ପର୍ବତରେ ଆର୍ମି ହେଲିକପ୍ଟର ଦୁର୍ଘଟଣା: ଅବତରଣ ପରେ ମେଜର୍ ଜେନେରାଲଙ୍କ ସେଲ୍‌ଫି ଭାଇରାଲ୍

Table of Content

ଲେହ: ଭାରତୀୟ ସେନାର ‘Cheetah’ ହେଲିକପ୍ଟର ଲେହ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନଥିବା ସୂଚନା ମିଳିଛି, ଯଦିଓ ତିନିଜଣ ସେନା ଅଧିକାରୀ ଅଳ୍ପ ଆଘାତ ସହିତ ମୃତ୍ୟୁକୁ ଏଡ଼ାଇଛନ୍ତି।

ସୂଚନା ଅନୁଯାୟୀ, ଲେଫ୍ଟେନାଣ୍ଟ କର୍ଣ୍ଣେଲ ଓ ମେଜର ର୍ୟାଙ୍କର ଅଧିକାରୀମାନେ ଥିବା ଏହି ହେଲିକପ୍ଟର ଉଡ଼ାଣ ସମୟରେ ଦୁର୍ଘଟଣା ଘଟିଥିଲା। ହେଲିକପ୍ଟରଟି ହଠାତ୍ ପର୍ବତୀୟ ଅଞ୍ଚଳରେ କ୍ରାସ୍‌ ହୋଇଯାଇଥିଲା।

ଘଟଣା ସମୟରେ 3rd Infantry Divisionର General Officer Commanding ସଚିନ ମେହତା ମଧ୍ୟ ଏହି ହେଲିକପ୍ଟରରେ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ସମସ୍ତ ଅଧିକାରୀ ସୁରକ୍ଷିତ ଭାବେ ବାହାରିଆସିଥିଲେ, ଯଦିଓ ସାନା ଆଘାତ ଲାଗିଥିଲା।

ଦୁର୍ଘଟଣା ପରେ ତୁରନ୍ତ ଘଟଣାସ୍ଥଳରୁ କିଛି ଫଟୋ ଭାଇରାଲ୍ ହୋଇଛି। ସେଥିରେ ଦେଖାଯାଉଛି ଯେ ଭାଙ୍ଗିପଡ଼ିଥିବା ହେଲିକପ୍ଟର ନିକଟରେ ତିନିଜଣ ଅଧିକାରୀ ବସି ସେଲ୍‌ଫି ନେଉଛନ୍ତି ଏବଂ ‘Victory sign’ ଦେଉଛନ୍ତି। ଏହି ଛବି ସେନାଙ୍କ ମନୋବଳ ଓ ସାହସକୁ ପ୍ରଦର୍ଶନ କରୁଥିବା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ଅଧିକାରୀମାନେ ଦୁର୍ଘଟଣା ପରେ ତୁରନ୍ତ ନିଜକୁ ସ୍ଥିର କରି ସୁରକ୍ଷିତ ସ୍ଥାନକୁ ଯାଇଥିଲେ। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts

Our Visitor

1 0 0 0 7 7
Total Users : 1000778