ସିରମୌର (ହିମାଚଳ ପ୍ରଦେଶ): ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାରେ ଥିବା Himalaya Eternal University କ୍ୟାମ୍ପସରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଛାତ୍ରମାନଙ୍କ ଅଭିଯୋଗ ଅନୁଯାୟୀ, ହଷ୍ଟେଲର ବାଥରୁମରେ ସ୍ନାନ ଓ ବ୍ୟକ୍ତିଗତ କାର୍ଯ୍ୟ ସମୟରେ ଗୁପ୍ତଭାବେ ଭିଡିଓ ରେକର୍ଡ କରାଯାଉଥିଲା।
ଏହି ମାମଲାରେ ଅଭିଯୁକ୍ତ କ୍ଲିନିଂ ସ୍ଟାଫ୍କୁ ଶେଷରେ ଛାତ୍ରମାନେ ଧରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ସୂଚନା ମିଳିଛି ଯେ, ଅଭିଯୁକ୍ତ ଜଣକ କିଛି ମାସ ପୂର୍ବରୁ ଯୁନିଭର୍ସିଟିରେ କ୍ଲିନର୍ ଭାବେ ନିଯୁକ୍ତ ହୋଇଥିଲେ।
ଘଟଣା ଜଣାପଡ଼ିବା ପରେ ଛାତ୍ରମାନେ ତୀବ୍ର ଆକ୍ରୋଶ ପ୍ରକାଶ କରିଥିଲେ ଏବଂ ବିରୋଧ ପ୍ରଦର୍ଶନ କରିଥିଲେ। ପରେ ବିଶ୍ୱବିଦ୍ୟାଳୟ ପ୍ରଶାସନ ପୋଲିସକୁ ସୂଚନା ଦେଇଥିଲା। ପୋଲିସ ତୁରନ୍ତ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବାଥରୁମରେ ଗୁପ୍ତ ଭାବେ ଭିଡିଓ ରେକର୍ଡ କରୁଥିଲେ ଏବଂ ଏହା ଛାତ୍ରମାନଙ୍କ ଗୋପନୀୟତା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ପୋଲିସ ତାଙ୍କ ମୋବାଇଲ୍ରୁ ସମସ୍ତ ଭିଡିଓ ଡିଲିଟ୍ କରି ମାମଲାର ଅଧିକ ତଦନ୍ତ କରୁଛି।
