ଛୁଟି ଦିନରେ ମଧ୍ୟ କାର୍ଯ୍ୟାଳୟରେ ସକ୍ରିୟ ରହିଲେ ମୁଖ୍ୟମନ୍ତ୍ରୀ, ଆଇନ-ଶୃଙ୍ଖଳା ପରିସ୍ଥିତିର କଲେ ସମୀକ୍ଷା

Table of Content

ମୁଖ୍ୟମନ୍ତ୍ରୀ ଛୁଟି ଦିନରେ କର୍ଯ୍ୟାଳୟ କାମ କଲେ, ଆଇନ-ଶୃଙ୍ଖଳା ସମୀକ୍ଷା ସହ ସରକାରୀ ରୋଡମ୍ୟାପ୍ ନେଇ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର, କର୍ଣ୍ଣବେଲ୍ ଭବନ: ଛୁଟି ଦିନରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସକ୍ରିୟ ରହି ସରକାରୀ କାର୍ଯ୍ୟରେ ଲାଗିଥିଲେ। ଶନିବାର ଛୁଟି ଥିବା ସତ୍ତ୍ୱେ ସେ ଖରବେଳ ଭବନରେ ଉପସ୍ଥିତ ହୋଇ ଉଚ୍ଚପଦସ୍ଥ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି। ରାଜ୍ୟ ସରକାର ଦୁଇ ବର୍ଷ ପୂରଣ କରିବା ନିକଟରେ ଥିବା ପରିପ୍ରେକ୍ଷିତରେ ସରକାରୀ ପ୍ରତିଶ୍ରୁତି ପୂରଣ, ଯୋଜନା କାର୍ଯ୍ୟାନ୍ବୟନ, ଶିଳ୍ପାୟନ, ରୋଜଗାର ସୃଷ୍ଟି ଏବଂ ଭବିଷ୍ୟତ ରୋଡମ୍ୟାପ୍ ନେଇ ଆଲୋଚନା ହୋଇଛି।

ଏହାପୂର୍ବରୁ ଆଇନ-ଶୃଙ୍ଖଳା ପରିସ୍ଥିତି ସୁଧାର ପାଇଁ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ପୋଲିସ ପ୍ରଶାସନକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ। ଆଜି ସେହି ନିର୍ଦ୍ଦେଶଗୁଡ଼ିକର କାର୍ଯ୍ୟାନ୍ବୟନ ନେଇ ମଧ୍ୟ ସମୀକ୍ଷା କରାଯାଇଛି।

ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବହାଦୁର୍ ଖୁରାନିଆ ଏବଂ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଉପସ୍ଥିତ ଥିଲେ। ରାଜ୍ୟର ବିକାଶ ପାଇଁ ଶାନ୍ତିପୂର୍ଣ୍ଣ ଆଇନ-ଶୃଙ୍ଖଳା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

446685pwpadmin

https://adyashalive.com

Leave a Reply

Your email address will not be published. Required fields are marked *

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts