ନିଖିଲ ମର୍ଡର ମିଷ୍ଟ୍ରିରେ ପୋଲିସର ଚଢ଼ାଉ, ବିହାରରୁ ଧରାପଡ଼ିଲେ ୩ ଜଣ

Table of Content

ଭୁବନେଶ୍ୱର/ରାୟଗଡ଼ା, ୧୬ ମେ: ରାୟଗଡ଼ା ଜିଲ୍ଲାକୁ ଅଶାନ୍ତ କରିଥିବା ନିଖିଲ ହାଡପା ହତ୍ୟାକାଣ୍ଡ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଦୀର୍ଘ ତଦନ୍ତ ଓ ଚଢ଼ାଉ ପରେ ବିହାରର ଔରଙ୍ଗାବାଦ ଜିଲ୍ଲା ମଦନପୁର ଅଞ୍ଚଳରୁ ଏହି ମାମଲାର ୩ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ଉମେଶ ହିଆଲ, ରାଜ ସିମିଲି ଓ ଅକ୍ଷୟ ସାମଲ ଓରଫ ଟିଙ୍କୁଲୁ ।

ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପୂର୍ବ ଶତୃତା ଓ ଗ୍ୟାଙ୍ଗୱାର ସମ୍ପର୍କିତ ବିବାଦ ଥିବା ଅନୁମାନ କରାଯାଉଛି । ଘଟଣା ପରେ ଅଭିଯୁକ୍ତମାନେ ରାଜ୍ୟ ଛାଡ଼ି ପଳାଇଥିଲେ । ତେବେ ରାୟଗଡ଼ା ପୋଲିସର ସ୍ୱତନ୍ତ୍ର ଟିମ ଟେକନିକାଲ ସର୍ଭେଲାନ୍ସ ଓ ଗୁପ୍ତ ସୂଚନା ଆଧାରରେ ବିହାରରେ ଚଢ଼ାଉ କରି ସେମାନଙ୍କୁ କାବୁ କରିଥିଲା ।

ରାୟଗଡ଼ା ଏସ୍‌ପି ସ୍ୱାଥୀ ଏସ୍‌ କୁମାରଙ୍କ ନେତୃତ୍ୱରେ ପୋଲିସ ୬ଟି ବିଶେଷ ଟିମ ଗଠନ କରି ରାଜ୍ୟ ଓ ରାଜ୍ୟ ବାହାରେ ତଦନ୍ତ ଚାଲାଇଥିଲା । ଗିରଫ ଅଭିଯୁକ୍ତମାନଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ରାୟଗଡ଼ା ଆଣାଯାଇ ଅଧିକ ପଚରାଉଚରା କରାଯାଉଛି । ପୋଲିସ କହିଛି, ଏହି ହତ୍ୟାକାଣ୍ଡରେ ଜଡ଼ିତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଖୁବଶୀଘ୍ର ଗିରଫ କରାଯିବ ।

ଗତ ୯ ତାରିଖ ରାତିରେ ରାୟଗଡ଼ା ସହରର ଇନ୍ଦିରାନଗର ଅଞ୍ଚଳରେ ନିଖିଲ ହାଡପାଙ୍କୁ କିଛି ଦୁର୍ବୃତ୍ତ ପିଛା କରି ଗୁଳି ମାରିଥିଲେ । ପରେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ମୃତଦେହକୁ ସହର ନିକଟସ୍ଥ ନାଗାବଳୀ ନଦୀ ପଠାରୁ ଉଦ୍ଧାର କରାଯାଇଥିଲା । ଏହି ଘଟଣା ପରେ ସମଗ୍ର ରାୟଗଡ଼ା ଜିଲ୍ଲାରେ ଚର୍ଚ୍ଚା ଓ ଉତ୍ତେଜନା ସୃଷ୍ଟି ହୋଇଥିଲା ।

446685pwpadmin

https://adyashalive.com

Featured Posts

Featured Posts

ଆପଣଙ୍କ ସମସ୍ୟା ଆମର ଦାୟିତ୍ୱ, 
ସାଧାରଣ ଜନତାଙ୍କ ଅକୁହା କଥା ।

Featured Posts