥାନୀୟ ଭୋଟରଙ୍କ ମନୋଭାବ କିମ୍ବା ମମତାଙ୍କ ବ୍ୟକ୍ତିଗତ ଲୋକପ୍ରିୟତା ସହ ଯୋଡ଼ି ଦେଖାଯାଏ । କିନ୍ତୁ ଫାଲ୍ଟାର ଫଳାଫଳ ସିଧାସଳଖ ଭାବେ ଟିଏମସିର ସଂଗଠନାତ୍ମକ ଦୁର୍ବଳତାକୁ ପ୍ରକାଶ କରିଛି ।

ଫାଲ୍ଟା ଅଞ୍ଚଳ ଟିଏମସିର ‘ନମ୍ବର ଟୁ’ ନେତା ଅଭିଷେକ ବାନାର୍ଜୀଙ୍କ ପ୍ରଭାବକ୍ଷେତ୍ର ଡାୟମଣ୍ଡ ହାର୍ବର ଲୋକସଭା ଆସନ ଅଧୀନରେ ଥିବାରୁ ଏହି ହାର ଦଳ ପାଇଁ ଅଧିକ ଅସୁବିଧା ସୃଷ୍ଟି କରିଛି । ଜାହାଙ୍ଗୀର ଖାନଙ୍କୁ ଅଭିଷେକଙ୍କ ନିକଟତମ ସହଯୋଗୀ ଭାବେ ଦେଖାଯାଉଥିବା ବେଳେ ତାଙ୍କର ଏପରି ଭୟଙ୍କର ପରାଜୟ ଦଳ ଭିତରେ ଅସନ୍ତୋଷ ଓ ଭାଙ୍ଗଣର ସଙ୍କେତ ଦେଇଛି ।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି, ୨୦୨୪ ଲୋକସଭା ନିର୍ବାଚନରେ ଏହି ଫାଲ୍ଟା ବିଧାନସଭା ଅଞ୍ଚଳରୁ ଅଭିଷେକ ବାନାର୍ଜୀ ପ୍ରାୟ ୧.୬୮ ଲକ୍ଷ ଭୋଟର ଲିଡ୍‌ ପାଇଥିଲେ । ସେତେବେଳେ ଏଠାରେ ଟିଏମସିର ଭୋଟ୍‌ ଶେୟର ପ୍ରାୟ ୮୯ ପ୍ରତିଶତ ଥିଲା । କିନ୍ତୁ ମାତ୍ର ଦୁଇ ବର୍ଷ ମଧ୍ୟରେ ଦଳର ଭୋଟ୍‌ ଶେୟର ୩.୭ ପ୍ରତିଶତକୁ ଖସିଯିବା ଓ ପ୍ରାର୍ଥୀ ଚତୁର୍ଥ ସ୍ଥାନକୁ ଖସିପଡ଼ିବା ଟିଏମସି ପାଇଁ ଗଭୀର ଚିନ୍ତାର ବିଷୟ ହୋଇଛି ।

ରାଜନୈତିକ ବିଶ୍ଳେଷକଙ୍କ ମତରେ, ଫାଲ୍ଟା କେବଳ ଏକ ସାଧାରଣ ବିଧାନସଭା ଆସନ ନୁହେଁ । ଏହା ଏକ ଶିଳ୍ପ ଓ ଗ୍ରାମୀଣ ଅଞ୍ଚଳର ସଂମିଶ୍ରଣ, ଯେଉଁଠାରେ ଟିଏମସିର ବୁଥ୍‌ ମ୍ୟାନେଜମେଣ୍ଟକୁ ସବୁଠୁ ଶକ୍ତିଶାଳୀ ବୋଲି ଧରାଯାଉଥିଲା । ଏବେ ସେହି ଗଢ଼ରେ ଦଳର ଏପରି ଭୟଙ୍କର ପରାଜୟ ଟିଏମସିର ଗ୍ରାଉଣ୍ଡ ନେଟୱର୍କ ଦୁର୍ବଳ ହେଉଥିବାର ସ୍ପଷ୍ଟ ସଙ୍କେତ ଦେଇଛି ।

ଏହି ବିଜୟ ସହ ପଶ୍ଚିମବଙ୍ଗରେ ବିଜେପି ନୂତନ ଉତ୍ସାହ ପାଇଥିବା ବେଳେ, ଟିଏମସି ପାଇଁ ଏହା ଆଗାମୀ ନିର୍ବାଚନ ପୂର୍ବରୁ ଏକ ବଡ଼ ସତର୍କ ସଙ୍କେତ ଭାବେ ଦେଖାଯାଉଛି ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts