କନ୍ଧମାଳରେ ନୂତନ ତହସିଲଦାର ଭାବେ ସମୁଦ୍ର ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

Table of Content

କନ୍ଧମାଳ ଜିଲ୍ଲାର ଘୁମୁସର ଉଦୟଗିରି ତହସିଲ କାର୍ଯ୍ୟାଳୟରେ ଆଜି ନୂତନ ତହସିଲଦାର ଭାବେ ସମୁଦ୍ର ମିଶ୍ର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ସେ କନ୍ଧମାଳ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ ନିର୍ବାହ କରୁଥିଲେ।

ପୂର୍ବତନ ତହସିଲଦାର ରଞ୍ଜନ କୁମାର ସାହୁଙ୍କ ଅନୁଗୁଳ ଜିଲ୍ଲାକୁ ବଦଳି ହେବା ପରେ ତାଙ୍କ ସ୍ଥାନରେ ଶ୍ରୀ ମିଶ୍ରଙ୍କୁ ଏହି ଦାୟିତ୍ୱ ମିଳିଛି। ଆଜି ଅତିରିକ୍ତ ତହସିଲଦାର ଦେବାଶିଷ ଜେନାଙ୍କଠାରୁ ସେ ଔପଚାରିକ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ଏହି ଅବସରରେ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ସମେତ ସମସ୍ତ କର୍ମଚାରୀ ନୂତନ ତହସିଲଦାରଙ୍କୁ ସ୍ୱାଗତ ଜଣାଇଥିଲେ। ଜଣେ ଯୁବ, କାର୍ଯ୍ୟଦକ୍ଷ ଓ ଜନମୁଖୀ ଅଧିକାରୀ ଭାବେ ଶ୍ରୀ ମିଶ୍ରଙ୍କ ଯୋଗଦାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଶା ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ଘୁମୁସର ଉଦୟଗିରି ଅଞ୍ଚଳର ରାଜସ୍ୱ ପ୍ରଶାସନକୁ ଆହୁରି ସକ୍ରିୟ କରିବା ସହ ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ ଦିଗରେ ସେ ଗୁରୁତ୍ୱ ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ତାଙ୍କ ନେତୃତ୍ୱରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟକ୍ରମ ନୂଆ ଗତି ପାଇବ ବୋଲି ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts